ଗ୍ରୀଷ୍ମରେ ଫେସ୍‌ ସେରମ୍ ପରି କାମ କରେ ଏହି ଜିନିଷ, ସ୍କିନ୍‌ ହାଇଡ୍ରେଟ୍ ରହିବା ସହ ଅନେକ ସମସ୍ୟା ହୁଏ ଦୂର

ମହିଳାମାନେ ସ୍କିନ୍‌କୁ ଅଧିକ ସମୟ ପର୍ଯ୍ୟନ୍ତ ଭଲ ରଖିବା ପାଇଁ ଫେସ୍ ସେରମ୍ ବ୍ୟବହାର କରିଥାନ୍ତି । ଏବେ ଖରା ଯୋଗୁ ସ୍କିନ୍‌ରେ ଅନେକ ସମସ୍ୟା ଦେଖାଯାଉଛି । ତେବେ ୩୫ ବର୍ଷ ପରେ ସ୍କିନ୍‌ରେ ସେରମ୍ ଲଗାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି ।

ବର୍ତ୍ତମାନ ମୁହଁକୁ ସୁନ୍ଦର କରିବା ପାଇଁ ଅନେକ ପ୍ରକାରର ଜିନିଷ ବ୍ୟବହାର କରାଯାଉଛି । ଆଜିକାଲି ବହୁତ ଲୋକ ସ୍କିନ୍‌ରେ ସେରମ୍ ଲଗାଇବା ଆରମ୍ଭ କରିଛନ୍ତି । ଯାହାଫଳରେ ସେମାନଙ୍କ ସ୍କିନ୍‌ ଭଲ ରହିବା ଏବଂ କୌଣସି ପ୍ରକାରର କ୍ଷତି ହେବ ନାହିଁ । ମହିଳାମାନେ ସ୍କିନ୍‌କୁ ଅଧିକ ସମୟ ପର୍ଯ୍ୟନ୍ତ ଭଲ ରଖିବା ପାଇଁ ଫେସ୍ ସେରମ୍ ବ୍ୟବହାର କରିଥାନ୍ତି । ଏବେ ଖରା ଯୋଗୁ ସ୍କିନ୍‌ରେ ଅନେକ ସମସ୍ୟା ଦେଖାଯାଉଛି । ତେବେ ୩୫ ବର୍ଷ ପରେ ସ୍କିନ୍‌ରେ ସେରମ୍ ଲଗାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି । ଯଦିଓ ସେରମ୍ ଏକ ମହଙ୍ଗା ଦ୍ରବ୍ୟ । ଯଦି ଆପଣ ଏହାକୁ ବଜାରରୁ କିଣି କରି ବ୍ୟବହାର କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ସହଜରେ ଘରେ ଫେସ୍ ସେରମ୍ ତିଆରି କରିପାରିବେ । ଅନେକ ଜିନିଷ ଅଛି ଯାହା ଫେସ୍‌ ସେରମ୍ ଭାବରେ ବ୍ୟବହାର ହୋଇପାରେ । ଏହା ସ୍କିନ୍‌କୁ ହାଇଡ୍ରେଟ୍ ରଖେ ଏବଂ ଏହାକୁ ଚମକାଇଥାଏ । ସେଥିପାଇଁ ଆସନ୍ତୁ ଜାଣିବା ଯେ ଘରେ ଥିବା କେଉଁ ସବୁ ଜିନିଷରୁ ଆପଣ ସେରମ୍‌ ତିଆରି କରିପାରିବେ ।

ଘରେ ସେରମ୍ ପ୍ରସ୍ତୁତ କରନ୍ତୁ :
ଆପଣ ଆଲୋଭେରା ଜେଲ୍, ଗୋଲାପ ଜଳ ଏବଂ ଭିଟାମିନ୍ E କ୍ୟାପ୍‌ସୁଲକୁ ମିଶାଇ ଘରେ ଫେସ୍ ସେରମ୍ ତିଆରି କରିପାରିବେ । ଫେସ୍ ସେରମ୍ ତିଆରି କରିବାକୁ, ଆପଣଙ୍କୁ ପ୍ରାୟ ୨ ଚାମଚ ଆଲୋଭେରା ଜେଲ୍ ଦରକାର । ଏଥିରେ ୨ ଚାମଚ ଗୋଲାପ ଜଳ ମିଶାନ୍ତୁ । ଏବେ ଏଥିରେ ଭିଟାମିନ୍ E ର ୧ ଟି କ୍ୟାପସୁଲ ମିଶାନ୍ତୁ । ଆପଣ ବଜାର ବଦଳରେ ତାଜା ଆଲୋଭେରା ଜେଲ୍ ମଧ୍ୟ ବ୍ୟବହାର କରିପାରିବେ । ବର୍ତ୍ତମାନ ଏହି ସବୁ ଜିନିଷକୁ ମିଶାଇ କରି ଏକ ପାତ୍ରରେ ରଖନ୍ତୁ । ଏପରି ଭାବେ ଆପଣ ଘରେ ତିଆରି ପ୍ରାକୃତିକ ଫେସ୍‌ ସେରମ୍ ପ୍ରସ୍ତୁତ ହୋଇଯିବ ।

ଜାଣନ୍ତୁ ଫେସ୍‌ରେ ସେରମ୍ କିପରି ଲଗାଇବେ :
ଫେସ୍‌ରେ ସେରମ୍ ବ୍ୟବହାର କରିବା ପୂର୍ବରୁ ମେକଅପ୍ ଏବଂ ସମସ୍ତ ମଇଳା ମୁହଁରୁ ସଫା କରନ୍ତୁ । ଏଥିପାଇଁ ମୁହଁକୁ ଭଲ ଭାବେ ଧୋଇ ସଫା କରନ୍ତୁ । ଯେତେବେଳେ ମୁହଁ ଶୁଖିଯିବ, ସେତେବେଳେ ମୁହଁରେ ସେରମ୍ ସ୍ପ୍ରେ କରି କିମ୍ବା ହାତରେ ଘଷିବା ଦ୍ୱାରା ସେରମ୍ ଲଗାନ୍ତୁ । ସେରମ୍ ସ୍କିନ୍‌ରେ ଭଲ ଭାବରେ ମିଶିବା ପର୍ଯ୍ୟନ୍ତ ମୁହଁକୁ ଧୀରେ ଧୀରେ ମସାଜ୍ କରନ୍ତୁ । ଆପଣ ଏହାକୁ ରାତିସାରା ଏହିପରି ରଖିପାରିବେ କିମ୍ବା ୧ ରୁ ୨ ଘଣ୍ଟା ପରେ ପାଣିରେ ମୁହଁ ଧୋଇ ପାରିବେ ।

ସେରମ୍ ବଦଳରେ ଏହି ଜିନିଷଗୁଡିକ ବ୍ୟବହାର କରନ୍ତୁ :
ଯଦି କୌଣସି ସେରମ୍ ନାହିଁ ତେବେ ଆପଣ କେବଳ ଗୋଲାପ ଜଳକୁ ମୁହଁରେ ଲଗାଇ ପାରିବେ । ଏହା ସ୍କିନ୍‌ର ଆର୍ଦ୍ରତା ବଜାୟ ରଖିବ । ଏହା ସହ ଫେସ୍‌ ସେରମ୍ ଭାବରେ ଆପଣ କେବଳ ଆଲୋଭେରା ଜେଲ୍ ବ୍ୟବହାର କରିପାରିବେ । ଏହା ଗରମରୁ ଆରାମ ଯୋଗାଇବ । ଏହା ବ୍ୟତୀତ ଆପଣ ତୁଳା ସାହାଯ୍ୟରେ ମୁହଁରେ କାକୁଡି ରସ ଲଗାନ୍ତୁ । ଏହା ସ୍କିନ୍‌କୁ ଗରମରୁ ରକ୍ଷା କରିବ । ସେରମ୍ ଲାଗାଇବା ଦ୍ୱାରା ସ୍କିନ୍‌ର ଅନେକ ସମସ୍ୟା ଦୂର ହେବ । ଏହା ସ୍କିନ୍‌କୁ ଭଲ ରଖିଥାଏ । ତେବେ ପ୍ରତିଦିନ ସେରମ୍ ଲଗାଇବା ଦ୍ୱାରା ସ୍କିନ୍‌ କୋମଳ ଏବଂ ପ୍ରାକୃତିକ ଭାବରେ ଚମକିଥାଏ । ସେଥିପାଇଁ ଗରମ ସମୟରେ ବାହାରୁ ଆସିବା ପାରେ ରାତିରେ ଏହି ସବୁ ଜିନଷ ବ୍ୟବହାର କରିପାରିବେ । ଯାହା ଫଳରେ ଆପଣଙ୍କୁ ସ୍କିନ୍‌ ଭଲ ରହିବ ଏବଂ କୌଣସି ପ୍ରକାରର ସମସ୍ୟା ହେବ ନାହିଁ ।

You might also like