ଆପଣଙ୍କ ପାଦରେ ଦେଖାଦେଉଛିକି ଏହି ସବୁ ଲକ୍ଷଣ, ଜାଣିରଖନ୍ତୁ ନଚେତ ହୋଇପାରନ୍ତି ହୃଦଘାତର ଶିକାର

ସାଧାରଣତଃ ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ ମାନ ଗୋଡରେ ଦେଖାଯାଇଥାଏ । ଯଦି ଆପଣ ଉଚିତ ସମୟରେ ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ଆଗକୁ ଅଧିକ ସମସ୍ୟା ସୃଷ୍ଟି ହୋଇପାରେ । ଏହି ଲକ୍ଷଣଗୁଡିକୁ ଜମାବି ଅଣଦେଖା କରନ୍ତୁନାହିଁ । ନଚେତ ଆପଣ ହୃଦଘାତର ଶିକାର ହେବାର ସମ୍ମୁଖୀନ ହୋଇପାରନ୍ତି । ଖାଲି ସେତିକି ନୁହେଁ ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ମଧ୍ୟ ଦେଖାଦେଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ପାଦରେ ଦେଖାଯାଉଥିବା ବିଭିନ୍ନ ଲକ୍ଷଣ ବାବଦରେ ।

ଶୀତଦିନେ କିମ୍ବା ବର୍ଷା ବର୍ଷି ଦିନରେ ପାଦ ଥଣ୍ଡା ହୋଇଯିବା ଏକ ସାଧାରଣ କଥା । କିନ୍ତୁ ଯଦି ଖରାଦିନେ ମଧ୍ୟ ଏହି ଲକ୍ଷଣ ଦେଖିବାକୁ ମିଳେ ତେବେ ଆପଣ ଜାଣିରଖନ୍ତୁ ଯେ ଆପଣଙ୍କ ଶରୀରରେ କିଛି ନା କିଛି ସମସ୍ୟା ରହିଛି । ଏପରି ଦେଖା ଦେବା ଅର୍ଥ ଶରୀରରେ ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣମାନ ଦେଖା ଦେଇପାରେ । ଏଭଳି ସ୍ଥିତିରେ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ଉଚ୍ଚ କୋଲେଷ୍ଟ୍ରଲ ଯୋଗୁଁ ପାଦକୁ ହେଉଥିବା ରକ୍ତ ସଞ୍ଚାଳନ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଯାହାର ପ୍ରଭାବ ପାଦରେ ସ୍ପଷ୍ଟ ଦେଖାଯାଏ । ରକ୍ତ ଅଭାବ ଯୋଗୁଁ ପାଦର ଚର୍ମ ଏବଂ ନଖର ରଙ୍ଗ ବଦଳିବାକୁ ଆରମ୍ଭ କରିଥାଏ । କାରଣ ରକ୍ତ ଜରିଆରେ ଯୋଗାଣ ହେଉଥିବା ଅମ୍ଳଜାନ ଏବଂ ପୁଷ୍ଟିକର ତତ୍ତ୍ବ ଯୋଗାଣରେ ବାଧା ସୃଷ୍ଟି ହୋଇଥାଏ ।

ଅନେକ ଲୋକ ରାତିରେ ଶୋଇ ସକାଳୁ ଉଠିବା ପରେ ଦେଖନ୍ତି ତ ଗୋଡ ଫାଟିଯାଇଥାଏ । ଯାହା ଉଚ୍ଚ କୋଲେଷ୍ଟ୍ରଲର ଏକ ପ୍ରମୁଖ ସଙ୍କେତ । ଏହାର ଅର୍ଥ ହେଉଛି ଆପଣଙ୍କ ଶରୀରର ନିମ୍ନ ଭାଗରେ ଥିବା ସ୍ନାୟୁଗୁଡି କ୍ଷତିଗ୍ରସ୍ତ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.