ମୋଟାପଣ ସମସ୍ୟାକୁ ଦୂର କରେ ପିଆଜ ରସ, ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର

ମୋଟାପଣ ବିଶ୍ୱରେ ମହାମାରୀ ପରି ମାଡିଚାଲିଛି । ଅସ୍ୱାସ୍ଥ୍ୟକର ଖାଦ୍ୟ ଆମର  ମେଦ ବହୁଳତାର ବିଷୟ ପାଲଟିଛି । ମୋଟାପଣ ବର୍ତ୍ତମାନ ସମସ୍ତଙ୍କର ସମସ୍ୟା ପାଲଟିଯାଇଛି ।  ଘରେ ଘରେ ମୋଟାପଣକୁ ନେଇ ଚିନ୍ତାର କାରଣ ସାଜିଛି । ମୋଟାପଣକୁ କମାଇବା ପାଇଁ  ଅନେକ ପ୍ରଣାଳୀ ଆପଣାଉଛନ୍ତି । କିଏ ଯୋଗ ବ୍ୟାୟାମ କରୁଛି ତ ଆଉ କିଏ ଜିମରେ ଯାଇ ୱାର୍କଆଉଟ କରୁଛନ୍ତି ।  ପୁଣି ଆଉ କେହି କେହି ଡାଏଟ ଲିଷ୍ଟରେ ଅନେକ ଜିନିଷକୁ ସାମିଲ କରୁଛନ୍ତି ।

ସେହିପରି ପିଆଜ ମଧ୍ୟ ଓଜନ ହ୍ରାସ କରିବାର ଆଉ ଏକ ମାଧ୍ୟମ ସାଜିଛି । ପିଆଜ ଫାଇବରର ଏକ ଉତ୍ସ । ଯାହାକି ଖାଦ୍ୟକୁ ଶକ୍ତିଶାଳୀ ପ୍ରୋଟିନଯୁକ୍ତ କରାଏ । ପିଆଜ ଆମ ଶରୀରର ଓଜନ କମାଇବାରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପିଆଜରେ ଥିବା ଗୁଣଗୁଡିକ  ପେଟର ଚର୍ବି କମାଇବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ସକାଳୁ ବ୍ୟାୟାମ କରିବା ଆବଶ୍ୟକ । ଯଦି ଓଜନ କମାଇବାକୁ ଚାହାନ୍ତି ତେବେ ସର୍ବପ୍ରଥମେ ଖାଦ୍ୟରେ ପରିବର୍ତ୍ତନ ଆଣିବା ଜରୁରୀ ।

ମୋଟାପଣ କମାଇବା ପାଇଁ ଚାଁହୁଥିଲେ ନିୟମିତ ଖାଇବାରେ ପିଆଜକୁ ବ୍ୟବହାର କରିବା ଉଚିତ । ଏହା ଫାଇବର ଯୁକ୍ତ ହୋଇଥିବାରୁ ଖାଦ୍ୟକୁ ଶକ୍ତିଶାଳୀ  ପ୍ରୋବିଓଟିକ୍ ରେ ପରିଣତ କରିଥାଏ ।  ଯାହାକି ମୋଟାପଣକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ପିଆଜର ଉପକାରିତା ଏବଂ କିପରି ଏହାକୁ ଖାଇବା ।

ପିଆଜ କିପରି ଓଜନକୁ ହ୍ରାସ କରେ :

ପିଆଜରୁ ଆମକୁ ଅନେକ ଭିଟାମିନ ମିଳିଥାଏ । ଏଥିରେ ଫ୍ଲାଭୋନାଏଡ଼ ଗୁଣ ଥିବାରୁ ଓଜନ କମାଇବାରେ ସହାୟକ ହୁଏ ।  ନିୟମିତ ପିଆଜ ଖାଇବା ଦ୍ୱାରା ଓଜନ କମ ହୋଇଥାଏ ।  ପିଆଜର କାର୍ବୋହାଇଡ୍ରେଟ, ପ୍ରୋଟିନ, ଭିଟାମିନ ସି , ଭିଟାମିନ ବି, ଫାଇବର, କ୍ୟାଲେରି ଭଳି ଅନେକ ଜିନିଷ ରହିଛି ।  ଯାହାକି ଆମ ଶରୀର ପାଇଁ ଉପଯୋଗୀ ।  ଏହି ସବୁ ଗୁଣ ପାଇଁ ଆମ ଶରୀର ଓଜନର ସନ୍ତୁଳନକୁ ଠିକ ରଖିଥାଏ ।

କେତେବେଳେ ଆଉ କିପରି କରିବେ ଏହାର ବ୍ୟବହାର :

ପିଆଜକୁ କାଟି ସେଥିରୁ ରସ କାଢି ତାକୁ ଫ୍ରିଜରେ ଗୋଟେ ରାତି ପାଇଁ ଛାଡ଼ି ଦିଅନ୍ତୁ ।  ସକାଳୁ ଉଠି ସେହି ରସକୁ ପାଣିରେ ମିଶାଇ ଫୁଟାଇ ଦିଅନ୍ତୁ ।  ଥଣ୍ଡା ହେବା  ପରେ ଏହି ପାଣିକୁ ଖାଲି ପେଟରେ ପିଅନ୍ତୁ ।  ଏହାକୁ ବ୍ୟବହାର କରିବାର କିଛି ଦିନ ପରେ ମୋଟାପଣ ହ୍ରାସ କରାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ  ପିଆଜକୁ ସାଲାଡ଼ରେ ମଧ୍ୟ ବ୍ୟବହାର କରି ଖାଇପାରିବେ  । ଓଜନ କମାଇବା ସହ ଆମକୁ ରିଲାକ୍ସ ମଧ୍ୟ ଦେଇଥାଏ ।

ଆହୁରି ପଢ଼ନ୍ତୁ : କିଡ଼ନୀ ସମସ୍ୟାର ମୁଖ୍ୟ ଲକ୍ଷଣ, ଯାହାକି ରକ୍ତଚାପ ନିୟନ୍ତ୍ରଣର ବଡବନ୍ଧୁ