ମଧୁମେହ MODY ରୋଗରେ ଆକ୍ରାନ୍ତ ହେଉଛନ୍ତି ୨୫ ବର୍ଷରୁ କମ ବୟସର ଲୋକ, ସାବଧାନ ରୁହନ୍ତୁ

ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଜରୁରୀ ହୋଇଥାଏ ଯେ ସେମାନେ ନିଜ ଲାଇଫଷ୍ଟାଇଲ ପ୍ରତି ଧ୍ୟାନ ଦେବେ। ଖାଦ୍ୟପାନୀୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଏ। ବିଶେଷ କରି ଯେପରି ସେମାନଙ୍କ ବ୍ଲଡ ସୁୁଗାର ମାତ୍ରା କଣ୍ଟ୍ରୋଲରେ ରହିବ। ବ୍ୟସ୍ତ ଜୀବନଶୈଳୀରେ ଯଦି କିଏ ଖାଇବା ପିଇବାରେ ଟିକେ ବି ଅବହେଳା କରୁ ଛି ତାକୁ ସବୁ ପ୍ରକାର ରୋଗ ମାଡ଼ି ବସୁଛି। ଏହାରି ମଧ୍ୟରୁ ମଧୁମେହ ମଧ୍ୟ ଲିଷ୍ଟରେ ରହିଛି। ମଧୁମେହ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଲାଣି। ଆଉ ଏହା ସହ ଏବେ ବୟସର କୌଣସି ସମ୍ପର୍କ ନାହିଁ।

ମଧୁମେହ ଏମିତି ଏକ ରୋଗ ଯେଉଁଥିପାଇଁ ଆମକୁ ସର୍ବଦା ଆମ ଜୀବନଶୈଳୀକୁ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ। ମଧୁମେହ ରୋଗୀଙ୍କୁ ତାଙ୍କ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିଥାଏ। ଯଦି ସେମାନେ ଖାଦ୍ୟ ନିୟନ୍ତ୍ରଣ ନକରନ୍ତି ତେବେ ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇପାରେ। ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ଏ ଖବର ଆପଣଙ୍କ ପାଇଁ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ।

ଏହି ରୋଗ ଦୀର୍ଘ ସମୟ ଧରି ରକ୍ତରେ ସୁଗାର ସ୍ତର ବଢ଼ାଇଥାଏ। ଯେଉଁଥିପାଇଁ ରୋଗୀକୁ ବାରମ୍ଵାର ପରିସ୍ରା ଲାଗିଥାଏ। ଅତ୍ୟଧିକ ଭୋକ ଏବଂ ଶୋଷ ଲାଗିବା ଭଳି ସମସ୍ୟା ଭୋଗିବାକୁ ପଡେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ଏପରି ଏକ ରୋଗ ଯେଉଁଥିରେ ଶରୀରରେ ଇନସୁଲିନ୍ ଉତ୍ପାଦନ କରେ ନାହିଁ ଏବଂ ଯଦି ଏପରି ଦୀର୍ଘ ସମୟ ଧରି ଲାଗିରୁହେ, ତେବେ ରୋଗୀ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।

patient
pc: the diabetis council

ଆଜିକାଲି କମ ବୟସର ପିଲା ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ୨୫ ବର୍ଷରୁ କମ ପିଲାମାନେ ଏକ ଭିନ୍ନ ପ୍ରକାରର ଡାଇବେଟିସ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାକୁ maturity onset diabetis of the young ବା MODY କୁହାଯାଉଛି। ଭାରତରେ ଅଧିକାଂଶ ଲେଶକ ଏହି ଗମ୍ଭୀର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯଦି ଏହା କୌଣସି ବ୍ୟକ୍ତି କୁ ଗ୍ରାସ କରେ ତେବେ ଶରୀରରୁ ଏହା ଶୀଘ୍ର ଯାଏ ନାହିଁ।

ଏହି ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୧ ରୁ ୪% ରୋଗୀ ସୁସ୍ଥ ହୁଅନ୍ତି। ତେବେ ଆଜି ଜାଣନ୍ତୁ ଏହି ସମସ୍ୟାରୁ ଆପଣ କିପରି ରକ୍ଷା ପାଇପରିବେ।

ସବୁଠୁ ବଡ଼ କଥା ହେଉଛି ନିଜ ଲାଇଫଷ୍ଟାଇଲ ବା ଜୀବନଶୈଳୀକୁ ପରିବର୍ତ୍ତନ କରନ୍ତୁ। ତେବେ ଏହି ସମସ୍ୟା ଥିଲେ ସାଧାରଣ ଭାବେ ରକ୍ତ ସର୍କରାରୁ ଜଣାପଡ଼ିଥାଏ। ଏହାର ଟାଇପ ୧ ଓ ଟାଇପ ୨ ମଧୁମେହ ସହ ଓଭରଲ୍ୟାପ ହୋଇପାରେ। ଏହାଦ୍ୱାରା ବଡ଼ ସମସ୍ୟା ହେବାର ଆଶଙ୍କା ବଢ଼ିଯାଏ। ଏହାକୁ ରୋକିବାକୁ ହେଲେ ନିଜ ଜୀବନ ଶୈଳୀକୁ ପରିବର୍ତ୍ତନ କରିବାକୁ ହେବ।

ଯଦି ଆପଣଙ୍କୁ ଏହି ସମସ୍ୟା ଅଛି ତେବେ ଜାଣିରଖନ୍ତୁ ଆପଣଙ୍କ ଆଗାମୀ ପିଢ଼ିର ୫୦% ଜଣଙ୍କୁ ଏହି ସମସ୍ୟା ହୋଇପାରେ। ତେଣୁ ଆଗୁଆ ଚେକଅପ କରିନିଅନ୍ତୁ। ଏହା ୪ ପ୍ରକାର ରହିଛି :
1-HNF1-alpha
2-HNF4-alpha
3-HNF1-beta
4-gluckinase

Leave A Reply

Your email address will not be published.