ଶୀତ ଦିନିଆ ପରିବାରେ ଭରପୁର ମାତ୍ରାରେ ଥାଏ ଏହି ସବୁ ତଥ୍ୟ, ଏହାକୁ ନିଶ୍ଚିତ ରୂପେ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ

ଶୀତ ଦିନ ମାନଙ୍କରେ ଲୋକେ ନିଜ ଖାଦ୍ୟକୁ ନେଇ ଖୁବ ଉତ୍ସାହିତ ଥାନ୍ତି । ଏହି ଦିନରେ ହିଁ ବିଶେଷ କରି ଗରମ ଗରମ ଭଳି ଭଳିକା ଖାଦ୍ୟ ଖାଇବାକୁ ଅଧିକ ଇଚ୍ଛା ହୋଇଥାଏ । ଏହି ସମୟରେ ହିଁ ବିଭିନ୍ନ ପ୍ରକାରର ପନିପରିବା ମିଳିବା ସହ ବହୁ ପ୍ରକାରର ଫଳ ମଧ୍ୟ ମିଳିଥାଏ । ଆହୁରି ମଧ୍ୟ ଏହି ସମୟରେ ହିଁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଅଧିକ ଇଚ୍ଛା ହୋଇଥାଏ । ପରଠା, ସୁପ, ପକୁଡି, ଗାଜର ହାଲୁଆ ପରି ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ମଜା ଏହି ଦିନରେ ନିଆରା ହୋଇଥାଏ । ତେବେ ଆପଣ ନିଶ୍ଚୟ ଜାଣି ରଖିବା ଉଚିତ ଏହି ଦିନରେ ମିଳୁଥିବା ବିଭିନ୍ନ ପ୍ରକାର ସବୁଜ ପନିପରିବା ଶରୀର ପାଇଁ କେତେ ଉପକାରୀ ହୋଇଥାଏ ।

green

-ସବୁଜ ପନି ପରିବାରେ ମହଜୂତ ଥିବା ଭିଟାମିନ-ସି ଶରୀରର ହାଡ ଓ ତ୍ୱଚା ପାଇଁ ଖୁବ ଲାଭକାରୀ ହୋଇଥାଏ ।

-କିଡ୍ନୀରେ ପଥୁରୀ ସମସ୍ୟା ଏବେ ଅତି ସାଧାରଣ ହୋଇଗଲାଣି । ଶୀତ ଦିନରେ ମିଳୁଥିବା ସବୁଜ ପନି ପରିବା ଆପଣଙ୍କୁ ନିଶ୍ଚିତ ରୂପେ ଏହି ସମସ୍ୟାରୁ ମୁକ୍ତି ଦେଇ ପାରିବ । ଏଗୁଡିକ କିଡ୍ନୀକୁ ନିୟମିତ ଭାବେ ସଫାକରେ । ତେଣୁ କିଡ୍ନୀରେ ପଥୁରୀ ହେବା ସମସ୍ୟା ଆଉ ନ ଥାଏ ।

ଏହା ସହ ପଢନ୍ତୁ: ପୁରୁଷମାନଙ୍କର ନଂପୁସକତା ସମସ୍ୟା ଦୂର କରିବ କଳା ଗାଜର, ଏହାଛଡା କୋଲେଷ୍ଟ୍ରଲ ନିୟନ୍ତ୍ରିତ କରିବ

-ସବୁଜ ପନିପରିବାରେ ଭରପୁର ମାତ୍ରାରେ ଭିଟାମିନ-କେ ଥାଏ । ଯାହାକି ତ୍ୱଚାକୁ ଯବାନ ରଖିବାରେ ସାହାଯ୍ୟ କରେ | ଆହୁରି ମଧ୍ୟ ଏଗୁଡିକ ମଣିଷର ହାଡ, ହୃଦୟ ଓ କିଡ୍ନୀ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଗୋଟେ କପ ସବୁଜ ପନିପରିବା ଜୁସ ଶରୀର ସବୁ ଭିଟାମିନ- କେ ଆବଶ୍ୟକତାକୁ ପୂରଣ କରିପାରେ ।

-ସବୁଜ ପନିପରିବା ଗୁଡିକ ଶରୀରର ଆଇରନ ଆବଶ୍ୟକତାକୁ ମଧ୍ୟ ପୂରଣ କରିଥାଏ । ଯାହା ଦ୍ୱାରା ଦୁର୍ବଳ ଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

-ଶୀତ ଦିନିଆ ପନିପରିବା ମିନେରାଲ କ୍ୟାଲସିୟମ, ଫାଇବରରେ ପରିପୂର୍ଣ ହୋଇଥାଏ । ଯାହାକି କ୍ୟାନ୍ସର ପରି ମାରାତ୍ମକ ରୋଗରୁ ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.