ଓମିକ୍ରନ୍ ଡାଏଟ: WHOର ଚେତାବନୀ ଓମିକ୍ରନରୁ ବଞ୍ଚିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ, ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ

ଆପଣ ଜାଣିଛନ୍ତି ଆମ ଶରୀରେ ଖାଦ୍ୟ ପାଇଁ ହିଁ ଶକ୍ତି ଆସିଥାଏ । ଆମେ ଯାହା ବି ଖାଇଥାଉ ସେହି ଖାଦ୍ୟକୁ ନେଇ ଆମକୁ ପୋଷଣ ମିଳିଥାଏ । ବର୍ତ୍ତମାନ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। କିଛି ଦିନ ମଧ୍ୟରେ ଏହା ଅଧିକ ମାତ୍ରାରେ ବଢିବାକୁ ଲାଗିଛି । ଏମିତିକି ବର୍ତ୍ତମାନ ଯଦି ଆମ ରାଜ୍ୟ ଓଡିଶାରେ ଓମିକ୍ରନଙ୍କ ସଂଖ୍ୟା ଦେଖାଯାଏ ତେବେ କେବଳ ଆଜି ଗୋଟିଏ ଦିନରେ କୋଭିଡ ପଜିଟିଭ ସଂଖ୍ୟା ରହିଛି ୧୦,୨ ୭୩ । ଆକ୍ଟିଭ କେସ ଦେଖିବାକୁ ଗଲେ ଏହାର ସଂଖ୍ୟା ୫୩,୧୭୧ କେବଳ ଓଡ଼ିଶାରେ, ପୁଣି ମେଟ୍ରୋ ସିଟି ମାନଙ୍କରେ ମଧ୍ୟ ଏହା ହୁହୁ ହୋଇ ବଢୁଥିବା ଦେଖିବାକୁ ମିଳିଛି। ହେଲଥ୍ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଓମିକ୍ରନ ବା କୋଭିଡରୁ ବଞ୍ଚିବା ପାଇଁ ସବୁଠାରୁ ଭଲ ଓ ବଡ ଉପାୟ ହେଉଛି ଯେତେ ଜଲ୍ଦି ହେବ ଭ୍ୟାକ୍ସିନେସନ୍ ହେବା ଦରକାର । କିନ୍ତୁ ଟିକା ନେବା ପରେ ଅନେକ ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ହେଲେ ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ ଏହା ଏତେ ମାରାତ୍ମକ ହେଉନାହିଁ ।

ତେଣୁ ଆପଣଙ୍କୁ ଯେକୌଣସି ରୋଗ ହେଉ ନା କାହିଁକି ଯଦି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ ଆପଣ ଏତେ ମାତ୍ରାରେ ଆକ୍ରାନ୍ତ ହେବେନାହିଁ ଓ ଜଲ୍ଦି ସୁସ୍ଥ ମଧ୍ୟ ହୋଇଯିବେ । ତେବେ ଆପଣଙ୍କୁ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ହେଲେ ସେହି ପରି ପୋଷଣ ଯୁକ୍ତ ଖାଦ୍ୟ ମଧ୍ୟ ଖାଇବାକୁ ପଡିବ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ହେଲ୍ଥ ଏକ୍ସପର୍ଟ ମଧ୍ୟ କହିଛନ୍ତି ଖାଇବା ପାଇଁ । ଯାହାକୁ ଆପଣ ନିଜ ଡାଏଟରେ ଆଡ କରି ପାରିବେ ଓମିକ୍ରନରୁ ରକ୍ଷା ପାଇବା ପାଇଁ । ଏମିତିକି ଆପଣ ଯଦି ଓମିକ୍ରନ୍ରେ ସଂକ୍ରମିତ ଅଛନ୍ତି ତେବେ ଆପଣ ଏକ୍ସପର୍ଟ କହିବା ଅନୁଯାୟୀ ନିଜର ଖାଦ୍ୟ ଖାଇବା ଉଚିତ, ଯାହା ଆଜି ଆମେ ଆପଣାକୁ କହିବୁ ।
ଯେଉଁମାନେ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି ତାଙ୍କୁ ଜଣା ନଥାଏ ସେମାନେ କେଉଁ ଖାଦ୍ୟ ଖାଇବେ, ଖାସ୍ କରି ଯେଉଁମାନଙ୍କୁ ଭୋକ ନ ଲାଗୁଛି। କାହିଁକି ନା ଭୋକ ନ ଲାଗିବା ବି ଓମିକ୍ରନର ଏକ ଲକ୍ଷଣ । ହେଲଥ୍ ଏକ୍ସପର୍ଟ ଡାକ୍ତର ବୋବ୍ଙ୍କ କହିବା ଅନୁସାରେ, ଯେଉଁ ଲୋକେମାନେ ଓମିକ୍ରନ ଓ ଡେଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ଭୋକ କମ୍ ଲାଗେ। ଓମିକ୍ରମ ହେବା ଦ୍ୱାରା ତଣ୍ଟି ଖୁବ୍ ଦର୍ଜ ହୋଇଥାଏ । ଏମିତିରେ କୌଣସି ଲିକ୍ୱିଡ୍ ଜାତୀୟ ଖାଦ୍ୟ ଖାଇଲେ ବି ତଣ୍ଟିରେ ଯନ୍ତ୍ରଣା ହୋଇଥାଏ । ଏମିତିକି ଗଳା ଦର୍ଜ ଓ ଭୋକ ନ ଲାଗିବା କାରଣରୁ ବି କିଛି ଖାଇବାକୁ ମନ ହୋଇନଥାଏ। କିନ୍ତୁ ସୁସ୍ଥ ହେବା ପାଇଁ ମଧ୍ୟ ମଣିଷ ଶରୀରକୁ ପୋଷଣ ବା ନ୍ୟୁଟ୍ରିସନ ଆବଶ୍ୟକ । ଓମିକ୍ରନ ବା କୋଭିଡ ହୋଇଥିବା ସମୟରେ ଆପଣ ଏମିତି କିଛି ଖାଦ୍ୟ ଖାଇବା ଦରକାର ଯାହା ରୋଗ ସହିତ ଲଢିବ ।
କରୋନା କାଳରେ ଇମ୍ୟୁନିଟି ବଢ଼ାଇବା ପାଇଁ ଲୋକ ଅନେକ କିଛି ଜିନିଷ ଆପଣାଇ ଥାଆନ୍ତି। ନିଜର ଖାଇବା ଶୈଳୀରେ ପରିବର୍ତ୍ତନ ଆଣନ୍ତି କିନ୍ତୁ ୱାର୍ଲ୍ଡ ହେଲ୍ଥ ଓ଼ର୍ଗାନାଇଜେସନ କିଛି ଏମିତି ଖାଦ୍ୟ ଖାଇବାକୁ ଉପଦେଶ ଦେଇଛି ଯାହାକି କରୋନା ସମୟରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ।
ଘରେ ତିଆରି ହୋଇଥିବା ଖାଦ୍ୟ ଖାଆନ୍ତୁ:

ଅନେକ ସମୟରେ କିଛି ଲୋକଙ୍କୁ ଘରେ ତିଆରି ହୋଇଥିବା ଖାଦ୍ୟ ମିଳେନାହିଁ କାରଣ ସେମାନେ ବାହାରେ ରୁହନ୍ତି ପୁଣି କେହି ଅଫିସ ପାଇଁ ଘର ଖାଇବା ନ ଖାଇ ବାହାରେ ହିଁ ଖାଦ୍ୟ ଖାଇଥାନ୍ତି। କିନ୍ତୁ ହୁ ର କହିବା ଅନୁସାରେ ଆପଣ ଏହି ମହାମାରୀ ସମୟରେ ଘରେ ତିଆରି ହୋଇଥିବା ଖାଦ୍ୟ ଖାଇବା ଉଚିତ। ପୁଣି ଏବେ କୋଭିଡ୍ ପାଇଁ ସମସ୍ତେ ଯେହେତୁ ଘରୁ କାମ କରୁଛନ୍ତି ତେଣୁ ଯେତେ ଚେଷ୍ଟା କରନ୍ତୁ ଘରେ ତିଆରି ହୋଇଥିବା ଖାଦ୍ୟ ଖାଇବେ।
ଖାଦ୍ୟର ପରିମାଣ ଉପରେ ଧ୍ୟାନ ଦିଅନ୍ତୁ :
କିଛି ଲୋକଙ୍କୁ ଟେଷ୍ଟି ଖାଦ୍ୟ ଦେଖି ଅଧିକ ଖାଇବା ପାଇଁ ଇଚ୍ଛା ହୁଏ କିନ୍ତୁ ଆପଣ ନିଜ ଭୋକୋ ହିସାବରେ ହିଁ ଖାଦ୍ୟ ଖାଆନ୍ତୁ। କାରଣ ରୋଗ ହୋଇଥିବା ସମୟରେ ଅଧିକ ଖାଇବା ଶରୀର ପାଇଁ ଅସ୍ୱାସ୍ଥ୍ୟକର ହୋଇପାରେ ତେଣୁ ଖାଇବା ଦ୍ରବ୍ୟ ଦେଖି ଲୋଭୋ ନ କରି ଯେତିକି ଦରକାର ସେତିକି ଖାଆନ୍ତୁ ଓ ଏହା ସହ ଫିଜିକାଲ ଏକ୍ସସରସାଇଜ୍ ମଧ୍ୟ କରନ୍ତୁ । ପୁଣି ଏକା ସାଙ୍ଗରେ ଅଧିକ ଖାଇବା ଅପେକ୍ଷା ସେହି ଖାଦ୍ୟକୁ କମ୍ କମ୍ ପରିମାଣରେ ଖାଆନ୍ତୁ । ଏପରି କରିବା ଦ୍ବାରା ଆପଣ ସୁସ୍ଥ ରହିବେ।
ଲୁଣ ଖାଇବା କମ୍ କରନ୍ତୁ :
ବାହାର ଖାଦ୍ୟ ବା ପ୍ରୋସେସଡ୍ ଫୁଡ୍ ରେ ଅଧିକ ମାତ୍ରାରେ ଲୁଣ ରହିଥାଏ। ତେଣୁ ଆପଣ ଏହି ସବୁ ଖାଦ୍ୟ ଖାଇବା ବନ୍ଦ କରନ୍ତୁ। ହୁ ର ଚେତାବନୀ ହିସାବରେ ଦିନକୁ ମାତ୍ର ୫ ଗ୍ରାମ ଲୁଣ ଖାଇବା ଦରକାର । ତେଣୁ ଆପଣ ଅଧିକ ଲୁଣ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ କାରଣ ଏହା ରୋଗ ସମୟେରେ ଶରୀରକୁ ଆହୁରି ଦୁର୍ବଳ କରିଦିଏ । ତେଣୁ ବିନା ଲୁଣ ଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ଏହା ସହ ନିଜ ଖାଦ୍ୟରେ ଲୁଣର ମାତ୍ରା କମ୍ କରନ୍ତୁ। ଠିକ୍ ସେହିପରି ଅଧିକ ମିଠା ଯୁକ୍ତ ଖାଦ୍ୟ ମଧ୍ୟ ଖାଆନ୍ତୁ ନାହିଁ । ନିଜ ଖାଦ୍ୟରେ ଚିନି ର ପରିମାଣ କମ୍ କରନ୍ତୁ।’WHO’ର କହିବା ଅନୁଯାୟୀ ଦିନକୁ ମାତ୍ର ୬ ଚାମଚ୍ ଚିନି ଖାଇବା ଉଚିତ । ଯଦି ଆପଣଙ୍କୁ ମିଠା ଖାଇବାରେ ଅଭ୍ୟାସ ଅଛି ତେବେ ଆପଣ ଫଳ ଖାଇପରିବେ ।
ପାଣି :
ଆପଣଙ୍କୁ ହୁଏତ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ଯେ ପାଣି ପିଇବା ଦ୍ୱାରା କଣ ସ୍ମରଣ ଶକ୍ତି ବଢିଥାଏ ? କିନ୍ତୁ ଏହା ହିଁ ସତ । ଯିଏ କମ୍ ପାଣି ପିଏ ତାଙ୍କର ସ୍ମରଣ ଶକ୍ତି କମ୍ ହୋଇଥାଏ ଓ ଯିଏ ଅଧିକ ପାଣି ପିଏ ସେ ଅଧିକ ସମୟ ପର୍ଯ୍ୟନ୍ତ ସବୁ ଜିନିଷ ମନେ ରଖି ପାରନ୍ତି । ଆପଣଙ୍କୁ ଦିନକୁ ପ୍ରାୟ ୧.୫ ଲିଟରରୁ ଅଧିକ ପାଣି ପିଇବା ଦରକାର ।
ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ :
ଫାଇବର ଯୁକ୍ତ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ତେଣୁ ଆପଣ ନିଜ ଖାଇବାରେ ସବୁଜ ପନିପରିବା,ଫଳ, ଡାଲି,ସବୁ ଦାନା, ଓଟ୍ସ୍, ବ୍ରାଉନ ପାସ୍ତା, ବ୍ରାଉନ ବ୍ରେଡ ଆଦି ଖାଦ୍ୟ ଆଡ୍ କରନ୍ତୁ।ଏହା ବେଶି ଭୋକ ମଧ୍ୟ କରାଇବନି ।
ମାଦକ ଦ୍ରବ୍ୟ ଠାରୁ ଦୁରେଇ ରୁହନ୍ତୁ :
ମାଦକ ଦ୍ରବ୍ୟକୁ ଶରୀର ପାଇଁ ହାନିକାରକ ବୋଲି କୁହାଯାଇଥାଏ ତେଣୁ ଆପଣ ସବୁ ନିଶା ଦ୍ରବ୍ୟରୁ ଦୁରେଇ ରୁହନ୍ତୁ କାରଣ ଏହା ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ତେବେ ‘WHO’ର ଏହି ଚେତାବନୀକୁ ମାନିବାକୁ ଚେଷ୍ଟା କରନ୍ତୁ ।