ଜାଣନ୍ତୁ ଚା’ ଓ ବାସି ଚା’ ମଧ୍ୟରେ କ’ଣ ରହିଛି ଫରକ, ବାସି ଚା’ ପିଉଥିଲେ ହୋଇ ଯାଆନ୍ତୁ ସତର୍କ : କିଡନୀ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ଥାଏ ବାସି ଚା’

ଚା’ କେବଳ ଏହାର ନାଁ ଶୁଣୁ ଶୁଣୁ ଅନେକଙ୍କ ମନରେ ଆବେଗ ଭରିଯାଏ । ଖାଦ୍ୟ ଠାରୁ ମଧ୍ୟ ପ୍ରାୟ ଶତ ପ୍ରତିଶତ ଲୋକେ ଦିନକୁ ଚା’ ପିଅନ୍ତି । ପୁଣି ଏହି ଚା’ ପ୍ରକାର ମଧ୍ୟ ରହିଛି । କେବଳ ଚା’ ବିକ୍ରି କରି କେତେ ଲୋକେ ହୋଇଛନ୍ତି କୋଟିପତି , ଯାହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ଆପଣ ଦେଖିଥିବେ । ଆଜି ଆମେ କହିବାକୁ ଯାଉଛୁ ସେହି ଚାହା ବିଷୟରେ ଆପଣ ଜାଣିଥିବେ କି ଏହି ଚା’ କୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ କି ଏହା ହୋଇ ସାରିବା ପରେ ବା ବାସି ଚା’କୁ ବାରମ୍ବାର ଗରମ କରି ପିଇଥାଆନ୍ତି । ହେଲେ ଏପରି କରିବା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଏପରି ଅଭ୍ୟାସ ଆପଣଙ୍କୁ ଅନେକ ପ୍ରକାର ରୋଗରେ ପକାଇବ । କାରଣ ଚା’ କୁ ରିହିଟ କରି ପିଇବା ଦ୍ୱାରା ଆପଣଙ୍କ ଅମ୍ଲ ଦୋଷ ବଢିଥାଏ । ଖାସ କରି ଅଧିକ ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ପୁଣି ଏହାର ସ୍ୱାଦ ମଧ୍ୟ ବଦଳି ଯାଇଥାଏ ।

Tea
Picture Credit – Times Of India

ଆପଣ ଜାଣଛନ୍ତି କଫି ହେଉ କିମ୍ବା ଚା’ ଏହି ଦୁଇଟି ଡ୍ରିଙ୍କରେ ଭିଟାମିନ ମଧ୍ୟ ରହିଛି କିନ୍ତୁ ଏହାକୁ ଉଚିତ ପରିମାଣରେ ପିଇବା ଆବଶ୍ୟକ । ହେଲେ ବାସି ଚା’ କୁ ଗରମ କରି ପିଇବା ଦ୍ୱାରା ଏହା ଶରୀରରେ ଅନେକ ରୋଗ ସୃଷ୍ଟି କରାଇଥାଏ । ଯେମିତିକି, ଆସିଡିଟି,କୋଷ୍ଟ କାଠିନ୍ୟ,ଡାଇଜେସନ କରାଇବାରେ ଅସିବିଧା କରାଇବା,ଭୋକ ମାରିଦେବା,ଗ୍ୟାଷ୍ଟିକ,ବାନ୍ତି କରାଇବା,ଶରୀରେ ଅଧିକ ମେଦ ସୃଷ୍ଟି କରିବା ଇତ୍ୟାଦି । ତେଣୁ ଆପଣଙ୍କ ପାଖରେ ଯଦି ବାସି ଚା’ କୁ ଗରମ କରି ପିଇବାର ଅଭ୍ୟାସ ଅଛି ତେବେ ଆପଣ ନିଜର ଏହି ଅଭ୍ୟାସକୁ ତୁରନ୍ତ ବନ୍ଦ କରନ୍ତୁ ।

କାହିଁକିନା ଏଥିରେ ଜୀବାଣୁ ମଧ୍ୟ ଉତ୍ପନ୍ନ ହୋଇଥାଏ । ଯଦି ଆପଣ କ୍ଷୀରରେ ତିଆରି ଚା’ ପିଉଛନ୍ତି, ତେବେ ଏହା ବାସି ବା ଦୀର୍ଘ ସମୟ ରହିଯିବା ପରେ ଏଥିରେ ମାଇକ୍ରୋବସ୍(ଏକ ପ୍ରକାର ଜୀବାଣୁ) ସୃଷ୍ଟି ହେବାର ଆଶଙ୍କା ରହିଥାଏ । ତେଣୁ ଚା’ ପ୍ରସ୍ତୁତ ହେବାର ୧୦ ମିନିଟ କିମ୍ବା ୧୫ ମିନିଟ ଭିତରେ ଏହାକୁ ପିଇବା ଦରକାର । ଏହାଠାରୁ ଅଧିକ ସମୟ ପରେ ପିଇଲେ ଏହାର ସ୍ୱାଦ ନଷ୍ଟ ହେବା ଦ୍ୱାରା ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଦିନକୁ ଆପଣଙ୍କୁ ମାତ୍ର ୨ ଥର ହିଁ ଚା’ ପିଇବାର ଅଛି କାରଣ ଅଧିକ ପିଇବା ମଧ୍ୟ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ରିସର୍ଚ ଅନୁଯାୟୀ ଚା’ରେ ଯେତେ ମାତ୍ରାରେ ଭିଟାମିନ ରହିଥାଏ , ବାସି ଚା’ ରେ କିଛି ନଥାଏ । ତେବେ ଆପଣ କ୍ଷୀର ଚା’ ବଦଳରେ ନାଲି ଚା’ ପିଇ ପାରିବେ । ଯେକୌଣସି ଚା’ ପିଅନ୍ତୁ ନା କାହିଁକି ତାକୁ କେବେ ବି ରିହିଟ କରନ୍ତୁ ନାହିଁ କାରଣ ଏହା କିଡନୀ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.