ସୋରିଷ ତେଲ କେଶରେ ଲଗାଇବା ପୂର୍ବରୁ ଏହି କଥାକୁ ଧ୍ୟାନ ଦିଅନ୍ତୁ, ଜାଣନ୍ତୁ ଏହାର ସଠିକ ତରିକା

ସୋରିଷ ତେଲ ପ୍ରତ୍ୟେକ ଲୋକଙ୍କ ଘରେ ମିଳିଥାଏ । ସୋରିଷ ତେଲକୁ ସାଧାରଣତଃ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ସୋରିଷ ତେଲରେ ଅନେକ ଉପକାରୀ ଗୁଣ ଭରି ରହିଛି । ଉତ୍ତର ଭାରତରେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ ।
ପୁରାତନ କାଳରେ ରୋଗ ସଂକ୍ରମଣରୁ ଦୂରେଇବା ପାଇଁ ପିଲାମାନଙ୍କ ଶରୀରରେ ଏହି ତେଲର ମାଲିସ କରୁଥିଲେ । ସୋରିଷ ତେଲ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ସୋରିଷ ତେଲରେ ଭରପୂର ମାତ୍ରାରେ ଭିଟାମିନ, ମିନେରାଲ୍ସ ,ଏବଂ ଅନେକ ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀର ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ।
କେଶକୁ ସୁସ୍ଥ ରଖିବା ପାଇଁ ଆମେ ପ୍ରତିଥର ଅନେକ ଉପାୟକୁ ଆପଣାଇଥାଉ। କିନ୍ତୁ ଯଦି ବି ଆମେ ଘରୋଇ ଉପାୟ କଥା ମାନୁ ତେବେ ପୂର୍ବରୁ ବ୍ୟବହାର ହେଉଥିବା ତେଲକୁ ନେଇ ଅଧିକ ଫାଇଦା ହେବାର ଶୁଣିବାକୁ ମିଳିଥାଏ। ଏଇ ଯେମିତି ନଡ଼ିଆ ତେଲ ଓ ସୋରିଷ ତେଲ ।
କୁହାଯାଏ ଯେ କେଶରେ ସୋରିଷ ତେଲ ଲଗାଇଲେ କେଶ ମଜବୁତ ହେବା ସହ ଘନ ହୋଇଥାଏ। କିନ୍ତୁ ଏହାକୁ ବ୍ୟବହାର କରିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବା ଉଚିତ। ଯଦିଓ ସୋରିଷ ତେଲ କେଶ ପାଇଁ ଭଲ ହୋଇଥାଏ ତେବେ ଏହାକୁ ବ୍ୟବହାର କରିବାର ସଠିକ ତରିକା ଜାଣିବା ଉଚିତ। କାରଣ ଭୁଲ ବ୍ୟବହାର ଦ୍ୱାରା ଏହାର ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ।
ଜାଣି ରଖନ୍ତୁ ଯେ ସୋରିଷ ତେଲ ରେ ଆଇରନ, ମାଗ୍ନେସିୟମ, ଜିଙ୍କ, ସିଲେନିୟମ ଏବଂ କ୍ୟାଲସିୟମ ରହିଛି। ଏହା ଭିଟାମିନ ଏ , ଡି ଓ ଇ ରେ ଭରପୂର ଅଛି। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ଭରି ରହିଛି। ଏହାକୁ କେଶରେ ଲଗାଇବା ଦ୍ୱାରା କେଶ ମଜବୁତ ହୋଇଥାଏ।
ତେବେ ଏହାକୁ ଲଗାଇବା ସମୟରେ କେବେ ବି ଏହି ଭୁଲ କରନ୍ତୁ ନାହିଁ:
-ଏହାକୁ ଲଗାଇବା ପୂର୍ବରୁ ଭଲ ଭାବେ ଟେଷ୍ଟ କରାନ୍ତୁ। କାରଣ ଆଜିକାଲି ପ୍ୟାକେଟ ତେଲରେ ଅପମିଶ୍ରଣ ହେବାର ଖବର ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ନକଲି ତେଲ ଲଗାଇବା ଦ୍ୱାରା ଏହା କେଶ ଉପରେ ଖରାପ ପ୍ରଭାବ ପକାଇଥାଏ।
– ଏହାବ୍ୟତିତ ଆପଣ କେଶ ସହିତ ଚର୍ମ ମଧ୍ୟ ଅଏଲି ହେବା ଜରୁରୀ।
– କିଛି ଲୋକ କେଶରେ ସୋରିଷ ତେଲ ଲଗାଇ ରାତିରେ ଶୋଇପଡ଼ନ୍ତି । ଯାହା କରିବା ଆଦୌ ଉଚିତ ନୁହେଁ।
– ଏହାବ୍ୟତିତ ଆପଣ ସୋରିଷ ତେଲକୁ ଗରମ କରିବା ପରେ ହିଁ କେଶରେ ଲଗାନ୍ତୁ। ଏହାଦ୍ୱାରା ଫ୍ୟାଟ ମଲିକୁଲସ୍ ଭିନ୍ନ ଭିନ୍ନ ହୋଇଯାଏ।