ଜୀବନରେ ଥରେ ହେଲେବି ଏହି ସ୍ଥାନ ଗୁଡିକର ମଜା ନିଶ୍ଚିତ ନିଅନ୍ତୁ

ବିଭିନ୍ନ ସ୍ଥାନ ବୁଲିବା ଏକ ଭଲ ଅଭ୍ୟାସ । ବିଭିନ୍ନ ସ୍ଥାନ ବୁଲିବା ଦ୍ୱାରା ହିଁ ସେହି ସ୍ଥାନର ସଂସ୍କୃତି, ପରମ୍ପରା ବିଷୟରେ ଆମେ ଅଧିକ ଜାଣି ପାରିଥାଉ । ଯଦି ଆପଣ ବୁଲା ବୁଲି କରିବାରେ ଆଗ୍ରହ ରଖୁଛନ୍ତି ତେବେ ଜୀବନରେ ଥରେ ହେଲେବି ଆପଣ ନିହାତି ଭାବେ ଭାରତର ଏହି ସ୍ଥାନ ଗୁଡିକ ବୁଲି ଆସନ୍ତୁ ।

goa image

ଗୋଆ:

ଗୋଆର ରାତ୍ରି ସମୟ ଯୁବବର୍ଗଙ୍କୁ ବିଶେଷ ଭାବେ ଆକର୍ଷିତ କରିଥାଏ । ଏଠାକାର ସମୁଦ୍ର କୁଳ ଓ ଚାରି କଡର ସାମୁଦ୍ରିକ ବାତାବରଣ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିଥାଏ । ଏହା ମଧ୍ୟ କୁହାଯାଏ କି ଗୋଆର ରାତ୍ରି ଦେଶର ଆଉ କେଉଁ ସ୍ଥାନରେ ମଧ୍ୟ ମିଳିନଥାଏ । ନିଜ ସାଙ୍ଗ ମାନଙ୍କ ସହ ଗୋଆର ରାତି ଥରେ ନିଶ୍ଚିତ ଉପଭୋଗ କରନ୍ତୁ ।

andaman and nicobar

ଆଣ୍ଡାମାନ ନିକୋବର:

ନିଜ ଯୁବାବସ୍ଥା ସମୟରେ ଥରେ ହେଲେବି ଆଣ୍ଡାମାନ ନିକୋବର ଥରେ ବୁଲି ଆସନ୍ତୁ । ଏଠାକାର ଜଙ୍ଗଲମୟ ପରିବେଶ, ପର୍ଯ୍ୟଟନ ସ୍ଥଳୀ, ଦ୍ବୀପ ପର୍ଯ୍ୟଟକ ମାନଙ୍କୁ ଏଠାକୁ ଯେମିତି ଟାଣି ଆଣିଥାଏ । ଏହାର ଆଉ ଏକ ବିଶେଷତ୍ୱ ହେଉଛି ଏଠାକାର ପାଣିପାଗ ବର୍ଷସାରା ଭଲ ରହିଥାଏ । ଯାହାକି ପର୍ଯ୍ୟଟକ ମାନଙ୍କ ପାଇଁ ଅନୁକୂଳ ହୋଇଥାଏ । ଆଉ ମଧ୍ୟ ଏହି ଅଞ୍ଚଳର ତାପମାତ୍ରା ବର୍ଷ ସାରା ନିୟନ୍ତ୍ରଣରେ ରହିଥାଏ । ତାପମାତ୍ରାରେ ବହୁତ କମ ପରିବର୍ତ୍ତନ ହୋଇଥାଏ । ଭାରତର ଉତ୍ତରାଞ୍ଚଳକୁ ଦେବ ଭୂମି ମଧ୍ୟ କୁହାଯାଇଥାଏ । ଏଠାକାର ପାହାଡ ଓ ଚାରି ପାଖର ସବୁଜ ବାତାବରଣ ବେଶ ଆକର୍ଷକ ହୋଇଥାଏ । ପ୍ରତିବର୍ଷ ଦେଶ ବିଦେଶର ବହୁ ପର୍ଯ୍ୟଟକ ଏଠାକୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସିଥାନ୍ତି ।

uttarakhand

ଉତ୍ତରାଖଣ୍ଡ:

ଆପଣ ଉତ୍ତରାଖଣ୍ଡରେ ଥିବା ବିନସାର , ଋଷିକେଶ, ତିହାରୀ ଓ ଫୁଲ ଘାଟି ପରି ସ୍ଥାନ ଆରାମରେ ବୁଲି ପାରିବେ । ଏଠାକାର ବାତା ବରଣ, ବରଫରେ ଢଙ୍କା ଯାଇଥିବା ପାହାଡ, ନଦୀ, ଜଙ୍ଗଲ କାହାର ବି ମନକୁ ସହଜରେ ମୁଗ୍ଧ କରିଦେଇ ପାରିବ । ଆପଣ ଉତ୍ତରାଖଣ୍ଡ ଠାରେ ଥିବା ଫୁଲ ଘାଟିକୁ ନିହାତି ଯିବା ଉଚିତ । ଏହାକୁ ବିଶ୍ୱ ଐତିହ୍ୟରେ ମଧ୍ୟ ସ୍ଥାନ ଦିଆଯାଇଛି । ପ୍ରାୟ ୮୭. ୫୦ କିଲୋମିଟର ସ୍ଥାନରେ ଫୁଲ ଗଛ ମାନ ଭର୍ତ୍ତି ହୋଇଛି । ଯାହାକି ଛୁଆ ଠୁ ବୁଢା ସମସ୍ତଙ୍କ ମନକୁ ବେଶ ମୋହି ଥାଏ । ୟୁନେସ୍କୋ ତରଫରୁ ୧୯୮୨ ମସିହାରେ ଏହାକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଛି ।ବରଫାବୃତ୍ତ ପାହାଡର ପ୍ରାକୃତିକ ପରିବେଶ ମନକୁ ପ୍ରଫୁଲ୍ଲିତ କରିଥାଏ । ଏଠାରେ ଆପଣ ୫ ୦୦ ରୁ ଅଧିକ ପ୍ରଜାତିର ଫୁଲ ଗଛ ଦେଖି ପାରିବେ ।

ladakh

ଏହା ସହ ପଢନ୍ତୁ: ଘରେ ହେଉ ଅବା ଅଫିସରେ ଏହି ଦିଗରେ ରଖନ୍ତୁ ଯୋଡ଼ା ଓଟମୂର୍ତ୍ତି, ବୃଦ୍ଧିପାଇବ ଧନ ଓ ବୁଦ୍ଧି

ଲଦାଖ:

ଆପଣଙ୍କୁ ୩୦ ବର୍ଷ ହେବା ପୂର୍ବରୁ ଲଦାଖ ବୁଲି ଆସନ୍ତୁ । ଏଠାକାର ବରଫରେ ଢଙ୍କା ହୋଇଥିବା ପାହାଡ, ନଦୀ ପ୍ରାକୃତିକ ପରିବେଶ ଦର୍ଶକ ମାନଙ୍କୁ ଆକର୍ଷିତ କରିଥାଏ । ଲଦାଖର ଉତ୍ତର ପଟେ କାରାକୋରମ ଓ ଦକ୍ଷିଣ ପ୍ରାନ୍ତରେ ହିମାଳୟ ପାହାଡ ଅଛି । ଏଠାକୁ ଆସି ଏହି ମନୋରମ ଦୃଶ୍ୟକୁ ଦେଖିଲେ ଲାଗେ ଯେମିତି ପ୍ରକୃତି ନିଜର ସବୁ କିଛି ଏହା ଉପରେ ଢାଳି ଦେଇଛି । ଯାହାକି ଯୁବକ ମାନଙ୍କୁ ଅଧିକ ପ୍ରଭାବିତ କରିଥାଏ । ଏମିତିକି ଆଖପାଖର ଯୁବକ ନିଜ ନିଜ ବାଇକ ଯୋଗେ ଏଠାକୁ ଛୁଟି କାଟିବାକୁ ବା ସମୟ ଅତିବାହିତ କରିବାକୁ ଆସିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.