ଘରେ ପୋଛା ଲଗାଇବା ବେଳେ କରନ୍ତୁ ଏହି କାର୍ଯ୍ୟ, ଘରୁ ଚାଲିଯିବା ସମସ୍ତ ଅମଙ୍ଗଳ, ବିରାଜିବ ଶାନ୍ତି

ବାସ୍ତୁ ନିୟମ ଅନୁଯାୟୀ ଘରକୁ ବାସ୍ତୁ ଦୋଷ ଠାରୁ ଦୂରେଇ ରଖିବା ପାଇଁ ଅନେକ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ | କାରଣ ବାସ୍ତୁ ଦୋଷ ଅନେକ ସମସ୍ୟାର କାରଣ ହୋଇଥାଏ | ଏଥିସହ ଘରେ ବାସ୍ତୁ ଦୋଷ ରହିବା ଦ୍ୱାରା ନକାରାତ୍ମକ ଶକ୍ତି ସୃଷ୍ଟି ହେବା ସହ ପରିବାରରେ ଝଗଡା ଲାଗିବା, ସମସ୍ୟା ଦେଖାଦେବା ଏବଂ ସର୍ବଦା ଚିନ୍ତା ଲାଗି ରହିଥାଏ | ତେବେ ଆସନ୍ତୁ ଜାଣିବା ଘରୁ ନକାରାତ୍ମକତା କିପରି ଦୂର କରିବେ | ଘରୁ ନକାରାତ୍ମକ ଶକ୍ତି ଦୂର ହେବ ସହ ଶାନ୍ତି ବିରାଜମାନ କରିବା ପାଇଁ ଜାଣିବା କିଛି ଟିପ୍ସ |

ଘରର ସମସ୍ତ ଜିନିଷ ବାସ୍ତୁ ଅନୁଯାୟୀ ରଖିବା ସମ୍ଭବ ହୋଇନଥାଏ | ଏହି କାରଣରୁ ନକାରାତ୍ମକ ପ୍ରଭାବ ଦୂର କରିବା ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ଉଲ୍ଲେଖ କରାଯାଇଛି | ଏସବୁ ମଧ୍ୟରୁ ଗୋଟିଏ ହେଉଛି ଘରେ ପୋଛା ଲଗାଇବା | ବାସ୍ତୁବିତଙ୍କ କହିବାନୁଯାୟୀ ଘରେ ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ପକାଇ ପୋଛା ମାରିବା ଦ୍ୱାରା ଘରୁ ନକାରାତ୍ମକତା ଦୂର ହୋଇଥାଏ |

ଘରେ ପୋଛା ଲଗାଇବା ସମୟରେ କରନ୍ତୁ ନାହିଁ ଏହିସବୁ ଭୁଲ :

ଘରେ ଥିବା ବାସ୍ତୁ ଦୋଷ ଏବଂ ଘରୁ ନକରାତ୍ମକ ପ୍ରଭାବ ଦୂର କରିବା ପାଇଁ ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ | ଏହିକଥା ଉପରେ ବିଶେଷ ଧ୍ୟାନ ନରଖିବା ଦ୍ୱାରା ଘରୁ ନକାରାତ୍ମକ ପ୍ରଭାବ ଦୂର ହୋଇନଥାଏ |

ବାସ୍ତୁଶାସ୍ତ୍ର ଅନୁଯାୟୀ ସପ୍ତାହରେ ୨ ଥର ପାଣିରେ ଲୁଣ ପକାଇ ଘରେ ପୋଛା ମାରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକତା ପ୍ରଭାବ ବୃଦ୍ଧି ପାଇଥାଏ | ବିଶେଷରୂପେ ଧ୍ୟାନ ରଖନ୍ତୁ ଏହି କାମ କେବେ ବି ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ କରନ୍ତୁ ନାହିଁ |

ସେହିଭଳି ଏହି କାମ କରିବା ସମୟରେ ଯେପରି କୌଣସି ବାହାର ବ୍ୟକ୍ତିଙ୍କ ନଜର ନପଡ଼େ ସେଥିପ୍ରତି ବିଶେଷ ଧ୍ୟାନ ଦେବେ |

ପୋଛା ଲଗାଇବା ପରେ ସେହି ପାଣିକୁ ଘର ବାହାରେ ପକାଇ ଦିଅନ୍ତୁ | ନଚେତ ନକାରାତ୍ମକ ଶକ୍ତି ଘରେ ହିଁ ରହିଯାଇଥାଏ |

ଏଥିସହ ଯଦି ଆପଣ ପାଣିରେ ଲୁଣ ମିଶାଇ ପୋଛା ମାରିପାରୁନାହାନ୍ତି ତେବେ ଘରେ ଏକ କାଚ ପାତ୍ରରେ ଲୁଣ ଭରି ରଖିପାରିବେ | ଏହାକୁ କିଛି ଦିନ ବ୍ୟବଧାନରେ ପରିବର୍ତ୍ତନ କରନ୍ତୁ | କାରଣ ଏପରି କରିବା ଦ୍ୱାରା ଘରୁ ବାସ୍ତୁ ଦୋଷ ଦୂର ହେବା ସହ ସକରାତ୍ମକତା ଲାଗି ରହିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.