ତଳିପାଦରେ ସୋରିଷ ତେଲ ଲାଗାଇବା ବେଶ୍ ଲାଭଦାୟକ, ଏହି ଉପାୟରେ କରନ୍ତୁ ବ୍ୟବହାର

ଆପଣମାନେ ଜାଣିଥିବେ ଯେ ସୋରିଷ ତଲେ ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଏ । ତେବେ ସୋରିଷ ତେଲ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ବାସ୍ତବରେ, ଲୋକମାନେ ସୋରିଷ ତେଲରେ ଶରୀରର ମାଲିସ୍ କରନ୍ତି । ଏହାକୁ ଏପରି ଭାବେ ବହୁତ ପୂର୍ବରୁ ଲୋକମାନେ ବ୍ୟବହାର କରିଆସୁଛନ୍ତି । ଏହି ତେଲରେ ବିଟା-କାରୋଟିନ୍, ଆଇରନ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ, ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ସୋରିଷ ତେଲରେ ଆମ ପାଦର ତଳକୁ ମାଲିସ୍ କରି ଆମେ ଅନେକ ଲାଭ ପାଇଥାଉ । ଏହି ତେଲ ସହିତ ପାଦର ତଳପାକୁ ମାଲିସ୍ କରିବା ବହୁତ ଲାଭଦାୟକ ହୋଇଥାଏ । ଯାହା ଆମକୁ ଅନେକ ଲାଭ ଦେଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏହା ଦ୍ବାରା ଆଉ କ’ଣ ସବୁ ଲାଭ ହୋଇଥାଏ ।

ସୋରିଷ ତେଲରେ ମାଲିସ କରିବାର ଲାଭ :
ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ : ଯଦି ଆପଣଙ୍କର ମାଂସପେଶୀରେ ବହୁତ ଯନ୍ତ୍ରଣା ହୁଏ, ତେବେ ସୋରିଷ ତେଲରେ ଆପଣଙ୍କ ପାଦକୁ ମାଲିସ୍ କରନ୍ତୁ । ଏହା ଆପଣଙ୍କ ମାଂସପେଶୀକୁ ଆରାମ ଦେବ ଯାହା ଆପଣଙ୍କୁ ସୁସ୍ଥ ଅନୁଭବ କରିବାରେ ସାହାଯ୍ୟ କରିବ ।

ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ : ସୋରିଷ ତେଲ ତଳିପାଦରେ ଲଗାଇଲେ ଆପଣଙ୍କ ଶରୀରର ରକ୍ତ ସଞ୍ଚାଳନରେ ଉନ୍ନତି ଭଲ ଭାବେ ହୋଇଥାଏ । ଶରୀରରେ ରକ୍ତ ପ୍ରବାହ ବୃଦ୍ଧି କରିବା ସହ ହାର୍ଟକୁ ମଧ୍ୟ ଭଲ ରଖିଥାଏ ।

ପିରିୟଡସ୍ ପାଇଁ ଲାଭଦାୟକ : ଯଦି ଆପଣଙ୍କର ପିରିୟଡସରେ ପେଟରେ ଯନ୍ତ୍ରଣା ହୁଏ, ତେବେ ଆପଣ ସୋରିଷ ତେଲରେ ନିଜ ପାଦକୁ ମାଲିସ୍ କରିବା ଉଚିତ୍ । ଏହା କଷ୍ଟରୁ ମୁକ୍ତି ଦେଇଥାଏ ।

ନିଦ ସମସ୍ୟାରେ ଲାଭଦାୟକ : ଯେଉଁମାନେ ଶୀଘ୍ର ଶୋଇପାରୁ ନାହାଁନ୍ତି, ସେମାନେ ଉଷୁମ ସୋରିଷ ତେଲ ବ୍ୟବହାର କରିବା ଉଚିତ୍ ଏବଂ ସେମାନଙ୍କ ପାଦକୁ ଭଲ ଭାବରେ ମାଲିସ୍ କରିବା ଉଚିତ୍ । ଏହା ଶରୀରକୁ ଆରାମ ଦେଇଥାଏ ଏବଂ ନିଦ ହେବାରେ ସାହାଯ୍ୟ କରିଥାଏ ।

ଷ୍ଟ୍ରେସ୍ କମ୍ କରିବାରେ ସାହାଯ୍ୟ କରେ : ମାନସିକ ସମସ୍ୟାରେ ପୀଡିତ ବ୍ୟକ୍ତି ଯଥା ଷ୍ଟ୍ରେସ୍ ଏବଂ ଟେନସନ୍ ରେ ଉଷୁମ ସୋରିଷ ତେଲରେ ପାଦ ମାଲିସ୍ କରିବା ଉଚିତ୍ । ଏହା ଷ୍ଟ୍ରେସ୍ରୁ ମୁକ୍ତି ଦେଇଥାଏ ।

ଜାଣନ୍ତୁ ମସାଜ ପାଇଁ ଉପଯୁକ୍ତ ସମୟ :
ଯଦି ଆପଣ ସୋରିଷ ତେଲରେ ପାଦର ତଳକୁ ମାଲିସ୍ କରୁଛନ୍ତି, ତେବେ ଆପଣ ଠିକ୍ ସମୟରେ କଲେ ଏହା ଲାଭଦାୟକ ହେବ । ତାହେଲେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ପାଦର ତଳ ଅଂଶରେ ସବୁବେଳେ ସୋରିଷ ତେଲରେ ମାଲିସ୍ କରାଯିବା ଉଚିତ୍ । ରାତିରେ ପାଦକୁ ମାଲିସ୍ କରିବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ ।