ଲାଇଫ୍ ଷ୍ଟାଇଲ୍

ଓଜନ କମାଇବା ପାଇଁ ଆଉ ଚିନ୍ତା କରନ୍ତୁ ନାହିଁ, ପ୍ରତିଦିନ ପିଅନ୍ତୁ ଏହି ପତ୍ରର କାଢ଼ା, ମିଳିବ ଅନେକ ଫାଇଦା

ନିମ୍ବ ଶରୀର ପାଇଁ ଅତି ଲାଭଦାୟକ। ନିମ୍ବ ପିତା ସତ କିନ୍ତୁ ଏହା ଶରୀର ପାଇଁ ବହୁତ ହିତକର । ଏହାକୁ ନିତିଦିନ ଖାଦ୍ୟରେ ସାମିଲ କଲେ ବିଭିନ୍ନ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ । ଏହା ଏକ ଔଷଧିୟ ଗଛ । ନିମ୍ବ ଗଛର ଫଳ, ଫୁଲ, ଛେଲି ଆଦି ଅତି ଉପକାରୀ ।

ନିମ୍ବ ଏମିତି ଏକ ଗଛ, ଯାହାର ମୂଳଠାରୁ ଡାଳପତ୍ର ପର୍ଯ୍ୟନ୍ତ ସବୁକିଛି କାମରେ ଆସିଥାଏ। ନିମ୍ବ ସେବନ କଲେ ଶରୀରରେ ରକ୍ତ ସଫା ହେବା ସହିତ ସ୍କିନ୍‌ରେ ମଧ୍ୟ ଚମକ ଆସିଥାଏ। ବହୁ ଲୋକ ସକାଳୁ ନିମ୍ବ ପତ୍ର ଚୋବାଇ ଖାଇଥାଆନ୍ତି। ଏହା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଅନେକ ଗୁଣକାରୀ ହୋଇଥାଏ। ଆମେ ଆପଣଙ୍କୁ ସକାଳୁ ନିମ୍ବ ପତ୍ର ଚୋବାଇବାକୁ ନୁହେଁ ବରଂ ନିମ୍ବ ପତ୍ରରେ ପ୍ରସ୍ତୁତ କାଢ଼ାର ଫାଇଦା ବିଷୟରେ କହିବୁ।

ନିମ୍ବ ପତ୍ର କାଢ଼ାର ଫାଇଦା:-

  • ନିମ୍ବ ପତ୍ରର କାଢ଼ା ରକ୍ତକୁ ପରିଷ୍କାର କରିଥାଏ ଏବଂ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
  • ଏହା ଶରୀରରୁ ଫଙ୍ଗଲ ଇଫେକ୍ସନରୁ ହେଉଥିବା ଯାଦୁ, କାଛୁ, କୁଣ୍ଡିଆ ଆଦିରୁ ରକ୍ଷା କରିଥାଏ। ଏମିତି ଇଫେକ୍ସନ ଥିଲେ, ନିମ୍ବ ପତ୍ରଗୁଡ଼ିକୁ ପେଶି ଉକ୍ତ ସ୍ଥାନରେ ଲଗାଇଲେ ବେଶ୍‌ ଫାଇଦା ମିଳିଥାଏ।
  • ଓଜନ କମାଇବାକୁ ଚାହୁଁଥିଲେ ଏହି କାଢ଼ାକୁ ପିଅନ୍ତୁ
  • ନିମ୍ବକୁ ପାଣିରେ ସିଝାଇ ସେହି ପାଣିରେ କେଶ ଧୋଇଲେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ।
  • କ୍ୟାନସର ଏବଂ ଟ୍ୟୁମର ଭଳି ଗମ୍ଭୀର ରୋଗକୁ ଭଲ କରିବାରେ ନିମ୍ବ ପତ୍ର ସେବନ ବେଶ୍‌ ଲାଭଦାୟକ ହୋଇଥାଏ। ନିମ୍ବ ପତ୍ରରେ ପଲି ସାକେରାଇଡସ୍‌ ଓ ଲିୟୋମେନଏଡସ୍‌ ରହିଥାଏ, ଯାହାକି ଶରୀର ଭିତରେ କ୍ୟାନସର ଏବଂ ଟ୍ୟୁମର ସେଲ୍ସକୁ ବଢ଼ାଇବାକୁ ଦିଏନାହିଁ।
  • ଏହା ମୁଖରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିଥାଏ।
D Sonali

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

18 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

50 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

52 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

55 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago