ଏହି ୫ଟି ଅଭ୍ଯାସରୁ ଦୂରେଇ ରଖନ୍ତୁ ନିଜ ପିଲାଙ୍କୁ, ଉଜ୍ବଳ ଭବିଷ୍ଯତ ପାଇଁ ହେବ ଲାଭଦାୟକ

ଯଦି ଆପଣ ସବୁ ଅଭିଭାବକଙ୍କ ଭଳି ନିଜ ପିଲାଙ୍କ ଉଜ୍ଜ୍ବଳ ଭବିଷ୍ଯତ ପାଇଁ ଭାବୁଛନ୍ତି ତେବେ ଏହି ୫ଟି ଅଭ୍ଯାସକୁ ବିକଶିତ କରାନ୍ତୁ । ସବୁ ମାତା ପିତାଙ୍କର ଏହା ଭାବନା ଥାଏ କି ନିଜ ପିଲାଙ୍କ ଭବିଷ୍ଯତ କିପରି ଭଲ ହେବ । ଯାହା ପାଇଁ ସବୁ ପ୍ରତିବନ୍ଧକକୁ ଖାତିର ନକରି ଲଗାତାର ନିଜ ପ୍ରୟାସ ଜାରି ରଖିଥାନ୍ତି । ଏବଂ ନିଜ ପିଲାର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ଯ କରିଥାନ୍ତି । ଯଦି ଆପଣ ମଧ୍ଯ ନିଜ ପିଲାମାନଙ୍କ ଭବିଷ୍ଯତକୁ ଉଜ୍ଜ୍ବଳ କରିବାକୁ ଚାହିଁଛନ୍ତି, ତେବେ ଆଜି ଶିଶୁ ଦିବସ ଅବସରରେ ନିଜ ପିଲାଙ୍କଠାରୁ ଏହି ୫ଟି ପ୍ରତିଶୃତି ନିହାତି ଭାବେ ମାଗି ଦିଅନ୍ତୁ ।

ଟିଭି କମ୍ ଦେଖିବା

ଆଜିକାଲିକା ପିଲାମାନେ ଟିଭିରେ ସାରା ଦିନ କାର୍ଟୁନ ଦେଖିବାରେ ବ୍ଯସ୍ତ ରହୁଛନ୍ତି । ଯାହାଫଳରେ ସେମାନଙ୍କର ଆଉଟ୍ ଡୋର୍ ଆକ୍ଟିଭିଟି କମି ଯାଉଛି । ଫଳସ୍ବରୂପ ସେମାନଙ୍କର ଶାରୀରିକ ବିକାଶ ମଧ୍ଯ ଠିକ୍ ଭାବେ ହୋଇପାରୁନାହିଁ । ଏହି ଶିଶୁ ଦିବସ ଅବସରରେ ନିଜ ପିଲାଙ୍କୁ ଟିଭି ଠାରୁ ଧ୍ଯାନ ହଟାଇବା ସହ ଖେଳକୁଦରେ ନିଜର ରୁଚି ବଢାଇବା ପାଇଁ କୁହନ୍ତୁ ।

ମୋବାଇଲ୍ କୁ ନିଜର ଶତ୍ରୁ ଭାବିବା

ଆଜିକାଲିର ପିଲାମାନଙ୍କ ପାଇଁ ମୋବାଇଲ୍ କୌଣସି ଯିଦି ବା ଅଭ୍ଯାସ ଠାରୁ କମ୍ ନୁହେଁ । ଦିନରାତି ମୋବାଇଲ୍ ରେ ଧ୍ଯାନ ଆକର୍ଷଣ କରିବା ସହ ଭିନ୍ନ ଭିନ୍ନ ଆପଲିକେସନ୍ ଡାଉନଲୋଡ୍ କରି ବ୍ଯବହାର କରୁଛନ୍ତି । ନିକଟରେ ବ୍ଳୁ ହ୍ବେଲ୍ ନାମକ ଏକ ଗେମ୍ କିଛି ପିଲାଙ୍କ ଜୀବନ ମଧ୍ଯ ନେଇଥିଲା । ନିଜର ସମୟ ଏବଂ ଆଖି କୁ ଖରାପ କରୁଥିବା ଏହି ମୋବାଇଲ୍ ନାମକ ଶତ୍ରୁକୁ ନିଜ ପିଲାଙ୍କ ଠାରୁ ଦୁରରେ ରଖିବା ପାଇଁ ସେମାନଙ୍କ ଠାରୁ ପ୍ରତିଶୃତି ନିଅନ୍ତୁ ।

ସେୟାରିଙ୍ଗ କରିବାର କରନ୍ତୁ ଅଭ୍ଯାସ

ପିଲାମାନଙ୍କ ସହିତ ନିତିଦିନ ଘଟଣାରେ ହେଉଥିବା ଅପରାଧକୁ ଆଖିରେ ରଖି ନିଜ ପିଲାଙ୍କ ଠାରେ ଏହି ପ୍ରତିଶୃତି ନିଅନ୍ତୁ କି ନିଜ ସାଙ୍ଗମାନଙ୍କ ସହିତ କରୁଥିବା ସମସ୍ତ ଘଟଣା ଏବଂ କଥାବର୍ତ୍ତା ସମ୍ବନ୍ଧରେ ଆପଣଙ୍କ ସହ ଯେପରି ସେୟାର କରନ୍ତୁ । ପିଲାମାନଙ୍କୁ କୁହନ୍ତୁ କି ଆପଣ ତାଙ୍କର ଏକ ବନ୍ଧୁ ଅଟନ୍ତି । ତେଣୁ ଆପଣଙ୍କୁ ସେ କୌଣସି ବି କଥାକୁ ନ ଲୁଚାନ୍ତୁ । ଏହା କରିବା ଦ୍ବାରା ଆପଣ ଆପଣଙ୍କ ପିଲାଙ୍କ ସହିତ ହେବାକୁ ଥିବା କିଛି ଅଘଟଣକୁ ଏଡାଇଦେଇପାରିବେ ।

ଅପରିଚିତ ବ୍ଯକ୍ତଙ୍କ ସହିତ କଥାବର୍ତ୍ତା ନ ହେବା

ନିଜର ପିଲାମାନଙ୍କୁ ସର୍ବଦା କହିରଖନ୍ତୁ କି ଯେପରି ସେମାନେ ବାଟରେ ଯିବା ଆସିବା ସମୟରେ କୌଣସି ଅଚିହ୍ନା ବ୍ଯକ୍ତିଙ୍କ ସହିତ କଥାବର୍ତ୍ତା ନହେବା କିମ୍ବା ସେମାନଙ୍କ ଠାରୁ କୌଣସି ଜିନିଷ ନ ଖାଇବା । ଅଚିହ୍ନା ବ୍ଯକ୍ତି ବିଶେଷଙ୍କ ସହିତ ଦୂରତା ରଖିବାକୁ ଆଜି ଶିଶୁ ଦିବସ ଅବସରରେ ଆପଣ ଆପଣଙ୍କ ପିଲାଙ୍କ ଠାରୁ ନିହାତି ଭାବେ ପ୍ରତିଶୃତି ନିଅନ୍ତୁ ।

ପାଠପଢା ପ୍ରତି ଧ୍ଯାନ ରଖିବା

ପିଲା ଛୋଟ ହେଉ ବା ବଡ, ପାଠପଢିବା ପାଇଁ ପିଲାମାନଙ୍କୁ ପ୍ରାୟତଃ ବୋରିଙ୍ଗ୍ ଲାଗିଥାଏ । ତେଣୁ ଏହି ଶିଶୁ ଦିବସରେ ନିଜ ପିଲାମାନଙ୍କଠାରୁ ପ୍ରତିଶୃତି ନିଅନ୍ତୁ କି ସେମାନେ ନିଜର ପାଠପଢାକୁ ଯେପରି କେବେବି ଅବହେବା ନକରନ୍ତୁ ।

 

 

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

18 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

23 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago