କେବଳ ସ୍ୱାଦ ନୁହେଁ ଜବରଦସ୍ତ ଗୁଣରେ ଭରପୂର ‘ଛତୁ’ ! ବର୍ଦ୍ଧିତ ବୟସକୁ ନିୟନ୍ତ୍ରଣ ରଖି ଆପଣଙ୍କୁ ବନାଇଥାଏ ଯୁବା. . .

ଛତୁ ବିଷୟରେ ସମସ୍ତେ ଶୁଣିଥିବେ ଏବଂ ଖାଇଥିବେ। କିନ୍ତୁ କଣ ଆପଣ ଜାଣନ୍ତି ଏହା କେବଳ ଖାଦ୍ୟରେ ହିଁ ସ୍ୱାଦିଷ୍ଟ ହୋଇନଥାଏ ବରଂ ଅନେକ ଗୁଣର ଭଣ୍ଡାର ମଧ୍ୟ। ଏହାକୁ ନରମ ଏବଂ ସନ୍ତସନ୍ତିଆ ଜାଗାରେ ଚାଷ କରାଯାଏ। ଛତୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ। ଆୟୁର୍ବେଦରେ ଏହାକୁ ଔଷଧ ରୂପରେ ବ୍ୟବହାର କରାଯାଏ। ତେବେ ଆସନ୍ତୁ ଜାଣିବା ପୋଷକ ତତ୍ତ୍ୱରେ ଭରପୂର ଛତୁକୁ ଖାଇବା ଦ୍ୱାରା କେଉଁ ପ୍ରକାରର ସ୍ୱାସ୍ଥ୍ୟକୁ ଫାଇଦା ମିଳିଥାଏ।
ବର୍ଦ୍ଧିତ ବୟସକୁ କରେ ନିୟନ୍ତ୍ରଣ
ଛତୁକୁ ଖାଇବା ଦ୍ୱାରା ଶରୀରରେ ଭରପୂର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ମିଳିଥାଏ। ଯାହା ବଢ଼ୁଥିବା ବୟସର ଲକ୍ଷଣକୁ କମ୍ କରିଥାଏ ଏବଂ ତ୍ୱଚାରେ ଚମକ ଆଣିଥାଏ ଯେଉଁକାରଣରୁ ଆପଣ ଯୁବା ଦେଖାଯାନ୍ତି।
ନିଶ୍ଚୟ ପଢନ୍ତୁ : ବ୍ରେକଫାଷ୍ଟରେ ପ୍ରତିଦିନ ଖାଉଛନ୍ତି କି ବ୍ରେଡ୍ ତେବେ ହୋଇଯାନ୍ତୁ ସାବଧାନ, ହୋଇପାରେ ଏହି ଘାତକ ରୋଗ !
ରୋଗ ପ୍ରତିରୋଧକ କ୍ଷମତାର ବିକାଶ
ଛତୁକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତାର ବିକାଶ ହୋଇଥାଏ। ଯେଉଁ କାରଣରୁ ଥଣ୍ଡା, ଜ୍ୱର ଭଳି ରୋଗ ଶୀଘ୍ର ହୋଇନଥାଏ।
ଗଣ୍ଠିକୁ ରଖିଥାଏ ମଜବୁତ
ଛତୁର ପ୍ରତିଦିନ ସେବନ ଦ୍ୱାରା ଗଣ୍ଠି ମଜବୁତ ହୋଇଥାଏ। ଏଥିରେ ଭିଟାମିନ ଡି ପର୍ଯ୍ୟାପ୍ତ ମାତ୍ରାରେ ହୋଇଥାଏ ଯାହା ଆମ ଶରୀରର ୨୦ ପ୍ରତିଶତ ଭିଟାମିନର ଆବଶ୍ୟକତାକୁ ପୂରା କରିଥାଏ।
ଏହାସହ ପଢନ୍ତୁ : ଏକ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପିଆନ୍ତୁ ନାହିଁ ଗାଈର କ୍ଷୀର, ବଢ଼ିଯିବ ଏହି ରୋଗର ଭୟ !
ହ୍ରୁଦରୋଗ ଠାରୁ ରକ୍ଷା କରିଥାଏ
ଛତୁରେ ବିଟା ଗ୍ଲୁକେନ ରହିଥାଏ ଯାହା ସିଧାସଳଖ କୋଲେଷ୍ଟ୍ରଲକୁ କମ୍ କରିଥାଏ ଏବଂ ଏହାସହିତ ହ୍ରୁଦୟକୁ ସୁସ୍ଥ ରଖିଥାଏ। ଏହାସହିତ ଏହା ଟାଇପ ୨ ଡାଇବେଟିସର ଭୟ ଠାରୁ ରକ୍ଷା କରିଥାଏ।