ୟୁରିକ୍‌ ଏସିଡ୍‌ ଥିବା ବ୍ୟକ୍ତି ଆରାମରେ ଖାଇପାରିବେ ଏହି ଡାଲି, ହେବନି କିଛି କ୍ଷତି

କିଡ୍‌ନୀ ୟୁରିକ୍‌ ଏସିଡ୍‌କୁ ଫିଲ୍ଟର କରିନପାରିଲେ ଏହା ଶରୀର ଭିତରେ ରକ୍ତରେ ଜମା ହୋଇଯାଏ। ପରେ ଏହା ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ହାଡ଼ ମଧ୍ୟରେ ଜମାଟ ବାନ୍ଧେ। ଫଳରେ ଶରୀର ଭିତରୁ ଦୁର୍ବଳ ହୋଇଯାଏ। ଏଭଳି ସ୍ଥିତିକୁ Gout କୁହାଯାଏ। ଶରୀରରେ ୟୁରିକ୍‌ ଏସିଡ୍‌ର ସ୍ତର ବଢ଼ିଲେ ଅନ୍ୟ କେତେକ ସମସ୍ୟା ମଧ୍ୟ ଦେଖାଦିଏ। ଆଣ୍ଠୁ ଗଣ୍ଠି ବିନ୍ଧିବା, ବ୍ଲଡ୍‌ ପ୍ରେସର, କିଡ୍‌ନି ସମ୍ବନ୍ଧୀୟ ରୋଗ ଆଦି ମଧ୍ୟ ୟୁରିକ୍‌ ଏସିଡ୍‌ ବୃଦ୍ଧି ପାଇବା ଯୋଗୁ ଦେଖାଦିଏ। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା ସହ ଡାଏଟ୍‌ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

ହାଇ ୟୁରିକ୍‌ ଏସିଡ୍‌ ସମସ୍ୟାରେ ପୀଡ଼ିତ ଥିବା ରୋଗୀଙ୍କୁ ନିଜ ଭୋଜନରେ ଲୋ ପ୍ୟୁରିନ୍‌ ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ। ତେବେ ସାଧାରଣତଃ ୟୁରିକ୍‌ ଏସିଡ୍‌ ସମସ୍ୟା ଥିବା ଲୋକଙ୍କୁ ଡାଲି ଖାଇବାକୁ ମନା କରାଯାଏ। କିନ୍ତୁ ଡାକ୍ତରମାନେ ସ୍ପଷ୍ଟ ଭାବେ କହିନଥାନ୍ତି ଯେ କେଉଁ ଡାଲି ଖାଇବା ଅନୁଚିତ। ଏକ୍ସପର୍ଟଙ୍କ ମୁତାବକ, ୟୁରିକ୍‌ ଏସିଡ୍‌ ଥିବା ରୋଗୀ ମୁଗ ଡାଲି ଖାଇପାରିବେ। ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ।

ଏକ୍ସପର୍ଟଙ୍କ ମୁତାବକ, ୟୁରିକ୍‌ ଏସିଡ୍‌ ଥିବା ରୋଗୀ ମୁଗ ଡାଲି ଖାଇଲେ କୌଣସି ଅସୁବିଧା ନାହିଁ। ଏହା ବେଶ୍‌ ହାଲ୍‌କା ଓ ହେଲ୍‌ଦି ହୋଇଥାଏ। ଏହାକୁ ଆପଣ ଖେଚୁଡ଼ି କିମ୍ବା ଗଜା କରି ମଧ୍ୟ ଖାଇପାରିବେ। ମୁଗ ଡାଲିରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ରହିଥାଏ। ଏହାକୁ ଯେକୌଣସି ରୂପରେ ଖାଇଲେ ବି ଶରୀରର ଲାଭ ହୋଇଥାଏ।

ଏସବୁ ଡାଲି ଜମା ଖାଆନ୍ତୁ ନାହିଁ:

ୟୁରିକ୍‌ ଏସିଡ୍‌ ଥିବା ବ୍ୟକ୍ତି ରାଜମା, ଚଣା, ଛୋଲେ ଡାଲି ପ୍ରଭୃତି ଖାଇବା ଅନୁଚିତ। ଏସବୁ ଖାଇବା ଦ୍ୱାରା ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ଅତ୍ୟଧିକ ବଢ଼ିଯାଏ। ଫଳରେ ପୀଡ଼ା ବଢ଼େ।
ୟୁରିକ୍‌ ଏସିଡ୍‌ ଥିବା ବ୍ୟକ୍ତି ଭୋଜନରେ ମଟର, ଛତୁ, ବାଇଗର ଓ ସବୁଜ ପନିପରିବା ଖାଇପାରିବେ। ଏସବୁ ଜିନିଷ ଶରୀରରେ ୟୁରିକ୍‌ ଏସିଡ୍‌କୁ କଣ୍ଟ୍ରୋଲ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.