ସୋମବାର ଦିନ ଶିବଲିଙ୍ଗରେ ଚଢାନ୍ତୁ ଏକ ମୁଠା ଚାଉଳ, ମିଳିବ ମାନ ସମ୍ମାନ ସହ ସମୃଦ୍ଧି

ଆପଣମାନେ ପୂଜା କରିବା ସମୟରେ ଚାଉଳ କିମ୍ବା ଧାନର ବ୍ୟବହାର କରିଥାନ୍ତି। ପୂଜା ସମୟରେ ଚାଉଳ ଦାନ କରିବା ଅବା ଅକ୍ଷତ ଚଢାଇବାକୁ ଶୁଭ ବୋଲି ଧରାଯାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି,ଏହି ଚାଉଳ ଆପଣଙ୍କ ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରିପାରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚାଉଳ ଦାନ କରିବାର ଉପାୟ ଆପଣଙ୍କ ଭାଗ୍ୟ ଚମକାଇପାରେ। ଏପରି କରିବା ଦ୍ୱାରା ବନ୍ଦ ହୋଇ ପଡିଥିବା କାମ ମଧ୍ୟ ସୁରୁଖୁରରେ ହୋଇଯାଏ।

– ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପୂଜା କରିବା ସମୟରେ ନିଜର ଇଷ୍ଟ ଦେବୀଙ୍କୁ ଅକ୍ଷତ ହୋଇଥିବା ପାଞ୍ଚଟି ଚାଉଳ ଅର୍ପଣ କରନ୍ତୁ। ଏହି ସମୟରେ ନିଜର କାମନା ମନରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉଜ୍ୱଳ ହେବା ସହ ସବୁ କାମ ହୋଇଯିବ।

– ଚାଉଳ ଧଳା ହୋଇଥିବା ଯୋଗୁଁ ଏହାକୁ ପୂଜା ସମୟରେ ଚଢାଇବା ଦ୍ୱାରା ବ୍ୟକ୍ତିଙ୍କୁ ଶାନ୍ତି ମିଳେ ଏବଂ ଚିନ୍ତାରୁ ମୁକ୍ତ ହୋଇପାରନ୍ତି।

– ଚାଉଳକୁ ମା’ ଅନ୍ନପୂର୍ଣ୍ଣାଙ୍କ ଅଂଶ ବୋଲି କୁହାଯାଏ। ସେଥିପାଇଁ ଈଶ୍ୱରଙ୍କୁ ଅର୍ପଣ କରିବା ଦ୍ୱାରା କେବେ ବି ଅନ୍ନର ଅଭାବ ରହେ ନାହିଁ। ଏପରି ଲୋକଙ୍କ ଘରେ ସବୁବେଳେ ସମୃଦ୍ଧି ଲାଗିରହିଥାଏ।

– ଭଗବାନଙ୍କୁ ଚାଉଳ ଅର୍ପଣ କରିବା ସମୟରେ ଅକ୍ଷତାଶ୍ଚ ସୁରଶ୍ରେଷ୍ଠ କୁଙ୍କମାତ୍କାଃ ସୁଶୋଭିତାଃ ମୟା ନିବୋଦିତା ଭତ୍କ୍ୟାଃ ଗୃହାଣ ପରମେଶ୍ୱର ମନ୍ତ୍ର ଜପ କରନ୍ତୁ। ଏପରି କଲେ ଶୁଭ ଫଳ ମିଳିଥାଏ।

 

– ପୂଜା ସ୍ଥାନରେ ଚାଉଳ ଉପରେ ମା ଅନ୍ନପୂର୍ଣ୍ଣାଙ୍କ ସ୍ଥାପନା କରିବା ଯୋଗୁଁ ଘରେ ସମୃଦ୍ଧି ହୋଇଥାଏ।

– ମାନ ସମ୍ମାନ ପାଇବା ପାଇଁ ସୋମବାର ଦିନ ଶିବଲିଙ୍ଗରେ ଏକ ମୁଠା ଚାଉଳ ଚଢାନ୍ତୁ, ଆପଣଙ୍କ ସମୃଦ୍ଧି ହେବ।

ଏହାସହ ପଢ଼ନ୍ତୁ ;  ଘରେ ହେଉ ଅବା ଅଫିସରେ ଏହି ଦିଗରେ ରଖନ୍ତୁ ଯୋଡ଼ା ଓଟମୂର୍ତ୍ତି, ବୃଦ୍ଧିପାଇବ ଧନ ଓ ବୁଦ୍ଧି

– ଗଣେଶଙ୍କୁ ଚାଉଳ ଅର୍ପଣ କରିବା ଦ୍ୱାରା ବୁଦ୍ଧି ତୀକ୍ଷ୍ମ ହୋଇଥାଏ। ଏହାଦ୍ୱାରା ଏକାଗ୍ରତା ଶକ୍ତି ବୃଦ୍ଧି ପାଇଥାଏ।

– ଚାଉଳ ପ୍ରଭୁଙ୍କୁ ଅର୍ପଣ କରିବା ବେଳେ ସର୍ବଦା ଗଙ୍ଗାଜଳରେ ଶୁଦ୍ଧ କରି ଚଢାନ୍ତୁ। ଫଳ ନିଶ୍ଚିତ ମିଳିବ।

– ଈଶ୍ୱରଙ୍କୁ କେବେ ବି ଭାଙ୍ଗିଥିବା ଚାଉଳ ଅର୍ପଣ କରିବେ ନାହିଁ, ଏପରି କରିବା ଦ୍ୱାରା ଅଶୁଭ ସଙ୍କେତ ମିଳିଥାଏ। ଆପଣଙ୍କ ଘରେ ନିର୍ଧନତା ଆସିବାର ସମ୍ଭାବନା ଥାଏ।

Swagatika

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

3 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

6 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

12 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

21 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

21 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

39 mins ago