ବିବାହ ପାଇଁ ଅନଲାଇନ୍ ରେ ଖୋଜୁଛନ୍ତି କି ପାର୍ଟନର? କରନ୍ତୁ ନାହିଁ ଏହି ୫ଟି ଭୁଲ

ଆଜିକାଲି ସମୟରେ ନିଜର ଜୀବନସାଥୀ ବାଛିବା ପାଇଁ ଯୁବପିଢି ମ୍ଯାଟ୍ରିମୋନିଆଲ୍ ସାଇଟ୍ କୁ ବିଶେଷ ଭାବେ ପସନ୍ଦ କରୁଛନ୍ତି । ଯାହାକୁ ନେଇ ମ୍ଯାଟ୍ରିମୋନିଆଲ୍ ସାଇଟ୍ ର ସଂଖ୍ଯା ଦିନକୁ ଦିନ ମଧ୍ଯ ବଢିବାରେ ଲାଗିଛି । ଏହି ସବୁ ଭିତରେ ଯଦି ଗୋଟେ ବି ଭୁଲ ଆପଣଙ୍କ ପକ୍ଷରୁ ହୋଇଯାଏ ତେବେ ତାହା ଆପଣଙ୍କୁ ବହୁତ ବଡ ଅସୁବିଧାରେ ପକାଇବ । ଆପଣ ପ୍ରାୟତଃ ଲୋକମାନଙ୍କୁ ଏହା କହୁଥିବାର ଶୁଣୁଥିବେ କି ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁ ହୋଇଥାନ୍ତି, ତା ପରେ ଦେଖା ସାକ୍ଷାତ ହୋଇଥାଏ, ତାପରେ ପ୍ରେମ ଏବଂ ଶେଷରେ ଧୋକା ମିଳିଥାଏ । ଡାଟା ପ୍ରାଇଭେସି ରୁ ଆରମ୍ଭ କରି ଟଙ୍କା ପଇସା ପର୍ଯ୍ଯନ୍ତ ସବୁ କିଛି ଏଥିରେ ସାମିଲ ରହିଥାଏ । ଯାହା କାରଣରୁ ବିଷେଶଜ୍ଞମାନେ ଏହି ସବୁ ସାଇଟ୍କୁ ଯିବା ପୂର୍ବରୁ କିଛି ଜରୁରୀ ଦିଗ ପ୍ରତି ଧ୍ଯାନ ରଖିବା ପାଇଁ ଉପଦେଶ ଦେଇଥାନ୍ତି ।

m2ପର୍ସନାଲ ଜିନିଷ ସେୟାର କରନ୍ତୁ ନାହିଁ

ଅନଲାଇନ୍ ରେ ପାର୍ଟନର ଖୋଜିବା ସମୟର ଆଗ ଇମ୍ପ୍ରେସ ହୋଇ କୌଣସି ପର୍ସନାଲ ଜିନିଷ ଯଥା ଘର ଠିକଣା, ଫୋନ୍ ନମ୍ବର ଆଦି ବିଲକୁଲ୍ ସେୟାର କରନ୍ତୁ ନାହିଁ । ଏହା ଯଦି କରୁଛନ୍ତି ତେବେ ଆପଣ ଅସୁବିଧାରେ ପଡିପାରନ୍ତି।

ଚାଟିଙ୍ଗ୍କୁ ଗମ୍ଭୀରତା ସହିତ ନିଅନ୍ତୁ ନାହିଁ

ଅନଲାଇନ୍ ଡେଟିଙ୍ଗ୍ ରେ ମିଳିଥିବା ସମ୍ପର୍କକୁ ବେଶି ଗମ୍ଭିରତା ସହିତ ନିଅନ୍ତୁ ନାହିଁ । ଏହା ଆପଣ ମଧ୍ଯ ଜାଣନ୍ତି କି ଏହା ଆପଣଙ୍କ ଅସଲି ଦୁନିଆ ନୁହେଁ ।

m5ଏକା ଦେଖା କରିବାକୁ ଯାଆନ୍ତୁ ନାହିଁ

ଅନଲାଇନ୍ ଦ୍ବାରା ପରିଚୟ ହୋଇଥିବା କୌଣସି ବ୍ଯକ୍ତିଙ୍କ ସହିତ କେବେବି ଏକାକି ଦେଖାକରିବା ପାଇଁ ଯାଆନ୍ତୁ ନାହିଁ । ପ୍ରଥମ ଦେଖା ସାକ୍ଷାତରେ ଭଲ ହେବକି ଆପଣ କୌଣସି ସାଙ୍ଗ କିମ୍ବା ପରିବାରର କୌଣସି ସଦସ୍ଯଙ୍କ ସହିତ ଯାଆନ୍ତୁ ।

ଭୁଲରେ ମଧ୍ଯ ଫଟୋ ସେୟାର କରନ୍ତୁ ନାହିଁ

ପ୍ରାୟତଃ ଝିଅମାନେ ପୁଅମାନଙ୍କ ଠାରୁ ନିଜର ତାରିଫ୍ ଶୁଣିବା ପାଇଁ ନିଜର ଫଟୋ ଦେଇଦିଅନ୍ତି । ଏହା ଯଦି ଆପଣ କରୁଛନ୍ତି ତେବେ ଆପଣ ବହୁତ ବଡ ସମସ୍ଯାରେ ପଡିପାରନ୍ତି । ତେଣୁ ଏପରି କରନ୍ତୁ ନାହିଁ ।

m6ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ

ଏମିତି କିଛି ବ୍ଯକ୍ତି ଅଛନ୍ତି ବିବାହର ପ୍ରଲୋଭନ ଦେଖାଇ ଫସାଇ ଦେଇଥାନ୍ତି । ନିଜ ଜୀବନର ଏତେ ବଡ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ପରଖି ନିଅନ୍ତୁ ଯେମିତି ପରବର୍ତ୍ତୀ ସମୟରେ କୌଣସି ପଶ୍ଚାତାପ ନକରିବାକୁ ପଡେ।

ଧୋକାରୁ ବଞ୍ଚନ୍ତୁ

ପ୍ରୋଫାଇଲ୍ ପିକଚର୍‌ ହିଁ ସବୁ କିଛି ହୋଇନଥାଏ । କିଛି ଲୋକେ ନିଜର ପ୍ରଫେସନ୍ ଆଉ ଫଟୋ ମଧ୍ଯ ଭୁଲ ଦେଇଥାନ୍ତି । ସତ ସୂଚନା ପାଇବା ପାଇଁ ନିଜ ତରଫରୁ ଚେଷ୍ଟା କରନ୍ତୁ । ଏହା ବ୍ଯତିତ ସାମନାରେ ଥିବା ବ୍ଯକ୍ତି ଆପଣଙ୍କୁ ତାଙ୍କ ବିଷୟରେ କୌଣସି ମିଛ କଥା କହି ଟଙ୍କା ମଧ୍ଯ ଠକିକି ନେଇଯାଇପାରନ୍ତି । ଏଥିପ୍ରତି ସତର୍କ ରୁହନ୍ତୁ ।

m4ବ୍ଯାଙ୍କ ଆକାଉଣ୍ଟର ଡିଟେଲସ୍ ସେୟାର କରନ୍ତୁ ନାହିଁ

ବ୍ଯାଙ୍କ ଆକାଉଣ୍ଟ କିମ୍ବା କ୍ରେଡିଟ୍ କାର୍ଡର ଡିଟେଲସ୍ ସୂଚନା କାହାକୁ ଦିଅନ୍ତୁ ନାହିଁ । ନଚେତ୍ ବହୁତ କିଛି ସମସ୍ଯା ଆପଣଙ୍କୁ ଭୋଗିବାକୁ ପଡିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.