ଆପଣଙ୍କ ହୃଦୟ ଖରାପ ଅଛି କି ନାହିଁ, ଯାହାର ସନ୍ଧାନ ଅନଲାଇନ୍ କାଲକୁଲେଟରରୁ ମିଳିପାରିବ । ବୈଜ୍ଞାନିକ ମାନେ ଏକ ଏମିତି କାଲକୁଲେଟର ତିଆରି କରିଛନ୍ତି ଯାହା ଦ୍ବାରା ହାର୍ଟର ସମସ୍ୟା ବିଷୟରେ ଜଣାପଡିବା ସହ ଏହା ବୟସ ସୀମା ବିଷୟରେ ମଧ୍ୟ ସୂଚନା ଦେଇଥାଏ । ସୂଚନା ଦେବା ପୂର୍ବରୁ କାଳକୁଲେଟର ଉଚ୍ଚତା, ଓଜନ ଏବଂ ଜୀବନଶୖଳୀ ବିଷୟରେ କିଛି ଜରୁରୀ ସୂଚନା ଦେଇଥାଏ । ଏହି ସବୁ ପକ୍ରିୟା ପାଇଁ ୩ ମିନିଟ୍ ସମୟ ଲାଗିଥାଏ ।
କେମିତି କାମ କରିଥାଏ : ଏହି ମଡେଲଟିକୁ କାନାଡାର ଓଟାୱା ହସପିଟାଲରେ ତିଆରି କରାଯାଇଛି । ଏହା ଉପରେ କାମ କରୁଥିବା ବୈଜ୍ଞାନିକଙ୍କ କହିବା କଥା ହୃଦୟ ଜନିତ ସମସ୍ୟା ବିଷୟରେ କେତେ ସଠିକ୍ ସୂଚନା ଦେଉଛି ଏଥି ପାଇଁ ଷ୍ଟଡିରେ ୦୧,୦୪,୨୧୯ ରେଜିଟାନସକୁ ସାମିଲ କରାଯାଇଛି । ୨୦୦୧ରୁ ୨୦୦୭ ମଧ୍ୟରେ ହୋଇଥିବା କାଲକୁଲେଟର ହୃଦ୍ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହାକୁ ଟୁଲ୍ ସାହାର୍ୟ୍ୟରେ ବବ୍ୟହାର କରିପାରିବେ । ଆଗାମୀ ୫ବର୍ଷରେ ହାର୍ଟର ସମସ୍ୟା ଏବଂ ଏହି କାରଣରୁ ହେବାକୁ ଥିବା ମୃତ୍ୟୁର ସୂଚନା ଦେବାକୁ ସମର୍ଥ ଅଟେ ।
ନଷ୍ଟ ହୋଇଥିବା ଜୀବନଶୖଳୀ ବିଷୟରେ ମଧ୍ୟ ସୂଚନା ଦେଇଥଏ : ବୈଜ୍ଞାନିକଙ୍କ ମତରେ ଏହା ହାର୍ଟର ସମସ୍ୟା ଓ ବୟସ ବିଷୟରେ ସୂଚନା ଦେବା ସହ ଏହି କାଲକୁଲେଟରଟି ଘଟିବାକୁ ଥିବା କିଛି ଘଟଣା ବିଷୟରେ ମଧ୍ୟ ସୂଚନା ଦେଇଥାଏ । ଏହା ସହ କ’ଣ ପାଇଁ ଏସବୁ ହୋଇଥାଏ ସେ ବିଷୟରେବି କହିଥାଏ ।
ଏପରି ଚେକ କରନ୍ତୁ ହୃଦୟର ସ୍ବାସ୍ଥ୍ୟ :
- ୱେବସାଇଟିରେ www.projectbiglife.ca କୁ ଯାଆନ୍ତୁ ।
- ହାର୍ଟ ଏବଂ ଷ୍ଟୋକ୍ ଉପରେ କ୍ଲିକ୍ କରନ୍ତୁ ।
- କ୍ଲିକ ବିଜେନରେ କ୍ଲିକ୍ କରନ୍ତୁ ଏବଂ ଉତ୍ତର ଦିଅନ୍ତୁ ।
- ଶେଷ ପ୍ରଶ୍ନ ପରେ ପରିଣାମ କୁହାଯାଇଥାଏ ।