ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ଘିଅ ଏବଂ ଗୋଲମରିଚ, ଜାଣନ୍ତୁ କେଉଁ ପ୍ରକାର ଫାଇଦା ମିଳିବ

ସମସ୍ତ ଲୋକେମାନେ ଚାହିଁଥାନ୍ତି ଯେ ସେ କିପରି ସୁସ୍ଥ ରହିବେ । ସୁସ୍ଥ ରହିବାକୁ ମଣିଷ ବହୁତ କିଛି କାର୍ଯ୍ୟ କରିଥାଏ । ଅସମ୍ଭବ ଜିନିଷକୁ ମଧ୍ୟ ସମ୍ଭବ କରାଇଥାଏ । ସ୍ୱାସ୍ଥ୍ୟ ଭଲ ରହିଲେ ସବୁ କାର୍ଯ୍ୟ ଠିକଠାକରେ ହେବ ତଚେତ୍ ବହୁତ୍ କିଛି ସମସ୍ୟାକୁ ସାମ୍ନାକୁ ପଡିବ । ଆଜିକାଲି ସମୟରେ ଯେଉଁ ରୋଗ ହେଉଛି ତାହା ଛାଡିବା ବହୁତ କଷ୍ଟକର ହୋଇପଡୁଛି । ଶରୀର ଅସୁସ୍ଥ ହେଲେ କୈଣସି କାର୍ଯ୍ୟରେ ମନ ଲାଗି ନଥାଏ ଏବଂ ଶରୀର ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିବ । ଏହାସହ ଲୋକମାନେ ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ କାର୍ଯ୍ୟ ମଧ୍ୟ କରିଥାନ୍ତି । ଯେମିତି ମର୍ଣ୍ଣିଂ ୱାକ୍, ସାଇକେଲ ରେସ୍ ଏବଂ କେହି କେହି ଡାଏଟ ମଧ୍ୟ କରି ଶରୀରକୁ ସୁସ୍ଥ ରଖିଥାନ୍ତି । ଶରୀର ସୁସ୍ଥ ରହିବାକୁ ହେଲେ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ ହୋଇଥାଏ । ଖାସ୍ କରି ସକାଳୁ ଯଦି ଆମେ ପେଟପୁରା ଖାଦ୍ୟ ଖାଇଥାନ୍ତି ତେବେ ଏହା ଶରୀରକୁ ଫିଟ୍ ରଖିଥାଏ ।
ଆପଣମାନେ ଜାଣିଛନ୍ତି କି ଏମିତି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ଫଳରେ ଖାଲି ସ୍ୱାଦ ଭଲ ହୋଇ ନଥାଏ ବରଂ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟର ନାମ କ’ଣ?

ସେହି ଖାଦ୍ୟର ନାମ ହେଉଛି ଘିଅ ଏବଂ ଗୋଲମରିଚ । ଘିଅ ଆୟୁର୍ବେଦରେ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ । ଏହା କେବଳ ଖାଦ୍ୟରେ ସ୍ୱଦକୁ ବଢ଼ାଇନଥାଏ ବରଂ ଅନେକ ସ୍ୱାସ୍ଥ୍ୟ ସମସ୍ୟାମୁ ମଧ୍ୟ ଦୂର କରିଥାଏ । ଏଥିରେ କାରେଟିନ୍, ଭିଟାମିନ୍ ଏ, ସି, ଫ୍ଲାଭୋନାଏଡ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରେ ପ୍ରଭାବଶାଳୀ ହୋଇଥାଏ । ଏହା ସହିତ ଯଦି ଆମେ ଘିଅ ଏବଂ ଗୋଲମରିଚକୁ ଏକାଠି ଖାଇବା ତେବେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଭଲ ହୋଇପାରିବ । ଅନେକ ବଡ ବଡ ରୋଗରୁ ମଧ୍ୟ ମୁକ୍ତ କରିବ । ଆସନ୍ତୁ ଜାଣିବା ଘିଅଏବଂ ଗୋଲମରିଚ ଖାଇବା ଫଳରେ ଆପଣଙ୍କ ଶରୀରରେ କେଉଁ ପ୍ରକାର ଫାଇଦା ମିଳିବ ।

୧. ଆଖି ପାଇଁ ଲାଭଦାୟକ ହେବ :
ଘିଅରେ ଭିଟାମିନ୍ A, D, E ଏବଂ K ଭରପୂର ମାତ୍ରାରେ ମଳିଥାଏ । ଯାହା ଆଖି ପାଇଁ ବହୁତ ଲାଭଦାୟକ ହେଇଥାଏ । ଦୃଷ୍ଟି ଶକ୍ତିକୁ ବଢ଼ାଇବା ପାଇଁ ପ୍ରତିଦିନ ୧ ଚାମଚ ଘିଅ ସହିତ ୧ ଚାମଚ ଗୋଲମରିଚ ଖାଇବା ନିହାତି ଆବଶ୍ୟକ । ଏହା ଆଖିର ପାୱାର ବଢ଼ାଇବା ସହ ଫେସରେ ପିମ୍ପଲକୁ ମଧ୍ୟ କରିଥାଏ । ଯାହା ଫଳରେ ଆପଣଙ୍କ ଫେସରେ ମଧ୍ୟ ଚମକ ସୃଷ୍ଟି କରିବ ।

୨. ଥଣ୍ଡା ଏବଂ କାଶରୁ ମୁକ୍ତି :
ଆପଣମାନେ ତ ଜାଣିଥିବେ ଘିଅ ଶରୀର ପାଇଁ ତେନେ ଲାଭ ଦାୟକ ହୋଇଥାଏ । ସାଧାରଣତଃ ଯେତେବେଳେ ଥଣ୍ଡା ହୋଇଥାଏ ମା’ ମାନେ ଘିଅ ଖାଇବାକୁ ଦେଇଥାନ୍ତି । ଏହାସହ ପାଟିରେ ଘାଆ ହେଲେ ମଧ୍ୟ ଘିଅକୁ ଗରମ କରି ପାଟିରେ ଲଗାଇଥାନ୍ତି । ଯାହା ଫଳରେ କିଛି ଦିନ ମଧ୍ୟରେ ତାହା ଛାଡିବାକୁ ଲାଗେ । ଆପଣଙ୍କୁ ଯଦି ସବୁ ସମୟରେ ଥଣ୍ଡା, କାଶ ହେଉଛି ତେବେ ଆପଣ ଘିଅ ଏବଂ ଗୋଲମରିଚ ପାଉଡର ଖାଆନ୍ତୁ ଦେଖିବେ ଆପଣଙ୍କର ସମସ୍ୟା ଦୂର ହେବ ।

୩. ହଜମ ପ୍ରକ୍ରିୟାରେ ଉନ୍ନତି :
ଗୋଲମରିଚ ଏବଂ ଘିଅ ମିଶ୍ରଣ ମଧ୍ୟ ଆପଣଙ୍କଂ ହଜମକୁ ଉନ୍ନତ କରିଥାଏ । ଏହା ଖାଦ୍ୟ ଶୀଘ୍ର ହଜମ କରିବାରେ ସାଯାଯ୍ୟ କରିଥାଏ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମଧ୍ୟ ଦେଇଥାଏ ।