ଲାଇଫ୍ ଷ୍ଟାଇଲ୍

ଲିଭର ଏବଂ ଫୁସଫୁସକୁ କାର୍ଯ୍ୟକ୍ଷମ କରାଏ ନୌକାସନ, ଏହାସହ ଶରୀରର ଅନ୍ୟ ଆଭନ୍ତରୀଣ ଅଙ୍ଗକୁ ସୁସ୍ଥ ରଖିପାରିବେ

ପେଟର ଚର୍ବି କମାଇବା ପାଇଁ ଆମ୍ଭେମାନେ ଖାଇବାରେ କେତେକ ନିୟନ୍ତ୍ରଣ ଆଣିଥାଉ । ବିଭିନ୍ନ ପ୍ରକାର ଡାଏଟ୍ ଚାର୍ଟ ଅନୁଯାୟୀ ମଧ୍ୟ ଖାଦ୍ୟ ଖାଉ । ତେବେ ଏସବୁ ସହିତ ୧୦ରୁ ୧୫ମିନିଟ୍ ଯଦି ନୌକାସନ କରନ୍ତି ତେବେ ପେଟର ଚର୍ବି କମିବ, ସିକ୍ସ ପ୍ୟାକ୍ ଆବ୍ସ ସହ ଶରୀରର ଅନ୍ୟ ଆଭନ୍ତରୀଣ ଅଙ୍ଗକୁ ସୁସ୍ଥ ରଖିପାରିବେ । ତେବେ କିପରି ଓ କେତେ ସମୟ ଏହି ଆସନ କଲେ ସୁସ୍ଥ ଓ ସୁନ୍ଦର ଶରୀର ପାଇପାରିବେ ।

କିପରି କରିବେ: ଆସନ ଉପରେ ଉପରକୁ ମୁହଁ କରି ସିଧା ଶୋଇ ରୁହନ୍ତୁ । ଦୁଇ ହାତକୁ ଶରୀରର ଦୁଇ ପାଖରେ ସିଧା ରଖନ୍ତୁ । ଏହି ଆସନରେ ରିଲାକ୍ସ ରହି କିଛି ସମୟ ସ୍ୱାଭାବିକ ଶ୍ୱାସକ୍ରିୟା କରନ୍ତୁ । ଏହାପରେ ଏକ ଲମ୍ବା ନିଶ୍ୱାସ ନିଅନ୍ତୁ ଓ ଏହା ସହିତ ଦୁଇ ଗୋଡ଼କୁ ଧୀରେ ଧୀରେ ଉପରକୁ ଉଠାନ୍ତୁ । ଗୋଡ଼ ଉଠାଇବା ସମୟରେ ଗୋଡ଼କୁ ସିଧା ରଖିବେ । ଗୋଡ଼ ଉଠାଇବା ସହିତ ଦୁଇ ହାତ ସହ ଶରୀରକୁ ମଧ୍ୟ ଉପରକୁ ଉଠାଇ ହାତ ଆଙ୍ଗୁଠିକୁ ପାଦକୁ ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତୁ ।

୧୦ରୁ ୧୫ ସେକେଣ୍ଡ ଏହି ଆସନରେ ରହିବା ସହ ଶ୍ୱାସକୁ ଧରି ରଖନ୍ତୁ । ଏବେ ଧୀରେ ଧୀରେ ଶ୍ୱାସ ଛାଡନ୍ତୁ ଓ ପୂର୍ବ ପରି ଆସନରେ ସିଧା ଶୋଇଯାଆନ୍ତୁ । ଏହିପରି ଭାବେ ୩ରୁ ୪ଥର ଅଭ୍ୟାସ କଲେ ଶରୀର ସୁସ୍ଥ ରହିଥାଏ ।

ଲାଭ: ଏହା ପେଟର ଚର୍ବି କମ୍ କରେ । ହଜମ ଶକ୍ତି ବଢାଏ, ଯେଉଁମାନେ ସିକ୍ସ ପ୍ୟାକ୍ ଆବ୍ସ ଚାହାନ୍ତି, ସେମାନଙ୍କ ପାଇଁ ଏହି ଆସନ ବେଶ ଉପଯୋଗୀ । ଏହି ଆସନ ପାନକ୍ରିଆ, ଲିଭର ଓ ଲଙ୍ଗ୍ସକୁ କାର୍ଯ୍ୟକ୍ଷମ କରାଏ । ରକ୍ତ ସଂଚାଳନ ଉତ୍ତମ ରୂପେ ହୋଇଥାଏ । ଏହି ଆସନ କରିବା ଦ୍ୱାରା ଜଙ୍ଘ, ବେକ ଏବଂ କାନ୍ଧ ମାସଂପେଶୀ ଶକ୍ତ ହୁଏ । ପ୍ରୋଷ୍ଟ୍ରେଟ୍ ଗ୍ଲାଣ୍ଡ୍ ଓ କିନଡୀକୁ ଉତ୍ତମ ରୂପେ କାର୍ଯ୍ୟକ୍ଷମ କରାଏ ।

Swagatika

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

8 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

19 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

30 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

58 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago