ଭୁଲରେ ମଧ୍ୟ ଉପହାରରେ ଦିଅନ୍ତୁ ନାହିଁ ଏହି ୫ ଜିନିଷ, ହୋଇଥାଏ ଅଶୁଭ

ଆମ ସମାଜରେ ଜଣେ ଜଣଙ୍କ ଖୁସି ପାଇଁ ଉପହାର ଦେବାର ପରମ୍ପରା ରହିଛି। ଅନେକ ଶୁଭ ଅବସରରେ ଆମେ ଆମର ବନ୍ଧୁ ଏବଂ ପରିଜନ ମାନଙ୍କୁ ଉପହାରରେ ବହୁତ ଜିନିଷ ଦେଇଥାନ୍ତି ଏବଂ ନେଇଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ କେତେକ ଜିନିଷ ଏମିତି ଅଛି ଯାହାକୁ ଉପହାରରେ ଦେବା ଦ୍ବାରା ଅଶୁଭ ଫଳର ପ୍ରାପ୍ତି ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ୫ଟି ଜିନିଷ ବିଷୟରେ ଜଣାଇବାକୁ ଯାଉଛୁ, ଯାହାକୁ ଉପହାରରେ ଦେବା ଦ୍ବାରା ଆପଣଙ୍କୁ ଆର୍ଥିକ କ୍ଷତି ଏବଂ ଚିନ୍ତା ବଢ଼ିଥାଏ।

ଅନେକ ଶୁଭ ଅବସରରେ ସବୁବେଳେ ପରଷ୍ପରକୁ ଉପହାର ଦେବାବେଳେ ପ୍ରଥମେ ଗଣେଷ ମୂର୍ତ୍ତି ମନକୁ ଆସିଥାଏ ଏବଂ ଗଣେଷ ମୂର୍ତ୍ତି ସହିତ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ଦେଇଥାନ୍ତି। କେବେ ମଧ୍ୟ ଗଣେଷ ମୂର୍ତ୍ତି ସହିତ ଲକ୍ଷ୍ମୀଙ୍କ ମୂର୍ତ୍ତି ଦେବା ଉଚିତ ନୁର୍ହେଁ। ଏହି କାରଣରୁ ଧନ ପ୍ରାପ୍ତି ବଦଳରେ ଧନର କ୍ଷତି ହୋଇଥାଏ। କାରଣ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ଏବଂ ଭଗବାନ ଗଣେଷଙ୍କର ମାତା ଅଟନ୍ତି।

ବାସ୍ତୁ ଶାସ୍ତ୍ରରେ ଧାରଯୁକ୍ତ ହତିଆର କିମ୍ବା ଧାରୁଆ ଜିନିଷକୁ ଉପହାରରେ ଦେବା ଉଚିତ ନୁହେଁ। ଏହି ପ୍ରକାର ଉପହାର ନେବା ଏବଂ ଦେବା ଦ୍ବାରା ଘରେ ଅଶାନ୍ତିର ମାହୋଲ ରହିଥାଏ।

କାହାକୁ ମଧ୍ୟ କଳା ରଙ୍ଗର କପଡା ଏବଂ ଜୋତାକୁ ଉପହାରରେ ଦେବା ଉଚିତ ନୁହେଁ କାରଣ ଏହା ଅଶୁଭ ବୋଲି ଧରାଯାଏ କଳା ରଙ୍ଗର କପଡାକୁ ଉପହାରରେ ଦେବା ଦ୍ବାରା ଜୀବନରେ ବିଶ୍ରୁଙ୍ଖଳା ବଢ଼ି ଯାଇଥାଏ।

ଉପହାରରେ ହିଂସ୍ର ପଶୁଙ୍କ ଫଟୋ ଦିଅନ୍ତୁ ନାହି ଏବଂ ନିଅନ୍ତୁ ନାହିଁ। ଏହିଭଳି ଫଟୋକୁ ଉପହାରରେ ଦେବା ଦ୍ବାରା ଅଶାନ୍ତିର ପରିବେଶ ସ୍ରୁଷ୍ଟି ହୋଇଥାଏ।

ବାସ୍ତୁ ଅନୁସାରେ କାହାକୁ ମଧ୍ୟ ରୁମାଲକୁ ଉପହାର ସ୍ବରୂପ ଦେବା ଉଚିତ ନୁହେଁ। ରୁମାଲକୁ ଉପହାରରେ ଦେବା ଦ୍ବାରା ନକାରାତ୍ମକ ବଢ଼ିଥାଏ । ଏହାଛଡା ସମ୍ପର୍କରେ ଫାଟ ସ୍ରୁଷ୍ଟି ହୋଇଥାଏ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

10 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

22 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

31 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

35 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago