ବେଡରୁମରେ କରନ୍ତୁ ନାହିଁ ଏହି ୫ ଭୁଲ, ବଢ଼ିପାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା

ବାସ୍ତୁଶାସ୍ତ୍ରରେ ଶୟନ କକ୍ଷର ବହୂତ ମହତ୍ତ୍ବ ବିଷୟରେ କୁହାଯାଇଛି। ଏହାର କାରଣ ଏହା ହେଉଛି ଯେ ଶୟନ କକ୍ଷ ସବୁ ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ। ଏଠାରେ ବ୍ୟକ୍ତି ତାଙ୍କର ଥକ୍କା ମେଣ୍ଟାଇଥାଏ ଏବଂ ନୂତନ ଶକ୍ତି ପ୍ରାପ୍ତ କରିଥାଏ। ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ସୁଖ ମାମଲାରେ ମଧ୍ୟ ଶୟନ କକ୍ଷ ବହୁତ ମହତ୍ତ୍ବ ରଖିଥାଏ। ଏଥିପାଇଁ ଶୟନ କକ୍ଷ ମାମଲାରେ ଏମିତି ୫ ଭୁଲ ରହିଛି ଯାହା ଠାରୁ ଆପଣ ଦୂରେଇ ରହିବା ଆବଶ୍ୟକ।

bedroomବହୁତ ଲୋକ ନିଜର ଶୟନ କକ୍ଷରେ ୱାସ ମେସିନ ଲଗାଇଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ସମ୍ପର୍କରେ ବିଶ୍ବାସକୁ କମ୍ କରିଥାଏ ଏବଂ ସନ୍ଦେହ ସ୍ରୁଷ୍ଟି କରିଥାଏ।

ଅତିଥି ଏବଂ ସାଙ୍ଗୟସାଥିଙ୍କୁ ଗେଷ୍ଟରୁମ କିମ୍ବା ଡ୍ରଇଙ୍ଗ ରୁମରେ ବସାନ୍ତୁ। ନିଜର ବେଡରୁମକୁ ସମସ୍ତଙ୍କୁ ଆଣିବା ଉଚିତ ନୁହେଁ। ବାସ୍ତୁ ବିଜ୍ଞାନ ଅନୁସାରେ ଏହା ଶୟନ କକ୍ଷରେ ନକରାତ୍ମକ ଶକ୍ତିକୁ ବଢ଼ାଇଥାଏ ଯାହା ସମ୍ପର୍କରେ ଦୂରତା ବଢ଼ାଇବାରେ କାର୍ଯ୍ଯ କରିଥାଏ।

ଏହା ସହ ପଢ଼ନ୍ତୁ : ଶୋଇବା ଘରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏଭଳି ସାଜସଜା, ନଚେତ ପଡିପାରେ ମହଂଗା 

mirrorଶୟନ କକ୍ଷରେ ଆଇନା ଲଗାଇବା ଉଚିତ ନୁହେଁ। ଯଦି ଲଗାଇବାକୁ ଚାହୁଁଛନ୍ତି ତେବେ ଏମିତି ଲଗାନ୍ତୁ ଯେପରି ବିଛଣାରୁ ଉଠି ଆପଣଙ୍କ ଚେହେରା ଦେଖା ନଯାଏ। ବିଛଣା ସାମ୍ନାରେ ଆଇନା ଆପଣଙ୍କ ଭିତରେ ନକାରାତ୍ମକ ଶକ୍ତି ବଢ଼ାଇଥାଏ ଯାହା ଆପଣଙ୍କ ଉତ୍ସାହକୁ କମ୍ କରିଥାଏ।

box bedଆଜିକାଲି ବକ୍ସବେଡର ଚାହିଦା ଖୁବ ଅଧିକ ଚାଲୁଛି। ଯଦି ଆପଣ ମଧ୍ୟ ଏହି ପ୍ରକାରର ବେଡ୍ ବ୍ୟବହାର କରୁଛନ୍ତି ତେବେ ସେଥିରେ ବିଦ୍ୟୁତ ସାମଗ୍ରୀ ରଖିବା ଉଚିତ ନୁହେଁ। ଏହା ସମ୍ପର୍କରେ ଦୂରତା ବଢ଼ାଇଥାଏ ଏବଂ ମନାନ୍ତର ମତାନ୍ତର ଲାଗିକି ରଖିଥାଏ। ବେଡ ତଳେ ଜୋତା ଏବଂ ଚପଲ ରଖିବା ଉଚିତ ନୁହେଁ।

ବେଡରୁମରେ ଫୁଲକୁଣ୍ଡ ରଖିବା ଉଚିତ ନୁହେଁ। ଯଦି ଆପଣ ରଖିବାକୁ ଚାହୁଁଛନ୍ତି ତେବେ କୃତ୍ରିମ ଫୁଲକୁଣ୍ଡ ରଖନ୍ତୁ।