ମୋବାଇଲ୍, କମ୍ପ୍ୟୁଟର ଓ ଲାପଟପ୍ରୁ ବାହାରୁଥିବା ରଶ୍ମି ଆମ ଆଖି ପାଇଁ କ୍ଷତିକାରକ ବୋଲି ତ ଆମେ ଜାଣିଛେ। କିନ୍ତୁ ଏହି ରଶ୍ମି ଯୋଗୁ ଆମ ତ୍ୱଚା ବି ପ୍ରଭାବିତ ହୋଇଥାଏ ବୋଲି ବୋଧେ ଖୁବ୍ କମ୍ ଲୋକ ଜାଣିଥିବେ। ଇଲେକ୍ଟ୍ରୋନିକ୍ ଜିନିଷରୁ ବାହାରୁଥିବା ଏହି ରେଡିଏସନ୍ ମାନବ ସମାଜ ସହ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ଘାତକ। ତେବେ ଆସନ୍ତୁ ଜାଣିବା ଏହି କ୍ଷତିକାରକ ରଶ୍ମି ଯୋଗୁ ତ୍ୱଚାର କି କି ସମସ୍ୟା ହୋଇଥାଏ ଓ ଏଥିରୁ ମୁକ୍ତି ପାଇବା ଉପାୟ…
- ଇଲେକ୍ଟ୍ରୋନିକ୍ ଉପକରଣରୁ ନିର୍ଗତ ହେଉଥିବା ରେଡିଏସନ୍ ତ୍ୱଚାରେ ପ୍ରବେଶ କରିବା ଦ୍ୱାରା କୁଣ୍ଡାଇ ହୋଇଥାଏ। ଫଳରେ ତ୍ୱଚାରେ ନାଲି ନାଲି ହୋଇ ଫଳିଯାଏ ଓ ରଙ୍ଗ ଖରାପ ହୋଇଯାଏ।
- ଇଲେକ୍ଟ୍ରୋନିକ୍ ଉପକରଣ ଓ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ରଶ୍ମି ଯୋଗୁ ଆମ ତ୍ୱଚାରେ ଟାନିଂ ହୋଇଥାଏ। ଏହା ତ୍ୱଚାକୁ ଭିତରୁ ଖରାପ କରିଥାଏ। ଫଳରେ ସମୟ ପୂର୍ବରୁ ହିଁ ବ୍ୟକ୍ତି ବୁଢ଼ା ହୋଇଯାଏ।
- ଇଲେକ୍ଟ୍ରୋନିକ୍ ଜିନିଷରୁ ବାହାରୁଥିବା ରଶ୍ମି ଯୋଗୁ ତ୍ୱଚାର ସମ୍ବେଦନଶୀଳତା ବି ବଢ଼ିଯାଏ। ଏହା ଆମ ତ୍ୱଚାର ସ୍ଥାୟୀ ଭାବେ କ୍ଷତି କରିଥାଏ। ଫଳରେ ତ୍ୱଚା କେତେବେଳେ ଶୁଷ୍କ ହୋଇଯାଏ ତ କେତେବେଳେ କୁଣ୍ଡାଇ ହୋଇ ଫଳିଯାଏ। ଏହା ବାୟୁର ହାନିକାରକ ଅଣୁ ସହ ବି ଲଢ଼ିପାରେ ନାହିଁ। ଫଳରେ ଧୀରେ ଧୀରେ ଚର୍ମ ଖରାପ ହୋଇଯାଏ।
ଏଥିରୁ ରକ୍ଷା ପାଇବା ଉପାୟ:
- ପ୍ରଚୁର ପାଣି ପିଅନ୍ତୁ। କିନ୍ତୁ ପାଣିରୁ ହେଉଥିବା ରେଡିଏସନ୍ ଠାରୁ ନିଜକୁ ଦୂରେଇ ରଖନ୍ତୁ।
- ମୁହଁକୁ ନିୟମିତ ଧୁଅନ୍ତୁ ଓ ଆଖିକୁ ପାଣି ଛାଟନ୍ତୁ। ଏହା ଦ୍ୱାରା ହାନିକାରକ ବିକିରଣ ଧୋଇଯିବ।
- ତ୍ୱଚାକୁ ବିକିରଣରୁ ବଞ୍ଚାଇବା ପାଇଁ ମଶ୍ଚରାଇଜର ଯୁକ୍ତ ଫେସ୍ କ୍ରିମ୍ ବ୍ୟବହାର କରନ୍ତୁ।
- ଶୋଇବା ବେଳେ ମୋବାଇଲକୁ ଶରୀର ଠାରୁ ଦୂରରେ ରଖନ୍ତୁ।
Also Read: ବିଶ୍ୱର ବଡ଼ ନେତାଙ୍କୁ ପ୍ରିୟଙ୍କା ଚୋପ୍ରାଙ୍କ ଅପିଲ, ୟୁକ୍ରେନ୍ ଶରଣାର୍ଥୀଙ୍କ ପାଇଁ ମାଗିଲେ ସହାୟତା; ଭିଡିଓ ଭାଇରାଲ