ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ମୁଗ ଡାଲି, ଜାଣନ୍ତୁ ଏହାର ଉପକାରିତା

ଆମେ ଭାରତୀୟ ମାନଙ୍କ ମୁଖ୍ୟ ଖାଦ୍ୟ ତାଲିକାରେ ପ୍ରତିଦିନ ଭାତ, ଡାଲି ନିଶ୍ଚୟ ରହିଥାଏ । ସେହି ଅନୁସାରେ ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ଡାଲି ଖାଇଥାଉ । ଡାଲି ର ସ୍ୱାଦ ମଧ୍ୟ ଅଲଗା ଅଲଗା ପ୍ରକାର ରହିଥାଏ । ସେହି ଅନୁସାରେ ହରଡ଼ ଓ ବୁଟ ଡାଲି ଅପେକ୍ଷା ମୁଗ ଡାଲି ସ୍ୱାସ୍ଥ୍ୟ ପକ୍ଷେ ସର୍ବୋତ୍କୃଷ୍ଟ ବୋଲି ଜଣ ଯାଇଛି । ଅନେକ ପୋଷକ ତତ୍ତ୍ୱରେ ଭରପୂର ମୁଗ ଡାଲି ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେଇଥାଏ । ଜ୍ୱର ଏବଂ କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଏହାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ । ମୁଗ ଡାଲି ଆପଣଙ୍କୁ ଡେଙ୍ଗୁ ଭଳି ବିପଜ୍ଜନକ ରୋଗରୁ ରକ୍ଷା କରିଥାଏ। ତେଣୁ ଭାରତୀୟ ଖାଦ୍ୟରେ ମୁଗ ଡାଲି ବହୁତ ବ୍ୟବହୃତ ହୋଇଥାଏ ।

ମୁଗ ଡାଲି ରେ ଭିଟାମିନ୍ ‘ଏ’, ‘ବି’, ‘ସି’ ଏବଂ ‘ଇ’ ଭରପୂର ମାତ୍ରାରେ ରହିଛି । ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ତମ୍ବା, ଫୋଲେଟ୍, ଫାଇବର ରହିଛି । ଏହା ସହିତ କ୍ୟାଲୋରୀ ପରିମାଣ ବହୁତ କମ୍ ଥିବାବେଳେ ଏହାକୁ ମଧୁମେହ ରୋଗୀ ମାନେ ଖାଇପାରିବେ ବୋଲି ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇ ଥାନ୍ତି । ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବା ବ୍ୟତୀତ ଏହା ଓଜନ ସନ୍ତୁଳିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ତେବେ ଚାଲନ୍ତୁ ଜାଣିବା ମୁଗ ଡାଲିର ଉପକାରିତା ବିଷୟରେ …

ମୁଗଡାଲି ନିୟମିତ ଭାବରେ ସେବନ କରିବା ଦ୍ୱାରା ଆପଣଙ୍କ ପାଚନ ସମସ୍ୟା ଠିକ ରହିଥାଏ । ଏଥିରେ ଥିବା ପୋକଟିନ ନାମକ ଫାଇବର ପାଚନ କ୍ରିୟାକୁ ସନ୍ତୁଳିତ କରେ l ଏହା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ ।

ରକ୍ତଚାପ ନିୟନ୍ତ୍ରଣ କରେ ମୁଗ ଡାଲି । ଶରୀରେ ରକ୍ତଚାପ ନିୟନ୍ତ୍ରଣ ରହିବା ନିହାତି ଆବଶ୍ୟକ । ମୁଗ ଡାଲିରେ ଥିବା ମଗ୍ନେଶୀୟମ ଓ ପୋଟାସିୟମ ଶରୀରର ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।

ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିବା ପାଇଁ ମୁଗଡାଲି ଲାଭଦାୟକ ଅଟେ । କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି ।

ମୁଗ ଡ଼ାଲିରେ ପ୍ରୋଟିନ ,ଭିଟାମିନ ଏ ,ବି ,ସି ଓ ଇ ଭରପୁର ମାତ୍ରାରେ ରହିଛି । ଏହା ସହିତ ମୁଗ ଡ଼ାଲିରେ ଫାଇବର ,ଫୋଲେଟ ,ମଗ୍ନେଶୀୟମ ,ଫସଫରସ ,ଆଇରନ ଭଳି ତତ୍ୱ ମଧ୍ୟ ରହିଛି l ଯାହା ଆମ ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ ।

ମୁଗ ଡାଲି ଇମ୍ୟୁନିଟିକୁ ବୃଦ୍ଧି କରିଥାଏ । ଏଥିରେ ଥିବା ପୋଷାକ ତତ୍ୱ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ l ସେଥିପାଇଁ ସକାଳୁ ଖାଲି ପୋଟରେ ଗଜା ମୁଗ ଖାଇବା ଦ୍ୱାରା ଶରୀରକୁ ଅଧିକ ଶକ୍ତି ମିଳିଥାଏ ।

ଓଜନ କମ୍ କରାଏ ମୁଗ ଡାଲି । ମୁଗ ଡାଲି ସେବନ କରିବା ଦ୍ୱାରା ଶୀଘ୍ର ଭୋକ ଲାଗିନଥାଏ । ଏଥିରେ ଥିବା ପ୍ରୋଟିନ ଶରୀରର କ୍ଷତିଗ୍ରସ୍ତ ଟିସୁକୁକୁ ନିର୍ମାଣ କରିଥାଏ । ଯାହା ଫଳରେ ଶରରୀରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

ହାର୍ଟ ପାଇଁ ଲାଭଦାୟକ ମୁଗ । ଏହା ଅନିୟମିତ ହୃଦସ୍ପନ୍ଦନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ମୁଗ ଡାଲିରେ ପ୍ରସ୍ତୁତ ହାଲୁକା ଉଚ୍ଚ ରକ୍ତଚାପ କିମ୍ବା ହୃଦରୋଗରେ ପୀଡିତ ଲୋକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଖାଦ୍ୟ ଅଟେ । ଯାହା ହୃଦରୋଗୀଙ୍କ ପାଇଁ ଲାଭଦାୟକ ଅଟେ ।

ମଧୁମେହକୁ ରୋକିବାରେ ସାହାଯ୍ୟ କରେ ମୁଗ ଡାଲି । ମୁଗ ଡାଲିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି ଯାହା ଫଳରେ, ଏହା ଶରୀରେ ଇନସୁଲିନ୍, ରକ୍ତ ଗ୍ଲୁକୋଜ ଏବଂ ଚର୍ବି ସ୍ତରକୁ ତଳକୁ ଆଣିବାରେ ସାହାଯ୍ୟ କରେ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ଏବଂ ମଧୁମେହର ଆଶଙ୍କା କମ୍ କରିବାରେ ସାହାଯ୍ୟ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.