କେବଳ ଖାଦ୍ୟରେ ନୁହେଁ, ତ୍ୱଚାରୁ ଅନେକ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରନ୍ତୁ ପୋଦିନା ପତ୍ର

ଖାଦ୍ୟରେ ଆମେ ଧନିଆପତ୍ର ଏବଂ ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟକୁ ଭିନ୍ନ ଫ୍ଲେଭର ଦେବା ପାଇଁ ହେଉ ଅବା ଲୁକ୍‌ ଦେବା ପାଇଁ ହେଉ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ। କିନ୍ତୁ ଏହାକୁ ଖାଦ୍ୟଛଡା ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ ତାହା ବହୁତ କମ୍‌ ଲୋକେ ଜାଣିଥିବେ।

ବ୍ରଣ ଦୂର କରିବା ପାଇଁ:

ମୁହଁରେ ବ୍ରଣ ହେବା ଆଜିକାଲି ସମସ୍ତଙ୍କ ପାଇଁ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହା ଅନେକ କାରଣ ଯୋଗୁଁ ହୋଥାଏ। ଅଧିକ ତେଲିଆ ଖାଦ୍ୟ ଖାଇବା, କେମିକାଲ ପ୍ରଡକ୍ସ ବ୍ୟବହାର କରିବା କିମ୍ବା ତ୍ୱଚା ତୈଳାକ୍ତ ହେବା କାରଣରୁ ଏପରି ହୋଇଥାଏ। ଏପରି ହେବା ଦ୍ୱାରା ତ୍ୱଚା ଲୋଚାକୋଚା ହେବା କାରଣରୁ ଆମେ ବଜାରରେ ମିଳୁଥିବା ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିଥାଉ। କିନ୍ତୁ ଏପରି ସମସ୍ୟାରୁ ବଞ୍ଚିବା ପାଇଁ ଆପଣ ଘରେ ପୋଦିନା ପତ୍ରର ବ୍ୟବହାର ମଧ୍ୟ କରିପାରିବେ। ପୋଦିନାରେ ଥିବା ପୋଷକ ତତ୍ତ୍ୱ ଏହି ସମସ୍ୟାକୁ ଦୂର କରିବା ସହ ମୁହଁରେ ଥିବା ଦାଗଗୁଡିକୁ ଦୂର କରିଥାଏ। ପୋଦିନାରେ ଭିଟାମିନ ସି, ଏ, ଓମେଗା-୩, ପ୍ୟାଟ ଏସିଡ ଏବଂ ସେଲିସେଲିକ ଏସିଡ ବହୁ ମାତ୍ରାରେ ରହିଥାଏ। ଯାହା ତ୍ୱଚାରୁ ଭାଙ୍ଗ ଦୂର କରିଥାଏ। ଏହାଛଡା ତ୍ୱଚାରୁ ମୃତକୋଷିକାକୁ ମଧ୍ୟ ଦୂର କରିଥାଏ, ଯାହା ଦ୍ୱାରା ତ୍ୱଚା ପରିଷ୍କାର ହୋଇଯାଏ।

face pack mint

ପୋଦିନା ଏବଂ ମହୁ:

ପୋଦିନାର ପେଷ୍ଟ ତିଆରି କରି ଏଥିରେ ମହୁ ମିଶାନ୍ତୁ। ଏହି ପେଷ୍ଟକୁ ବ୍ରଣ ଚାରିପଟେ ଲଗାଇବା ସହ ମୁହର ଚାରିଆଡେ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏବେ ଅଳ୍ପ ଉଷୁମ ପାଣିରେ ଏହାକୁ ଧୋଇ ଦେଇ ମଶ୍ଚରାଇଜର ଲଗାଇ ଦିଅନ୍ତୁ। ଏହି ପଦ୍ଧତିକୁ ସପ୍ତାହକୁ ଅତି କମ୍‌ରେ ୨-୩ରୁ ଥର ବ୍ୟବହାର କରନ୍ତୁ।

ପୋଦିନା ଟୋନର

ପୋଦିନା ପତ୍ରକୁ ପାଣିରେ ସିଝାଇ ଏହାର ପାଣିକୁ ରଖନ୍ତୁ। ଏହି ଟୋନରକୁ ଆପଣ ମୁହଁ ସଫା କରିବାରେ ମଧ୍ୟ ବ୍ୟବହାର କରିପାରିବେ। ପ୍ରତିଦିନ ଏହାର ବ୍ୟବହାର କରିବା ତ୍ୱଚାକୁ ଫାଇଦା ଦେଇଥାଏ। ଯାହାଦ୍ୱାରା ମୁହଁର ଅନେକ ସମସ୍ୟା ଦୂର ହୋଇଥାଏ।

Mint-leaves-face-pack1

ମିଣ୍ଟ ଆଇସ ବ୍ଲକ୍ସ:

ପୋଦିନା ପତ୍ରକୁ ସିଝାଇ ଏହାକୁ ଆଇସ ଟ୍ରେରେ ରଖିଦିଅନ୍ତୁ। ଏବେ ଏହି ଆଇସ ଖଣ୍ଡକୁ ମୁହଁରେ ଘଷନ୍ତୁ। ଏହାଦ୍ୱାରା ଆପଣଙ୍କ ମୃତକୋଷିକା ସମାପ୍ତ ହେବା ସହ ବ୍ରଣ ସମସ୍ୟା ମଧ୍ୟ ଦୂର ହେବ।

ପୋଦିନା ଏବଂ ଓଟସ୍‌:

ପୋଦିନା ଏବଂ ଓଟସ୍‌କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ। ଏବେ ଏହି ପେଷ୍ଟକୁ ତ୍ୱଚାରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ଛାଡିଦିଅନ୍ତୁ। ଏହା ଶୁଖିଯିବା ପରେ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଏହି ପ୍ୟାକକୁ ୨ରୁ ୩ ଥର ବ୍ୟବହାର କରନ୍ତୁ।