ଏହି ତାରିଖରେ ଜନ୍ମ ନେଇଥିବା ଲୋକଙ୍କ ଥାଏ ଅଭୂତପୂର୍ବ ନିର୍ଣ୍ଣୟ କ୍ଷମତା, ବନିଥାନ୍ତି ଡାକ୍ତର ଓ ଦାର୍ଶନିକ

ଅଙ୍କ ଜ୍ୟୋତିଷ ଏକ ପ୍ରାଚୀନ କଳା, ଯାହା ଆମର ଭବିଷ୍ୟତ ଓ ବ୍ୟବହାର ନିର୍ଦ୍ଧାରଣରେ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସବୁ ତାରିଖରେ ଜନ୍ମ ନେଇଥିବା ଲୋକଙ୍କ ମୂଳାଙ୍କ ଓ ଜନ୍ମାଙ୍କ ଅଲଗା ଅଲଗା ହୋଇଥାଏ । ଏଥର ଆମେ ମୂଳାଙ୍କ ୭ ବାଲା ପୁରୁଷ ଓ ମହିଳାଙ୍କ ବ୍ୟବହାର ସମ୍ପର୍କରେ କହିବୁ । ୭,୧୬ ଓ ୨୫ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ମୂଳାଙ୍କ ୭ ହୋଇଥାଏ, ଯାହାର ସ୍ୱାମୀ ଗ୍ରହ କେତୁ ଅଟନ୍ତି ।

୭ ମୂଳାଙ୍କ ବ୍ୟକ୍ତିଙ୍କ ସ୍ୱଭାବ

ଜନ୍ମାଙ୍କ ୭ ବାଲା ଲୋକଙ୍କ ସ୍ୱାମୀ ଗ୍ରହ କେତୁ ହୋଇଥିବା କାରଣରୁ ଏମାନେ ବହୁତ ରହସ୍ୟମୟୀ ପ୍ରବୃତିର ଲୋକ ହୋଇଥାନ୍ତି । ଏମିତି ଲୋକ ବହୁତ ଗମ୍ଭୀର ଓ ଶାନ୍ତ ସ୍ୱଭାବର ଲୋକ ହୋଇଥାନ୍ତି । ଏମାନଙ୍କ ମନର କଥା ଜାଣିବା ବହୁତ କାଠିକର ପାଠ ହୋଇଥାଏ । ଏମାନେ ଅନ୍ୟ ଲୋକଙ୍କ ମନର କଥା ଜାଣିବାକୁ ବହୁତ ଉତ୍ସୁକ ହୋଇଥାନ୍ତି । ଏମାନେ ସନ୍ଦେହୀ ହୋଇଥାନ୍ତି । ଏମାନେ ବହୁତ ଶାନ୍ତିପ୍ରିୟ ଓ ଏକାନ୍ତବାସୀ ହୋଇଥାନ୍ତି । ହେଲେ ନିଜର ବିଲକ୍ଷଣ ନିର୍ଣ୍ଣୟ କ୍ଷମତା ପାଇଁ ଏମାନେ ପ୍ରଖର ବକ୍ତା ଓ ଦୂରଦର୍ଶୀ ହୋଇଥାନ୍ତି । ଏମାନଙ୍କ କଳ୍ପନା ଶକ୍ତି ଅନ୍ୟ ଅପେକ୍ଷା ବହୁତ ଶକ୍ତିଶାଳୀ ହୋଇଥାଏ ।

୭ ମୂଳାଙ୍କ ବ୍ୟକ୍ତିଙ୍କ କ୍ୟାରିଅର

ନିଜର ଅଭିବ୍ୟକ୍ତି କ୍ଷମତା କାରଣରୁ ଏହି ଲୋକ କବି, ଲେଖକ ଓ ଦାର୍ଶନିକ ହୋଇଥାନ୍ତି । ଏମାନେ ମଧ୍ୟ ସରକାରୀ ଉଚ୍ଚ ପଦବୀରେ ରହିଥାନ୍ତି । ଏହି ଲୋକ ଜଜ,ଡାକ୍ତର,ଅଧ୍ୟାପକ ଓ ବୈଜ୍ଞାନିକ ଭାବେ ନିଜ କ୍ୟାରିଅର ଗଢ଼ିଥାନ୍ତି । ଏମାନଙ୍କୁ ଅନ୍ୟର କାର୍ଯ୍ୟ କେବେ ପସନ୍ଦ ହୋଇ ନଥାଏ । ଏମାନେ ସର୍ବଦା ସେଥିରେ ତ୍ରୁଟି ଖୋଜିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.