ଶୀତ ଦିନେ ଇମ୍ୟୁନିଟି ବଢ଼ାଇବା ପାଇଁ ଖାଆନ୍ତୁ ଶୋରିସ ଶାଗ

ନୂଆଦିଲ୍ଲୀ : ଶୀତ ଦିନେ ବଜାରରେ ଶୋରିସ ଶାଗ ପ୍ରଚୁର ମାତ୍ରାରେ ମିଳିଥାଏ । ସ୍ୱାସ୍ଥ୍ୟ ପାଇଁ ଶାଗ ବରଦାନ ଠାରୁ କମ ନୁହେଁ । ଏହାର ସେବନ ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ । ଆୟୁର୍ବେଦରେ ମଧ୍ୟ ଶୋରିସ ତେଲ ର ବ୍ୟବହାର ହୋଇଥାଏ । ଶୋରିସ ଶାଗରେ ବହୁତ ଭିଟାମିନ ଥିବା ସହ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ମିଳିଥାଏ । ଏହା କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ । ଆସନ୍ତୁ ଏହାର ଅନ୍ୟ ଫାଇଦା ବିଷୟରେ ଜାଣିବା ।

କୋଲେଷ୍ଟରାଲ କରିବ କଣ୍ଟ୍ରୋଲ : ଖରାପ ଭୋଜନ ଶୈଳୀ ଯୋଗୁ ଶରୀରରେ କୋଲେଷ୍ଟରାଲ ବଢ଼ିଥାଏ । ଏହାକୁ ସୁଧାରିବା ପାଇଁ ଖାଦ୍ୟ ପାନୀୟରେ ପରିବର୍ତ୍ତନ କରିବା ସହ ଖାଦ୍ୟରେ ସାମିଲ କରନ୍ତୁ ଶୋରିସ ଶାଗ । ଫଳରେ କୋଲେଷ୍ଟରାଲ ଭଲ କରିବା ସହ ହୃଦୟ ମଧ୍ୟ ସୁସ୍ଥ ରହିବ ।

ଇମ୍ୟୁନିଟି ସିଷ୍ଟମ ମଜବୁତ ହେବ : ଏକ ଗବେଷଣା ଅନୁଯାୟୀ ଶୋରିସ ଶାଗ ଖାଇବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଏ ମିଳିଥାଏ । ତେଣୁ ଶୀତ ଦିନେ ଖାଦ୍ୟରେ ଶୋରିଷ ଶାଗ ଜରୁର ସାମିଲ କରନ୍ତୁ ।

କ୍ୟାନ୍‌ସର ଆଶଙ୍କା ହ୍ରାସ କରିଥାଏ : ଶୋରିସ ଶାଗରେ ପ୍ରଚୁର ମାତ୍ରାରେ ଏଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଯାହାକି ବହୁ ରୋଗ ପାଇଁ ଲାଭ ଦାୟକ ହୋଇଥାଏ । ବିଷେଶକରି କ୍ୟାନ୍ସର ରୋଗ ଦାଉରୁ ରକ୍ଷା କରିଥାଏ ଏହି ଶାଗ ।

ଆଇରନ ଅଭାବ ଦୂର କରିଥାଏ : ଗର୍ଭବତୀ ମହିଳାଙ୍କ ପାଇଁ ଶୋରିସ ଶାଗ ଅମୃତ ତୁଲ୍ୟ ହୋଇଥାଏ । ଏହାର ସେବନ ଯୋଗୁ ମହିଳାଙ୍କ ଦେହରେ ଆଇରନ କମ୍‌ ହୋଇନଥାଏ । ତେଣୁ ମହିଳାଙ୍କ ଖାଦ୍ୟରେ ଶୋରିସ ଶାଗ ଜରୁର ସାମିଲ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.