ଲାଇଫ୍ ଷ୍ଟାଇଲ୍

ଅତ୍ୟଧିକ ମୁଲତାନୀ ମାଟିର ବ୍ୟବହାର ବିଗାଡିପାରେ ତ୍ୱଚାର ସୁନ୍ଦରତା, କରିଥାଏ ଅନେକ କ୍ଷତି

ପ୍ରତ୍ୟେକ ମହିଳା ନିଜକୁ ସୁନ୍ଦର ଦେଖିବାକୁ ଚାହାନ୍ତି। ଏଥିପାଇଁ ବଜାରରେ ମିଳୁଥିବା ମହଙ୍ଗା ପ୍ରଡକ୍ଟ ବ୍ୟବହାର କରନ୍ତି। ଏହାଛଡା ପ୍ରାକୃତିକ ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରନ୍ତି। ଏମିତି ପ୍ରାକୃତିକ ଜିନିଷ ମଧ୍ୟରେ ମୁଲତାନୀ ମାଟି ଅନ୍ୟତମ। ଯାହାକୁ ସୁନ୍ଦରତା ପାଇଁ ବହୁଳ ବ୍ୟବହାର କରାଯାଏ। ଏଥିରେ ଥିବା ଔଷଧୀୟ ଗୁଣ ଯୋଗୁଁ ଆପଣଙ୍କ ଚେହେରା ଗ୍ଲୋ କରିଥାଏ। କିନ୍ତୁ ସାବଧାନ, ଅଧିକ ମୁଲତାନୀ ମାଟିର ବ୍ୟବହାର ଆପଣଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା, ମୁଲତାନୀ ମାଟି ଆପଣଙ୍କ ତ୍ୱଚାକୁ କ’ଣ ହାନି ପହଞ୍ଚାଇଥାଏ…

ଥଣ୍ଡା-କାଶ :

ଯଦି ଆପଣଙ୍କୁ ବହୁତ ଜଲଦି ଥଣ୍ଡା ହୋଇଯାଏ କିମ୍ବା ଥଣ୍ଡା-କାଶରେ ପୀଡିତ ଅଛନ୍ତି, ତେବେ ମୁଲତାନୀ ମାଟିର ବ୍ୟବହାର କରିବାକୁ ଦୂରେଇ ରହିବା ଉଚିତ। ମୁଲତାନୀ ମାଟି ହିଁ ଥଣ୍ଡା। ଏଥିପାଇଁ ଏହା ଆପଣଙ୍କର ଥଣ୍ଡା କାଶ ସମସ୍ୟା ବଢାଇଦିଏ।

ଅଧିକ ବ୍ୟବହାର କରନ୍ତୁ ନାହିଁ :

ଆପଣ ଯଦି ପ୍ରତିଦିନ ମୁଲତାନୀ ମାଟିର ଫେସପ୍ୟାକ ବ୍ୟବହାର କରନ୍ତୁ, ତେବେ ଏହାକୁ ତୁରନ୍ତ ବନ୍ଦ କରିଦିଅନ୍ତୁ। ପ୍ରତିଦିନ ଏହାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଭାଙ୍ଗ ଆସିଥାଏ। ତା’ ଛଡା ତ୍ୱଚା କୁଣ୍ଡାଇ ହୁଏ।

ସମ୍ବେଦନଶୀଳ ତ୍ୱଚା ପାଇଁ ହାନିକାରକ :

ଯେଉଁ ଲୋକ ତ୍ୱଚା ଅଧିକ ସମ୍ବେଦନଶୀଳ, ସେମାନେ କୌଣସି ବିୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି ନାହିଁ। ଏଥିପାଇଁ ସେମାନେ ମୁଲତାନୀ ମାଟି ବ୍ୟବହାର କରିବା ଉଚିତ ନୁହେଁ। ସେମାନେ ଏହାକୁ ବ୍ୟବହାର କରିବା ଦ୍ୱାରା ମୁହଁରେ ଦାନା ଦାନା ଭଳି କ’ଣ ଉଠିଯାଏ।

ଶୁଷ୍କ ତ୍ୱଚା ପାଇଁ କ୍ଷତି :

ମୁଲତାନୀ ମାଟି ବ୍ୟବହାର କରିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ। ତେଣୁ ଯାହାର ତ୍ୱଚା ଶୁଷ୍କ ରହିଥାଏ, ସେମାନେ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ। ଏହାକୁ ଲଗାଇବା ପରେ ଡ୍ରାଏନେସ ବଢିଯାଏ ତ୍ୱଚାକୁ କ୍ଷତି ପହଞ୍ଚିଥାଏ।

Swagatika

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

5 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

19 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

25 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

55 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago