ତାଓ୍ଵା ବ୍ୟବହାର କରୁଥିଲେ କରନ୍ତୁ ନାହିଁ ଏହି ଭୁଲ, ନଚେତ୍‌ ଆସିବ ଆର୍ଥିକ ସମସ୍ୟା

ବାସ୍ତୁ ଶାସ୍ତ୍ରରେ ଘରର ସବୁ କାମକୁ ନେଇ ତାହାର ପ୍ରଭାବ ସମ୍ପର୍କରେ କୁହାଯାଇଥାଏ। ବାସ୍ତୁ ଅନୁସାରେ ଘରର ସ୍ଥାନ ଏବଂ ରଖିଥିବା ଜିନିଷକୁ ନେଇ ନିୟମ ରହିଛି। ଟିକେ ଭୁଲ ହେବା ମାତ୍ରେ ଅନେକ ଅସୁବିଧା ଉପୁଜେ। ଘରର ବାସ୍ତୁରେ ରୋଷେଇ ଘରକୁ ନେଇ ବେଶ ନିୟମ ରହିଛି। ଯାହା ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଆଜି ଆମେ ତାଓ୍ଵାକୁ ନେଇ କିଛି ଜରୁରୀ କଥା କହିବୁ । ଏହାକୁ ନେଇ କି ଛି ବାସ୍ତୁ ନିୟମ ରହିଛି। ହୁଏତ ଆପଣ ଜାଣିନଥିବେ। ତେବେ ଆଜି ଆମେ ଏହା ସମ୍ପର୍କରେ ଆପଣଙ୍କୁ କହିବୁ।

-ଖାଦ୍ୟ ତିଆରି କରିବା ପରେ ତାଓ୍ଵାକୁ ସବୁବେଳେ ସଫା ରଖନ୍ତୁ। ସମସ୍ତଙ୍କ ନଜରରୁ ଏହାକୁ ଲୁୁୁଚାଇ ରଖନ୍ତୁ। ଖୋଲା ଜାଗାରେ ରଖନ୍ତୁ ନାହିଁ। କାରଣ ଏହା ହେବା ଦ୍ୱାରା ଅଶୁଭ ପ୍ରଭାବ ପଡେ ବୋଲି କୁହନ୍ତି।
-ମନେ ରଖିବେ ସବୁବେଳେ ରୁଟି କରିବା ପୂର୍ବରୁ ଲୁଣ ଛିଞ୍ଚିକି ଯାଅନ୍ତୁ। ଏବଂ ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଘରେ ଧନ ଓ ସମ୍ପତ୍ତି ବଢ଼ିଥାଏ।
-କେବେ ବି ଧାର ଜିନିଷ ତାଓ୍ଵା ଉପରେ ରଖନ୍ତୁ ନାହିଁ କିମ୍ବା ତାଓ୍ଵାରୁ ସିଧା ଉଠାଇ ଖାଦ୍ୟ ଖାଆନ୍ତୁ ନାହିଁ। ସବୁବେଳେ ଖାଦ୍ୟକୁ ନିଜ ପ୍ଲେଟରେ ଆଣିକି ଖାଆନ୍ତୁ।
-ତାଓ୍ଵା ଓ କଢ଼ାଇକୁ କେବେ ହେଲେ ଓଲଟା କରି ରଖନ୍ତୁ ନାହିଁ। ଏହାଦ୍ୱାରା ଧନ ହାନି ହେବାର ସମ୍ଭାବନା ଥାଏ।
-ଗରମ ତାଓ୍ଵା ଉପରେ କେବେ ବି ଭୁଲରେ ପାଣି ପକାନ୍ତୁ ନାହିଁ। ଏହା କରିବା ଦ୍ୱାରା ଘର ଉପରେ ସଙ୍କଟ ଆସିବାର ସମ୍ଭାବନା ଥାଏ। ଏହାସହିତ ଘରେ ନକରାତ୍ମକ ଶକ୍ତି ବଢ଼େ।

Leave A Reply

Your email address will not be published.