ନଖେଳିଲେ ବିଗୁଡ଼ୁଛି ପିଲାଙ୍କ ସ୍ବାସ୍ଥ୍ୟ, ସମାନଙ୍କୁ ଦିଆଯାଉ ଖେଳିବାକୁ ସୁଯୋଗ

ଶରୀରକୁ ଫିଟ ରଖିବାରେ ଖେଳର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଛୋଟ ପିଲା ପ୍ରତ୍ୟେକ ଦିନ ଅଳ୍ପ ସମୟ ପାଇଁ ହେଲେବି ଖେଳିବା ଉଚ୍ଚିତ । ପିଲା ମାନଙ୍କୁ ଘର ଭିତରେ ରଖିବା ଦ୍ବାରା ତାଙ୍କ ମନ ଓ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ । ରିପୋର୍ଟରେ କୁହାଯାଇଛି ପିଲାମାନଙ୍କୁ ନଜଗିକି ତାଙ୍କୁ ଖୋଲା ଭାବେ ବଞ୍ଚିବାକୁ ଛାଡ଼ିଦେବା ଉଚ୍ଚିତ ।

ଖେଳ, ସବୁବେଳେ ସୁସ୍ଥ ଜୀବନର ଏକ ଅଂଶ ହୋଇ ରହିଆସିଛି । ଶରୀରକୁ ଫିଟ ରଖିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପିଲାଠୁ ବୁଢା ସମସ୍ତଙ୍କୁ ପ୍ରତ୍ୟେକ ଦିନ କିଛିନା କିଛି ଘରବାହାରେ ଖେଳାଯାଉଥିବା ଖେଳ ଖେଳିବା ଉଚିତ, ନହେଲେ ବ୍ୟାୟାମ କରିବେ । ଯାହା ଶରୀରକୁ ଦୀର୍ଘଦୀନ ପର୍ଯ୍ୟନ୍ତ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ବିଶେଷ କରି ଛୋଟ ପିଲା ପ୍ରତ୍ୟେକ ଦିନ ଅଳ୍ପ ସମୟ ପାଇଁ ହେଲେବି ଖେଳିବା ଉଚ୍ଚିତ । ଯାହା ତାଙ୍କ ଶରୀରକୁ ଫିଟ ରଖିବ । ଏହାସହ ତାଙ୍କ ଶାରୀରିକ ଓ ମାନସିକ ବିକାଶ ଦିଗରେ କାର୍ଯ୍ୟ କରିବ । ପିଲା ମାନଙ୍କୁ ଘର ଭିତରେ ରଖିବା ଦ୍ବାରା ତାଙ୍କ ମନ ଓ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ । ଫଳରେ ସେମାନଙ୍କ ବିକାଶ ଠିକ ଭାବେ ଘଟେ ନାହିଁ । ସେମାନେ ବିଷାଦ ଆଡ଼କୁ ଗତି କରିଥାନ୍ତି । ଏକେଲା ପଣ ଅନୁଭବ କରିଥାନ୍ତି ।

ପେଡିଆଟ୍ରିକ୍ସ ଜର୍ନାଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଶିଶୁ ଓ କିଶୋର ମାନଙ୍କୁ ଆଜିକା ଦିନରେ ଖେଳିବା ପାଇଁ ଖୁବ ଅଳ୍ପ ସମୟ ମିଳୁଛି । ସ୍କୁଲ ଓ ଟ୍ବିସନରେ ସେମାନଙ୍କ ଦିନ ସରିଯାଉଛି । ଏହାପରେ ସେମାନେ ଆଉ ବାହାର ଖେଳ ପଡ଼ିଆରେ ଖେଳିବାର ସୁଯୋଗ ପାଉ ନାହାଁନ୍ତି । ଏହାସହ ସେମାନଙ୍କୁ ବୁଲିବାର ବି ସୁଯୋଗ ମିଳୁନି, ଘର ଭିତରେ ବନ୍ଦୀ ଭାବେ ଜୀବନ ବିତାଉଛନ୍ତି । ସେମାନେ ସବୁବେଳେ ବାପା ମାଆଙ୍କ ନଜରରେ ନରହି ବିଭିନ୍ନ ଆକ୍ଟିଭିଟିରେ ଭାଗ ନେଉଛନ୍ତି । ଯାହା ଫଳରେ ସେମାନେ ସେତେଟା ଭଲ ଭାବେ ଅନ୍ୟସହ ମିଶିପାରୁ ନାହାଁନ୍ତି ବା ଖୋଲାଭାବେ ନିଜର ଜୀବନ ଜିଇଁପାରୁ ନାହାଁନ୍ତି । ଯାହା ସେମାନଙ୍କ ନିକଟରେ ବିଷାଦକୁ ବୃଦ୍ଧି କରୁଛି । ଏହାସହ ସେମାନେ ସବୁବେଳେ ଡିପ୍ରେସନ ଆଡ଼କୁ ଗତି କରୁଛନ୍ତି । ଏହା ସ୍କୁଲ ଛୁଆ ମାନଙ୍କ ନିକଟରେ ଅଧିକ ପରିମାଣରେ ଦେଖିବାକୁ ମିଳୁଛି । ଏଥିପାଇଁ 2021ରେ ଆମେରିକାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ।

ଜର୍ନାଲରେ ପ୍ରକାଶ ପାଇଥିବା ରିପୋର୍ଟରେ ପରାମର୍ଶ ଦିଆଯାଇଛି କି ପିଲା ମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ମେଣ୍ଟାଲ ହେଲଥ ଡିଜଅଡର ପାଇଁ ବର୍ଷ ବର୍ଷ ଧରି ପିଲାମାନଙ୍କୁ ତଥା କିଶୋର ବୟସର ପିଲାଙ୍କୁ ଖେଳିବାର ସୁଯୋଗ କମ ମିଳୁଥିବାରୁ ଏପରି ହେଉଛି । ବଡ଼ ମାନଙ୍କ ଦ୍ବାରା ବିଭିନ୍ନ କ୍ଷେତ୍ରରେ ଆକଟ କରିବା ଦ୍ବାରା ସେମାନଙ୍କ ସ୍ବସ୍ଥ୍ୟ ଉପରେ ଏହାର ସିଧା ପ୍ରଭାବ ପଡ଼ୁଛି । ଏହାସହ ଡ୍ରିପ୍ରେସନର ଶିକାର ହୋଇ କିଶୋର ବୟସର ପିଲାମାନେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଥିବା ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି ପିଲାମାନଙ୍କୁ ନଜଗିକି ତାଙ୍କୁ ଖୋଲା ଭାବେ ବଞ୍ଚିବାକୁ ଛାଡ଼ିଦେବା ଉଚ୍ଚିତ । ଯାହା ଫଳରେ ସେମାନେ ନିଜର ଦାଇତ୍ବ ନିଜେ ନେଇ ପାରିବେ । ଏହାସହ ସେମାନଙ୍କ ନିକଟରେ ଦାଇତ୍ବ ବୋଧ ଆସିବ । ଏଠାରେ କୁହାଯାଇପାରେ ପିଲାମାନଙ୍କୁ ସବୁବେଳେ ଆକଟ ନକରି ସେମାନଙ୍କୁ ଖୋଲା ଛାଡ଼ିଦେବା ଉଚ୍ଚିତ । ସେମାନେ ନିଜ ଦାଇତ୍ବ କିପରି ନିଜେ ନେବେ ସେନେଇ ପରାମର୍ଶ ଦେବା ଉଚ୍ଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.