ସାଥୀଙ୍କୁ କ୍ଷମା ମାଗିବା ସମୟରେ ବିଲକୁଲ୍ କରନ୍ତୁ ନାହିଁ ଏହି ଭୁଲ୍, ଭାଙ୍ଗି ଯାଇପାରେ ସମ୍ପର୍କ

ସବୁଠାରୁ ସମ୍ବେଦନଶୀଳ ହେଉଛି ସମ୍ପର୍କ । ଯାହାକୁ ବହୁତ ସମ୍ଭାଳିକି ରଖିବାକୁ ପଡିଥାଏ । ନଚେତ୍ ଟିକେ ସମସ୍ୟା ହେଲେ କାଚ ଭାଙ୍ଗିଯିବାର ରହିଛି ସମ୍ଭାବନା । ଯାହାକୁ ଆପଣ ଯୋଡି ତ ଦେବେ ହେଲେ ଫଟା ଚିହ୍ନ ସବୁଦିନ ପାଇଁ ରହିଯିବ । ନିଜ ସାଥୀ ସହ ଝଗଡା ହେବା ସାଧାରଣ କଥା । ପ୍ରାୟ ୯୦ ପ୍ରତିଶତ ସମ୍ପର୍କରେ ଏପରି ହୋଇଥାଏ । କିନ୍ତୁ ନିଜ ଭୁଲ ମାନି କ୍ଷମା ମାଗିନେଲେ ସମ୍ପର୍କ ଭଲ ରହିଥାଏ ।

କୁହାଯାଏ କ୍ଷମା ମାଗିବା ଅର୍ଥାତ୍ ସରି କହିବା ବହୁତ ଛୋଟ ଶବ୍ଦ । କିନ୍ତୁ ଏହି ଛୋଟ ଶବ୍ଦ କହିବାକୁ ବଡ଼ ସାହସ ଆବଶ୍ୟକ । ତେଣୁ ଯଦି ଆପଣଙ୍କ ସାଥୀ ଆପଣଙ୍କ ଉପରେ ରାଗିଛନ୍ତି ଆଉ ଆପଣ ମନାଇବାକୁ ଚାହୁଁଛନ୍ତି ତେବେ କିଛି କଥା ଧ୍ୟାନରେ ରଖିବା ଉଚିତ୍ ।

ଯଦି ଭୁଲ୍ ଅନୁଭବ କରୁଛନ୍ତି ତେବେ କୁହନ୍ତୁ ସରି :

way sorryଭୁଲ୍ ଆପଣ ସେତେବେଳେ ମାଗିପାରିବେ ଯେତେବେଳେ ନିଜର ଭୁଲକୁ ଅନୁଭବ କରିପାରିବେ । ତେଣୁ ବିନା ଭୁଲରେ କ୍ଷମା ମାଗିଲେ ହୁଏତ ଆପଣ ନିଜ ନଜରରେ ପଡିଯାଇପାରନ୍ତି । ତେଣୁ ଭୁଲ୍ ନଥାଇ ବିନା କାରଣରେ କ୍ଷମା ମାଗନ୍ତୁ ନାହିଁ ।

କ୍ଷମା ମାଗିବା ସମୟରେ ଲଗାନ୍ତୁ ନାହିଁ ଦୋଷ :

ଏକଥା ଧ୍ୟାନ ରଖନ୍ତୁ ଯେ କ୍ଷମା ମାଗିବା ସମୟରେ ନିଜ ସାଥୀଙ୍କ ଉପରେ କୌଣସି ଅଭିଯୋଗ ବା ଦୋଷ ଲଗାନ୍ତୁ ନାହିଁ । ଯାହା ଦ୍ବାରା ତାଙ୍କୁ ମନାଇବା ମୁସ୍କିଲ୍ ହୋଇଯିବ । ଅନେକ ଲୋକ ଅଛନ୍ତି ସରି ତ କୁହନ୍ତି କିନ୍ତୁ ତା ସହ କୁହନ୍ତି ଆରମ୍ଭ ତୁମେ କରିଥିଲ । ଯାହା ଫଳରେ କଥା ଏତେ ବାଟ ବଢିଗଲା । ଯଦି ଆପଣ ବି ଏମିତି କରୁଛନ୍ତି ତେବେ ଆଉ କରନ୍ତୁ ନାହିଁ । ଏହା ସମ୍ପର୍କକୁ ସଜାଡିବା ପରିବର୍ତ୍ତେ ବିଗାଡିଥାଏ ।

କ୍ଷମା ମାଗିବା ପାଇଁ ମିଛର ସାହାରା ନିଅନ୍ତୁ ନାହିଁ :

say sorryଅନେକ ଲୋକ ଏମିତି ଅଛନ୍ତି ଗୋଟିଏ ମିଛ ଲୁଚାଇବା ପାଇଁ ଅନ୍ୟ ଗୋଟିଏ କାହାଣୀ ବନାଇଥାନ୍ତି । କିନ୍ତୁ ମନେ ରଖନ୍ତୁ କୌଣସି ମିଛକୁ ଲୁଚାଇବାକୁ ଚେଷ୍ଟା କରନ୍ତୁ ନାହିଁ । ସିଧାସଳଖ ନିଜ ଭୁଲକୁ ସ୍ବୀକାର କରନ୍ତୁ, କୌଣସି କାହାଣୀ ବନାନ୍ତୁ ନାହିଁ । ତାହେଲେ ଯାଇ ଭଲ ରହିବ ସମ୍ପର୍କ ।

ସାବଧାନତାର ସହ କୁହନ୍ତୁ ଶବ୍ଦ :

ଅନେକ ସମୟରେ ଆମେ ସାଥୀକୁ ଭୁଲ୍ ମାଗିବା ସମୟରେ ଏମିତି କିଛି କହିଦେଉ ଯାହା ଫଳରେ ପୁଣି ସମସ୍ୟା ଉତ୍ପନ୍ନ ହୋଇଥାଏ । ତେଣୁ ଦେଖି ଚାହିଁ ନିଜ ଶବ୍ଦର ପ୍ରୟୋଗ କରନ୍ତୁ ।

Leave A Reply

Your email address will not be published.