ଗବେଷକଙ୍କ ଚମତ୍କାରୀ ତଥ୍ୟ, ବୟସକୁ ରୋକିହେବ ଏହି ଉପାୟରେ

କଥାରେ ଅଛି ଯେମିତି ଖାଦ୍ୟ, ସେମିତି ଭାବ । ଖାଦ୍ୟକୁ ନେଇ ବହୁ ମୁନି-ଋଷିଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟବିତ୍‌ମାନେ ମଧ୍ୟ ଅନୂରୁପ ମତ ଦେଇଛନ୍ତି । ଜୀବନଚର୍ଯ୍ୟାରେ ପରିବର୍ତ୍ତନ ମନୁଷ୍ୟକୁ କେବଳ ଯେ ଦୀର୍ଘଜିବୀ କରିବ ତା’ନୁହେଁ ବରଂ ଚିର କୁମାର ରଖିବାରେ ସହାୟକ ହୋଇପାରିବ ।

ଯଦି ଆପଣ ଚାହୁଁଥାନ୍ତି ଆପଣଙ୍କ ଶରୀରରେ ସଂକ୍ରମଣ ମାତ୍ରା କମାଇବା, ବୃଦ୍ଧାବସ୍ଥା ଶୀଘ୍ର ନ ଆସିବା କିମ୍ବା ଦୀର୍ଘଦିନ ବଞ୍ଚବାକୁ ତେବେ ଅଳ୍ପ ଖାଆନ୍ତୁ କ୍ୟାଲୋରିଯୁକ୍ତ ଖାଦ୍ୟ । ଏହି ତଥ୍ୟ ଆମେରିକା ଓ ଚୀନ୍‌ର ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ସଦ୍ୟ ଜଣାପଡ଼ିଛି ।
ଖାଦ୍ୟ(କ୍ୟାଲୋରିଯୁକ୍ତ) ନିୟନ୍ତ୍ରଣ ଦ୍ୱାରା ଜୀବନର ଗତି ବା ବୟସକୁ କମାଇ ଦିଆଯାଇପାରେ ।

ବୟସ ବୃଦ୍ଧି ମନୁଷ୍ୟ ଦେହରେ ସୃଷ୍ଟି ହେଉଥିବା କ୍ୟାନ୍‌ସର ଓ ଡାଏବେଟିସ୍‌ ଭଳି ବିଭିନ୍ନ ରୋଗର ମୁଖ୍ୟ କାରଣ ବୋଲି ସାଲ୍‌କ ଜିନ୍‌ ଏକ୍ସପ୍ରେସନ୍‌ ଲାବୋରେଟୋରିର ପ୍ରଫେସର ଜୁଆନ କାର୍ଲୋସ ବେଲ୍‌ମୋଣ୍ଟେ ଓ ତାଙ୍କ ଟିମ୍‌ ପ୍ରକାଶ କରିଛନ୍ତି । ପଶୁଙ୍କର ଏକକ କୋଷିକା ଉପରେ ଗବେଷଣା କରି ସେ ଏହି ତଥ୍ୟ ପାଇଛନ୍ତି ଯେ ଖାଦ୍ୟ ନିୟନ୍ତ୍ରଣ ଦ୍ୱାରା ମନୁଷ୍ୟ ଦେହରେ ଜବିକ ପରିବର୍ତ୍ତନକୁ ରୋକାଯାଇପାରେ।low calorieସେମାନେ ମୂଷାଙ୍କ ଉପରେ ଏହି ପରୀକ୍ଷା କରି, କିଛି ମୂଷାଙ୍କୁ ସାଧାରଣ ଖାଦ୍ୟ ଓ ଆଉ କେତକ ମୂଷାଙ୍କୁ ୩୦ ପ୍ରତିଶତ କମ୍‌ କ୍ୟାଲୋରିର ଖାଦ୍ୟ ଦେଇଥିଲେ । ୩୦ ପ୍ରତିଶତ କମ୍‌ କ୍ୟାଲୋରି ଖାଇଥିବା ମୂଷାଙ୍କ ଠାରେ ୧୮ରୁ ୨୭ ମାସ ବୟସ କମ୍‌ ଦେଖିବାକୁ ମିଳିଥିଲା । ଯଦି ଏହି ଖାଦ୍ୟ ମାତ୍ରା ମନୁଷ୍ୟ ଠାରେ ପ୍ରୟୋଗ କରାଯାଏ ତେବେ ସେମାନଙ୍କ ବୟସ ୫୦ରୁ ୭୦ ମାସ ହ୍ରାସ ପାଇପାରେ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

ବେଲ୍‌ମୋଣ୍ଟେଙ୍କ ଟିମ୍‌ ୫୬ଟି ମୂଷାଙ୍କ ୪୦ ପ୍ରକାରର ପ୍ରାୟ ୧୬୮,୭୦୩ କୋଷ ଉପରେ ପରୀକ୍ଷା କରିଥିଲେ । ଏହି କୋଷଗୁଡ଼ିକ ମୂଷାଙ୍କ ଚର୍ମ,ବୃକକ, ଯକୃତ,ମସ୍ତିସ୍କ,ଅସ୍ଥି ମଜ୍ଜାଓ ମାଂସପେଶୀରୁ ନିଆଯାଇଥିଲା । ଗବେଷକମାନେ ସିଙ୍ଗଲ୍‌ ସେଲ୍‌-ଜେନେଟିକ୍‌ ସିକ୍ୟୁଏନ୍‌ସିଂ କୈାଶଳ ମାଧ୍ୟମରେ ଜିନ୍‌ର ଗତିବିଧି ଲକ୍ଷ କରିଥିଲେ । ସେଥିରୁ ସେମାନେ ଜାଣିବାକୁ ପାଇଥିଲେ ଯେ କେତେକ କୋଷ ଓ ଜିନ୍‌ ଖାଦ୍ୟ ଦ୍ୱାରା ପ୍ରଭାବିତ ହୋଇଥିଲେ ।

fruitତେଣୁ କମ୍‌ କ୍ୟାଲୋରିର ଖାଦ୍ୟ ମନୁଷ୍ୟର ବୟଷ ବୃଦ୍ଧିକୁ ରୋକିବା ସହ ରୋଗ ସୃଷ୍ଟିକାରୀ କୋଷକୁ ପ୍ରତିହତ କରି ମନୁଷ୍ୟକୁ ଚିର ଯୈାବନରେ ରଖିବାକୁ ସହାୟକ ହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.