ଚମକଦାର ତ୍ୱଚା ପାଇବାକୁ ଚାହୁଁଛନ୍ତି କି, ପ୍ରାକୃତିକ ଉପାୟରେ ଏମିତି କରନ୍ତୁ ସ୍କ୍ରବିଂ
ସ୍କ୍ରବିଂ କରିବା ଦ୍ୱାରା ତ୍ୱଚାରେ ଚମକ ଆସେ। ଏଥିସହ ଚର୍ମ ପରିଷ୍କାର ହୋଇ ସୁନ୍ଦର ଓ ଉଜ୍ଜ୍ୱଳ ଦିଶେ। ଏକ୍ସଫୋଲିଏଟ୍ ବା ସ୍କ୍ରବିଂ କଲେ ମୃତ କୋଷିକା ସଫା ହୋଇଯାନ୍ତି। ସେହି ସ୍ଥାନରେ ନୂତନ କୋଷିକା ସୃଷ୍ଟି ହୋଇଥାଏ। ଫଳରେ ତ୍ୱଚାରେ ଅଧିକ ଚମକ ଆସେ। ବଜାରରେ ମିଳୁଥିବା ଦାମୀ ସ୍କ୍ରବ୍ କିଣିବା ପରିବର୍ତ୍ତେ ଘରେ ମଧ୍ୟ କେତେକ ପ୍ରାକୃତିକ ତତ୍ତ୍ୱ ବ୍ୟବହାର କରି ସ୍କ୍ରବ୍ କରିହେବ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କେମିତି କରିବେ ସ୍କ୍ରବିଂ;
୧.ଅମୃତଭଣ୍ଡା:
ପାଚିଲା ଅମୃତଭଣ୍ଡାରେ ଭିଟାମିନ୍ ଏ, ସି ଏବଂ ଇ ଭରପୂର ମାତ୍ରାରେ ରହିଥାଏ। ତ୍ୱଚାକୁ ସୁନ୍ଦର ତଥା ଏକ୍ସଫୋଲିଏଟ୍ କରିବାରେ ପାଚିଲା ଅମୃତଭଣ୍ଡା ସାହାଯ୍ୟ କରେ। ପ୍ରାକୃତିକ ଉପାୟରେ ତ୍ୱଚାରେ ଚମକ ପାଇଁ ପାଚିଲା ଅମୃତଭଣ୍ଡାରେ ସ୍କ୍ରବିଂ କରନ୍ତୁ।
୨.ଓଟ୍ସ :
ତ୍ୱଚାରୁ ଚମଡ଼ା ଛାଡ଼ି କୁଣ୍ଡାଇ ହେଉଥିଲେ କିଛି ଓଟ୍ସ ନେଇ ସେହି ଜାଗାରେ ଆସ୍ତେ ଆସ୍ତେ ଘଷନ୍ତୁ। ଆପଣ ଚାହିଁଲେ ଓଟ୍ସରେ କିଛି ନଡ଼ିଆ ତେଲ ମଧ୍ୟ ମିଶାଇ ପାରିବେ।
୩.ଚିନି:
ଘରୋଇ ଉପାୟରେ ସ୍କ୍ରବିଂ କରିବାର ସବୁଠାରୁ ଭଲ ଉପାୟ ହେଉଛି ଚିନି। ଚିନିରେ ଗ୍ଲାଇକୋଲିକ୍ ଏସିଡ୍ ରହିଥାଏ ଯାହା ଶରୀରର ମୃତ କୋଷିକାକୁ ବାହାର କରିବାରେ ସାହାଯ୍ୟ କରେ। ଚିନିରେ ସ୍କ୍ରବିଂ କରିବା ଦ୍ୱାରା ତ୍ୱଚାର ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଏହାସହ ପଢ଼ନ୍ତୁ: ଆପଣଙ୍କ ଉପରେ ପଡ଼ିଛି କି ଶନିଙ୍କ ବକ୍ରଦୃଷ୍ଟି? ଏହି ଉପାୟରେ ନ୍ୟାୟର ଦେବତାଙ୍କୁ କରନ୍ତୁ ପ୍ରସନ୍ନ
୪.କଫି ପାଉଡର:
କଫି ପାଉଡରରେ ପ୍ରଚୁର ପରିମାଣରେ କ୍ୟାଫେନ୍ ରହିଥାଏ। କଫି ପାଉଡ଼ରରେ ସ୍କ୍ରବ୍ କରିବା ଦ୍ୱାରା ସ୍କିନ୍ ଉଜ୍ଜ୍ୱଳ ହୋଇଥାଏ। କଫି ପାଉଡ଼ରରେ ଅଲିଭ୍ ଅଏଲ ମିଶାଇ ସ୍କ୍ରବିଂ କରିବା ଦ୍ୱାରା ତ୍ୱଚା ଗ୍ଲୋ କରେ।
୫.ବଡ଼ ଲୁଣ:
ବଡ଼ ଲୁଣରେ କିଛି ଅଲିଭ୍ ଅଏଲ ମିଶାଇ ତ୍ୱଚାରେ ଘଷିବା ଫଳରେ ମୃତ କୋଷିକା ବାହାରିଯାଏ। ଏଭଳି କିଛି ଦିନ କଲେ ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ।