ବ୍ୟାୟାମ କରିବା ପରେ ତତକ୍ଷଣାତ୍ ଶକ୍ତି ଦେବ ଏହି ଡ୍ରିଙ୍କ, ଜାଣନ୍ତୁ ଏହା ବିଷୟରେ

ଅନେକ ଲୋକ ଯୋଗ କିମ୍ୱା ବ୍ୟାୟାମ କରିବା ପରେ ତତକ୍ଷଣାତ୍ ଶକ୍ତି ପାଇବା ପାଇଁ ଅନେକ ଡ୍ରିଙ୍କ ପିଅନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପାନୀୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ପିଇବା ଜରୁରୀ। ଯୋଗ କିମ୍ୱା ବ୍ଯାୟାମ ପରେ ଆପଣ ତୁରନ୍ତ ଶକ୍ତି ପାଇବା ପାଇଁ ନଡିଆ ପାଣି ପିଇ ପାରିବେ। ଏଥିରେ 90 ପ୍ରତିଶତ ଜଳ ଥାଏ। ଏହି କାରଣରୁ ଶରୀରରେ ଜଳର ଅଭାବ ରହିବ ନାହିଁ ଓ ଶରୀର ହାଇଡ୍ରେଟେଡ୍ ରହିଥାଏ।

ନଡ଼ିଆ ପାଣି

ନଡ଼ିଆ ପାଣି ଶରୀରରେ ଥିବା ଟକ୍ସିନ୍ ବାହାର କରିଥାଏ। ବ୍ୟାୟାମ କରିବା ପରେ ଥକାପଣ ଅନୁଭବ ହୁଏ। ଜିମ୍ ଟ୍ରେନରଙ୍କ ଅନୁଯାୟୀ, ବ୍ୟାୟାମ ସମୟରେ ଶରୀରରୁ ଝାଳ ବାହାରିଥାଏ। ଏହି କାରଣରୁ ଶରୀରରେ ଜଳର ଅଭାବ ଦେଖାଦେଇଥାଏ।

ଏଥିପାଇଁ ବ୍ୟାୟାମ କରିବା ପୂର୍ବରୁ ଏବଂ ପରେ ଏନର୍ଜି ପାନୀୟ ପିଇବା ଆବଶ୍ୟକ। ଯଦି ଆପଣ ବ୍ୟାୟାମ କରିବା ପରେ ତତକ୍ଷଣାତ୍ ଶକ୍ତି ପାଇବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଏହି ପାନୀୟଗୁଡିକ ପିଅନ୍ତୁ। ଏଥିମଧ୍ୟରୁ ନଡିଆ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ବିଭିନ୍ନ ପ୍ରକାରର ରୋଗରେ ଲାଭଦାୟକ। ଏହାକୁ ପିଇବା ଦ୍ୱାରା ଶରୀରରେ ଶକ୍ତି ତୁରନ୍ତ ସଞ୍ଚାଳନ ହୁଏ।

ଏଥିରେ ଥିବା ଇଲେକ୍ଟ୍ରୋଲାଇଟ୍, ପୋଟାସିୟମ୍, କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହାର ବ୍ୟବହାର ଦୁର୍ବଳତା ଏବଂ ଥକ୍କାପଣ ଦୂର କରେ। ଏହା ବ୍ୟତୀତ ନଡ଼ିଆ ପାଣି ପିଇବା ଦ୍ୱାରା ଅନିଦ୍ରା ସମସ୍ୟା ମଧ୍ୟ ଦୂର ହୋଇଯାଏ। ଯଦି ଆପଣ ଅନିଦ୍ରା ସମସ୍ୟାରେ ମଧ୍ୟ ଅସୁବିଧାରେ ପଡ଼ନ୍ତି, ତେବେ ଆପଣ ପ୍ରତିଦିନ ନଡିଆ ପାଣି ପିଇପାରିବେ।

ଚ୍ଛାଛ ପିଅନ୍ତୁ:

ଏହା ଛଡ଼ା ଆପଣ ଚ୍ଛାଛ ପିଇ ପାରିବେ। ଏହା ଆପଣଙ୍କ ହଜମ ପ୍ରକ୍ରିୟା ପାଇଁ ସହାୟକ ହୋଇପାରେ। ଏହି ଚ୍ଛାଛ ବା ବଟର ମିଲ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ। ଏଥିରେ ପୋଟାସିୟମ, ଫସଫରସ୍, ପ୍ରୋଟିନ୍, ଭଲ ବ୍ୟାକ୍ଟେରିଆ, ଲାକ୍ଟିକ୍ ଏସିଡ୍, କ୍ୟାଲସିୟମ୍ ସହିତ ଅନେକ ପ୍ରକାରର ଭିଟାମିନ୍ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ। ଶରୀର ମଧ୍ୟ ହାଇଡ୍ରେଟ୍ ରହିଥାଏ। ଏହି କାରଣରୁ ଶରୀରରେ ଜଳର ଅଭାବ ରୁହେ ନାହିଁ।
ଏହା ପିଇବା ଦ୍ଵାରା ମଧ୍ୟ ଶରୀରରେ ଥିବା ବିଷାକ୍ତ ପଦାର୍ଥଗୁଡିକ ବାହାରକୁ ବାହାରିଯାଏ। ଏହା ପିଇବା ଦ୍ୱାରା ମଧ୍ୟ ଶରୀରରେ ତତକ୍ଷଣାତ୍ ଶକ୍ତି ବୃଦ୍ଧି ହୁଏ। ଏଥିପାଇଁ ବ୍ୟାୟାମ ପରେ ଏହାକୁ ପିଇବା ଉଚିତ୍।

ଲେମ୍ବୁ ପାଣି

ଏହା ଛଡ଼ା ଆପଣ ଲେମ୍ବୁ ପାଣି ପିଇ ପାରିବେ। ଏହା ମଧ୍ୟ ଶରୀରକୁ ତତ୍କ୍ଷଣାତ ଶକ୍ତି ଯୋଗାଇ ଥାଏ। ତେବେ ମାର୍କେଟରେ ମିଳୁଥିବା ଏନର୍ଜି ଡ୍ରିଙ୍କ ଠାରୁ ଆପଣ ଯେତେ ଦୂରେଇ ରହିବେ ସେତେ ଭଲ। କାରଣ ଏଥିରେ ଚିନିର ପରିମାଣ ବହୁତ ଥାଏ, ଯାହା ବିଭିନ୍ନ ପ୍ରକାର ରୋଗ କରାଇ ଥାଏ।

Leave A Reply

Your email address will not be published.