ଲାଇଫ୍ ଷ୍ଟାଇଲ୍

ଭୁଲରେ ବି ଧନତେରାସ୍‌ ଦିନ କିଣନ୍ତୁ ନାହିଁ ଏହିସବୁ ଜିନିଷ, ଜୀବନରେ ପଡିପାରେ ଅଶୁଭ ପ୍ରଭାବ

କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନାତେରାସ୍‌ ପାଳନ କରାଯାଇଥାଏ। ଦୀପାବଳୀ ପୂର୍ବରୁ ଧନତେରାସ୍‌ ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ଧନତେରାସ୍‌ ୧୩ ନଭେମ୍ବରରେ ପାଳନ କରାଯିବ। ଏହି ଦିନ ଲୋକମାନେ କିଛି ନା କିଛି କିଣିବା ପାଇଁ ବିଭିନ୍ନ ଦୋକାନରେ ଭିଡ ଜମାଇଥାନ୍ତି। ଏସବୁ ମଧ୍ୟରେ ଅନେକ ଥର ଲୋକମାନେ ଏଭଳି ଜିନିଷ ମଧ୍ୟ କିଣିଥାନ୍ତି ଯାହା କିଣିବା ଉଚିତ ନୁହେଁ।

ମାନ୍ୟତା ରହିଛି ଧନତେରାସ୍‌ ଦିନ ଶୁଭ ମୁହୂର୍ତ୍ତରେ ସୁନା-ରୁପା ଏବଂ ବାସନ କିଣିବା ଦ୍ୱାରା ଘର-ପରିବାରରେ ବର୍ଷସାରା ସମ୍ପନ୍ନତା ଭରି ରହିଥାଏ। ଧନତେରାସ୍‌ ସମୟରେ ବଜାରରୁ କ’ଣ କିଣାଯିବା ଦରକାର ତାହା ଅଧିକାଂଶ ଲୋକ ଜାଣିଥିବେ କିନ୍ତୁ କ’ଣ କିଣାଯିବା ଉଚିତ ନୁହେଁ ତାହା ବହୁତ କମ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ?

-ଏହି ଦିନ ଲୁହାରେ ନିର୍ମିତ ଜିନିଷ କିଣନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘର-ପରିବାରରେ ରାହୁଙ୍କ ଅଶୁଭ ଛାଇ ପଡିଥାଏ। କୁହାଯାଇଥାଏ ଲୁହାର ଜିନିଷ କିଣିବା ଦ୍ୱାରା ଲୋକଙ୍କ ସମସ୍ୟା ଆହୁରି ବଢିଯାଇଥାଏ।

-ଏହି ଦିନ କାଚରେ ନିର୍ମିତ ଜିନିଷ ମଧ୍ୟ କିଣନ୍ତୁ ନାହିଁ। କାରଣ କାଚର ସମ୍ବନ୍ଧ ମଧ୍ୟ ରାହୁ ସହ ରହିଥାଏ ବୋଲି କୁହାଯାଏ। ଏହିକାରଣରୁ ଧନତେରାସ୍‌ ସମୟରେ କାଚର ଜିନିଷ କିଣିବା ଅନୁଚିତ।

-ଧନତେରାସ୍‌ ସମୟରେ ଭୁଲରେ ବି ଷ୍ଟିଲ୍‌ ଜିନିଷ କିଣନ୍ତୁ ନାହିଁ। କାରଣ ଷ୍ଟିଲକୁ ଲୁହାର ଦ୍ୱିତୀୟ ରୂପ କୁହାଯାଇଥାଏ। ଏହିକାରଣରୁ ଧନତେରାସ୍‌ ରେ ଷ୍ଟିଲ୍‌ ବାସନ କିଣନ୍ତୁ ନାହିଁ। ଆପଣ ଚାହିଁଲେ ଏହା ବଦଳରେ ତମ୍ବା କିମ୍ବା କଂସାର ବାସନ କିଣିପାରିବେ।

-ସେହିଭଳି ଏହି ସମୟରେ କଳା ରଙ୍ଗର ଜିନିଷ କିଣିବା ଠାରୁ ଦୂରେଇ ରୁହନ୍ତୁ। ଏହି କଳା ରଙ୍ଗକୁ ଅଶୁଭ କିମ୍ବା ଦୁର୍ଭାଗ୍ୟର ପ୍ରତୀକ କୁହାଯାଇଥାଏ। ଏହିକାରଣରୁ ଏହି ଦିନ କଳା ରଙ୍ଗର ଜିନିଷ କିଣନ୍ତୁ ନାହିଁ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

22 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

33 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

46 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

49 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago