ଓଦା ଚୁଟିରେ କେବେ ବି କରନ୍ତୁ ନାହିଁ ଏହି ୭ଟି ଭୁଲ, ସବୁ ଦିନ ପାଇଁ ଖରାପ ହୋଇଯିବ କେଶ

ସବୁ ମହିଳା ଚାହାନ୍ତି ଯେ ସେମାନଙ୍କ ଚୁଟି ମୋଟା, କଳା ଓ ଲମ୍ବା ହେଉ। ଏଥିପାଇଁ ମହିଳାମାନେ ମୋଟା ଅଙ୍କର ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ କେତେକ ଛୋଟ ଛୋଟ ଭୁଲ ପାଇଁ ଚୁଟି ନଷ୍ଟ ହୋଇଯାଇଥାଏ। ବ୍ୟୁଟି ଏକ୍ସପର୍ଟଙ୍କ ମତରେ ଯଦି ଆପଣ ମୋଟା ଓ ଲମ୍ବା ଚୁଟି ଚାହୁଁଛନ୍ତି ତେବେ ଚୁଟି ଓଦା ଥିବା ବେଳେ ଭୁଲରେ ବି ଏହି ସବୁ କାମ କରନ୍ତୁ ନାହିଁ। ଆସନ୍ତୁ ଜାଣିବା କ’ଣ ସେହି କାମ ଯାହା କରିବା ମନା…

ଓଦା ଚୁଟିକୁ କୁଣ୍ଡାଇବା:

ଚୁଟି ଓଦା ଥିବା ବେଳେ ଆଦୌ କୁଣ୍ଡାନ୍ତୁ ନାହିଁ। କାରଣ ଓଦା ଅବସ୍ଥାରେ ଚୁଟି ଖୁବ୍‌ ଦୁର୍ବଳ ଥାଏ। ଫଳରେ ସହଜରେ ଛିଣ୍ଡିଯାଏ। ଏଣୁ ସବୁବେଳେ ଚୁଟି ସମ୍ପୂର୍ଣ୍ଣ ଶୁଖିଯିବା ପରେ ହିଁ କୁଣ୍ଡାଇବାକୁ ଏକ୍ସପର୍ଟ ମତ ଦିଅନ୍ତି।

ଓଦା ଚୁଟିରେ ହିଟିଂ ଟୁଲ୍ସ ବ୍ୟବହାର କରିବା:

ଚୁଟି ପାଇଁ ହିଟିଂ ଟୁଲ୍ସ ଆଦୌ ଭଲ ନୁହେଁ। ଓଦା ଚୁଟିରେ ଫ୍ଲାଟ୍‌ ଆଇରନ୍‌ ଲଗାଇଲେ ତାହା ଜଲଦି ଖରାପ ହୋଇଯାଏ। ଶୁଖିଲା ଚୁଟିରେ ହିଁ ସବୁବେଳେ ହିଟିଂ ଟୁଲ୍ସ ବ୍ୟବହାର କରିବାକୁ ଏକ୍ସପର୍ଟ କୁହନ୍ତି।

ଓଦା ଚୁଟିକୁ ବାନ୍ଧିବା:

ଓଦା ଚୁଟିକୁ ବାନ୍ଧିଲେ ସୁନ୍ଦର ଦିଶୁଥିଲେ ମଧ୍ୟ କେଶ ପାଇଁ ଏହା କ୍ଷତିକାରକ ହୋଇଥାଏ। ଓଦା ଚୁଟି ଦୁର୍ବଳ ହୋଇଥାଏ। ଏଣୁ ଏହାକୁ ଟାଇଟ୍‌ କରି ବାନ୍ଧିଲେ ସହଜରେ ଛିଡ଼ିଯାଏ। ଏଣୁ ସବୁବେଳେ ଚୁଟି ଶୁଖିଯିବା ପରେ ହିଁ ବାନ୍ଧିବା ଉଚିତ୍‌।

ଓଦା ଚୁଟିକୁ ବ୍ଲୋ ଡ୍ରାଏ କରିବା:

ଓଦା ଚୁଟିକୁ ଶୀଘ୍ର ଶୁଖାଇବା ପାଇଁ ଅଧିକାଂଶ ଲୋକ ବ୍ଲୋ ଡ୍ରାୟର ବ୍ୟବହାର କରିଥାନ୍ତି। କିନ୍ତୁ ଧ୍ୟାନ ରଖିବେ ବାଥରୁମ୍‌ରୁ ବାହାରିବାର ତୁରନ୍ତ ପରେ କେବେ ବି ବ୍ଲୋ ଡ୍ରାୟର ବ୍ୟବହାର କରନ୍ତୁ ନାହିଁ। ଚୁଟିକୁ ଟିକେ ଶୁଖିବାକୁ ଛାଡ଼ନ୍ତୁ। ତା’ ପରେ ହିଁ ଡ୍ରାୟର ବ୍ୟବହାର କରନ୍ତୁ।

ଓଦା ଚୁଟିକୁ ପବନରେ ଶୁଖାଇବା:

କିଛି ଲୋକ ଚୁଟିକୁ ପ୍ରାକୃତିକ ଭାବେ ପବନରେ ଶୁଖାଇଥାନ୍ତି। ଏହା ଚୁଟି ପାଇଁ ଭଲ ବୋଲି ସମସ୍ତେ ଭାବନ୍ତି। କିନ୍ତୁ ତାହା ଏକ ଭୁଲ ଧାରଣା। ପ୍ରକୃତରେ ପବନରେ ଚୁଟି ଶୁଖାଇଲେ ତାହା ଅଧିକ ଜଟ ହୋଇଯାଏ। ଫଳରେ ଅଧିକ ଛିଡ଼େ।

ଚୁଟି ଓଦା ଥିବା ବେଳେ ଶୋଇବା:

ଅଧା ଓଦା ଚୁଟିରେ ବେଳେ ବେଳେ ଶୋଇଲେ ଚଳିଥାଏ। କିନ୍ତୁ ଚୁଟି ପୂରା ଓଦା ଥିବା ବେଳେ କେବେ ବି ଶୁଅନ୍ତୁ ନାହିଁ। ଏହା ତାଳୁର ଫୋଲିସେଲ ଉପରେ କୁପ୍ରଭାବ ପକାଏ। ଏଣୁ ସବୁବେଳେ ଚୁଟି ଶୁଖିବା ପରେ ହିଁ ଶୁଅନ୍ତୁ।

ଓଦା ଚୁଟିରେ ହେୟାର ସ୍ପ୍ରେ ଲଗାଇବା:

ଚୁଟିକୁ ଷ୍ଟାଇଲ କରିବା ପାଇଁ ହେୟାର ସ୍ପ୍ରେ ବ୍ୟବହାର କରୁଥିଲେ ସବୁବେଳେ ଶୁଖିଲା ଚୁଟିରେ ହିଁ କରନ୍ତୁ। ଏହା ଦ୍ୱାରା ଚୁଟି ସୁରକ୍ଷିତ ରହିଥାଏ। କିନ୍ତୁ ଓଦା ଥିବା ବେଳେ ହେୟାର ସ୍ପ୍ରେ ଲଗାଇଲେ ଚୁଟି ଶୁଖିଯିବା ପରେ ଷ୍ଟାଇଲ ବଦଳିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.