ଇମ୍ୟୁନିଟି ବଢ଼ାଇବା ଚକରରେ କରନ୍ତୁ ନାହିଁ ଏହି ଭୁଲ, ରିସର୍ଚ୍ଚରୁ ମିଳିଲା ସୂଚନା, ଜାଣନ୍ତୁ

ଏବେ ସାରା ଦୁନିଆକୁ ଘାରିଛି ଓମିକ୍ରନ ଭାରିଏଣ୍ଟ। ଲୋକଙ୍କ ମନରେ ଏହା ଭୟ ସୃଷ୍ଟି କରିବା ସହ ପୁରା ଦୁନିଆ ଏଥିପାଇଁ ଚିନ୍ତାରେ ରହିଛି। ତେବେ ଏହି ସମୟରେ ଖାଦ୍ୟକୁ ନେଇ ମଧ୍ୟ ଅନେକ ସଚେତନ ବାର୍ତ୍ତା ଦିଆଯାଉଛି। ବାହାର ଖାଦ୍ୟଠୁ ନିଜକୁ ଦୂରେଇ ରଖି ଘରେ ଉତ୍ତମ ଖାଦ୍ୟ ଖାଇବା ସହ ଭାଇରସ୍‌ ଠାରୁ ନିଜକୁ ବଞ୍ଚାଇବା ପାଇଁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

କରୋନା ସମୟରେ କିଛି ପାରମ୍ପରିକ ଜଡ଼ିବୁଟି ଶରୀରର ଇମ୍ୟୁନିଟି ବଢ଼ାଉଥିବାରୁ ଏହାକୁ ଏବେ ଅଧିକ ସେବନ କରାଯାଉଛି । ତେବେ ଏହା ଶରୀରର କ୍ଷତି କରୁଛି ବୋଲି ଗବେଷକମାନେ କହିଛନ୍ତି । ଗତ ବର୍ଷ ଠାରୁ ଆସିଥିବା ଲିଭର ଡ୍ୟାମେଜ ରୋଗୀଙ୍କ କ୍ଷେତ୍ରରେ ଅଧିକାଂଶ ରୋଗୀ ଗିଲୋୟ ପିଇଥିବା କାରଣରୁ ହୋଇଛି ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି । ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଜଣ୍ଡିସ ଓ ଲେଥର୍ଜି ଜଡିତ ସମସ୍ୟା ଦେଖାଯାଉଛି ବୋଲି ଡାକ୍ତର କହିଛନ୍ତି ।

ଏବେ ଏଲୋପାଥିର ସପ୍ଲିମେଣ୍ଟସ୍‌ ଖାଇବା ସହ ଆୟୁର୍ବେଦ ଉପାୟ ଅନୁଯାୟୀ ଇମ୍ୟୁନିଟି ବଢ଼ାଇବା ପାଇଁ ମଧ୍ୟ କୁହାଯାଉଛି। କରୋନା ସଂକ୍ରମଣରୁ ନିଜକୁ ବଞ୍ଚାଇବା ପାଇଁ ଲୋକମାନେ ଗତ ବର୍ଷରୁ ନିଜର ଇମ୍ୟୁନିଟି ବୁଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି। ଆପଣ ମାନେ ଗିଲୋୟ କଥା ତ ନିହାତି ଶୁଣିଥିବେ। କିନ୍ତୁ ଏହାକୁ ବେଶି ଖାଇବା ଦ୍ୱାରା ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ଆଜି ଜାଣନ୍ତୁ ଏହା ସମ୍ପର୍କରେ..

medicine
pc: India today

ଇମ୍ୟୁନିଟି ବଢ଼ାଇବା ଚକରରେ ଲୋକ ଗିଲୋୟକୁ ଖାଇବାରେ ଲାଗିପଡ଼ିଛନ୍ତି। ଗିଲୋୟ ଏମିତି ଏକ ଜଡ଼ି ବୁଟି ଯାହା ଅମୃତା ବା ଗୁଳ୍ଳୁଚୀରୁ ତିଆରି ହୋଇଥାଏ। କରୋନା କାଳରେ ଏହାର ବ୍ୟବହାରରେ ବୃଦ୍ଧି ପାଇଛି। କିନ୍ତୁ ଏହାକୁ ଅଧିକ ଖାଇବା ଦ୍ୱାରା ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗିଲୋୟକୁ ଅଧିକ ଖାଇବା ଦ୍ୱାରା ଲିଭର ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ଏହା ଆୟୁର୍ବେଦ ଶାସ୍ତ୍ରରେ ଖୁବ ଲାଭକାରୀ ମନାଯାଏ। କିନ୍ତୁ ନିକଟ ଅତୀତରେ ମେଡିକାଲ ରିସର୍ଚ୍ଚ ଦ୍ୱାରା ଜଣାପଡ଼ିଛି ଯେ ଏହାକୁ ଅଧିକ ଖାଇଲେ ଲିଭର ଖରାପ ହୋଇଯାଏ। ୧୩ଟି ମେଡିକାଲ ସେଣ୍ଟର୍ସ ଦ୍ୱାରା ହୋଇଥିବା ଷ୍ଟଡିରୁ ଏହା ଜଣାପଡ଼ିଛି। ଲିଭର ରିସର୍ଚ୍ଚ କ୍ଲବ ଅଫ ଇଣ୍ଡିଆ ର କହିବା ଅନୁଯାୟୀ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା କ୍ରୋନିକ ଲିଭର ଡିଜିଜ ବା ଲିଭର ଫେଲ୍ୟୁଅର ହେବାର ସମସ୍ୟା ଆରମ୍ଭ ହୋଇଥାଏ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଏହାକୁ ଖାଆନ୍ତୁ। ଲମ୍ବା ସମୟ ଧରି ଏହାକୁ ଖାଆନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.