ଓଜନ କମାଇବାକୁ ନିୟମିତ ଖାଆନ୍ତୁ ମିଲ୍କ ଚକୋଲେଟ୍, କିଛି ଦିନରେ ହିଁ ହୋଇଯିବେ ପତଳା
ଚକୋଲେଟ୍ ଖାଇଲେ ଓଜନ ବଢ଼େ ବୋଲି ଆମର ଏକ ଧାରଣା ରହିଛି। କିନ୍ତୁ ଯଦି ଆପଣ ଚକୋଲେଟ୍ର ଠିକ୍ ଡାଏଟ୍ ନେବେ ତେବେ ତାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ମିଲ୍କ ଚକୋଲେଟ୍ ଖାଇବା ଦ୍ୱାରା ଓଜନ କମିଥାଏ। ଯେଉଁ ମହିଳାଙ୍କର ପୋଷ୍ଟ ମେନୋପଜ୍ ହେଉଛି, ସେମାନେ ସକାଳେ ନିୟମିତ ମିଲ୍କ ଚକୋଲେଟ୍ ଖାଇଲେ ସୁଗାର କମ୍ ହେବା ସହ ଚର୍ବି ମଧ୍ୟ କମିଥାଏ। ଆସନ୍ତୁ ଜାଣିବା ମିଲ୍କ ଚକୋଲେଟ୍ ଖାଇଲେ ମିଳୁଥିବା ଫାଇଦା ସମ୍ପର୍କରେ …
- ମିଲ୍କ ଚକୋଲେଟ୍ ଶରୀରର ଇନ୍ସୁଲିନ୍ ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଫଳରେ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ।
- ଏକ ରିସର୍ଚ୍ଚ ମୁତାବକ, ଡାର୍କ ଚକୋଲେଟ୍ ଭୋକର ପରିମାଣକୁ କମାଇଥାଏ। ଫଳରେ ଓଜନ କମ୍ ହୁଏ।
- ଚକୋଲେଟ୍କୁ ମୋନୋଅନ୍ସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ କିମ୍ବା ଏମ୍ୟୁଏଫ୍ଏ ସହ ପ୍ୟାକ୍ କରାଯାଏ। ଏହା ମେଟାବଲିଜମ୍କୁ ବଢ଼ାଇବାରେ ସାହାଯ୍ୟ କରେ। ଫଳରେ ଜଲଦି କ୍ୟାଲୋରୀ ବର୍ନ ହୁଏ।
- ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଚକୋଲେଟ୍ ଔଷଧ ଭଳି କାମ କରେ। ଯଦି ଅବସାଦ ଓ ଦୁଃଖରେ ଅଛନ୍ତି ତେବେ ନିୟମିତ ଚକୋଲେଟ୍ ଖାଆନ୍ତୁ।