ଅଧିକାଂଶ ଲୋକ ଭୁଲ୍ ଉପାୟରେ ଖାଇ ଥାଆନ୍ତି ପନିର! ଆପଣ କଞ୍ଚା ଖାଇବେ ନା ଭାଜି ଖାଇବେ; ଜାଣି ରଖନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା
ପନିର ଏକ ଏମିତି ଖାଦ୍ୟ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ଏଥି ସହିତ ଏହା ସ୍ୱାଦରେ ମଧ୍ୟ ବହୁତ ସ୍ୱାଦିଷ୍ଟ ହୋଇଥାଏ। ଏମିତି କେହି ଶାକାହାରୀ ବ୍ୟକ୍ତି ନ ଥିବେ, ଯାହାଙ୍କୁ ପନିର ଖାଇବାକୁ ପସନ୍ଦ ନ ଥିବ। ପନିରକୁ ନେଇ ଲୋକଙ୍କ ମନରେ ସବୁବେଳେ ଏକ ପ୍ରଶ୍ନ ଆସିଥାଏ ଯେ ଏହାକୁ ଖାଇବାର ସଠିକ୍ ଉପାୟ କ’ଣ? କିଛି ଲୋକ ପଚାରନ୍ତି, ପନିରକୁ କଞ୍ଚା ଖାଇବା ଭଲ ନା ଭାଜିକି ଖାଇବା ଉଚିତ୍। ତ ଆଜି ଆମେ ଆପଣଙ୍କୁ କହିବୁ କି, ପନିରକୁ ଆପଣ କିପରି ସେବନ କରିବେ। ଡାୟଟିସିଆନଙ୍କ କହିବା ମୁତାବକ, ପନିରରେ ପୋଷକ ତତ୍ତ୍ୱ ଅଧିକ ମାତ୍ରାରେ ରହିଥାଏ ଏବଂ କ୍ୟାଲୋରୀ କମ୍ ମିଳିଥାଏ। ଏହି କାରଣରୁ ପନିର ସେବନ ଦ୍ୱାରା ଶରୀରକୁ କୌଣସି ବି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇ ନ ଥାଏ।
ପନିର ଭାଜିଲେ ନଷ୍ଟ ହୋଇଯାଏ ପୋଷକ ତତ୍ତ୍ୱ
ଡାୟଟିସିଆନଙ୍କ ଅନୁସାରେ, ଆପଣ ପନିରକୁ କଞ୍ଚା କିମ୍ବା ଭାଜିକି, ଯେ କୌଣସି ଉପାୟରେ ଖାଇ ପାରିବେ। ଉଭୟ ଉପାୟରେ ପନିର ଖାଇବା ଦ୍ୱାରା କୌଣସି ବି ପ୍ରକାରର କ୍ଷତି ହୋଇ ନ ଥାଏ। କିନ୍ତୁ ଯଦି ଆପଣ ପନିରକୁ ଭାଜି ଖାଇବେ, ତେବେ ଏହାର କିଛି ପୋଷକ ତତ୍ତ୍ୱ ନଷ୍ଟ ହୋଇପାରେ, ଯେଉଁଥିପାଇଁ ଆପଣଙ୍କୁ ଏହାର କମ୍ ଫାଇଦା ମିଳିବ। ବିଶେଷଜ୍ଞଙ୍କ ମୁତାବକ, ପନିର ହେଉଛି ପ୍ରୋଟିନର ଖଣି। ଏଥିରେ ଗୁଡ୍ ଫ୍ୟାଟ୍ ମଧ୍ୟ ମିଳିଥାଏ, ଯାହାକୁ ନିୟମିତ ଭାବରେ ସେବନ କରିବା ଦ୍ୱାରା ଶରୀର ଫିଟ୍ ଏବଂ ଏନର୍ଜେଟିକ ରହିଥାଏ। ଏହାଦ୍ୱାରା ଶରୀରର ହାଡ଼ ମଜଭୁତ ରହିଥାଏ। ଏଥି ସହିତ ଓଜନ ମଧ୍ୟ ନିୟନ୍ତ୍ରଣରେ ରୁହେ।
ପ୍ୟାକ୍ଡ ପନିର ଖାଇବା ପୂର୍ବରୁ ସଫା କରନ୍ତୁ
ଡାୟଟିସିଆନଙ୍କ ମୁତାବକ, ଯଦି ଆପଣ ନିଜ ଘରେ କ୍ଷୀରରୁ ପନିର ତିଆରି କରୁଛନ୍ତି କିମ୍ବା ଡାୟରୀରୁ ନିଜ ସାମ୍ନାରେ ପନିର ତିଆରି କରି ଆଣିଛନ୍ତି, ତ ଏହାକୁ କଞ୍ଚା ମଧ୍ୟ ଖାଇ ପାରିବେ। ଯଦି ଆପଣ ଦୋକାନରୁ ପ୍ୟାକ୍ଡ ପନିର କିଣିକି ଆଣୁଛନ୍ତି, ତ ଏହାକୁ କଞ୍ଚା ଖାଇବା ପୂର୍ବରୁ କିଛି ସମୟ ପାଇଁ ଗରମ ପାଣିରେ ପକାଇ ରଖନ୍ତୁ। କାରଣ, ଏହା ଅନେକ ଦିନ ପୂର୍ବରୁ ତିଆରି ହୋଇଥିବାରୁ ଏହା ଉପରେ ମଇଳା କିମ୍ବା ବ୍ୟାକ୍ଟେରିଆ ଥିବାର ଆଶଙ୍କା ରହିଥାଏ। ତେଣୁ ଏହାକୁ କିଛି ସମୟ ଗରମ ପାଣିରେ ରଖିବା ପରେ ଆପଣ ବ୍ୟବହାର କରି ପାରିବେ।