୫ ମିନିଟ୍‌ରେ ବନାନ୍ତୁ ଓରିଓ କପ୍‌ କେକ୍‌, ପିଲାଙ୍କୁ ଖୁବ୍‌ ପସନ୍ଦ ଆସିବ

ଏବେ ଛୋଟ ପିଲାଙ୍କର ସବୁଠୁ ପ୍ରିୟ ବିସ୍କୁଟ ପାଲଟିଛି ଓରିଓ। ଓରିଓ ବିସ୍କୁଟ ପାଟିକୁ ଟେଷ୍ଟି ଲାଗୁଥିବାରୁ ଛୁଆଙ୍କୁ ଆଉ କିଛି ରୁଚୁ ନାହିଁ। ତେବେ ଆଜି ଆମେ ଆପଣଙ୍କୁ ଏହି ଓରିଓ ବିସ୍କୁଟର ହିଁ ଏକ ଟେଷ୍ଟି ରେସିପି ଶିଖାଇବୁ, ଯାହା ପିଲାଙ୍କୁ ଖୁବ୍‌ ପସନ୍ଦ ଆସିବ। ଏହି ରେସିପି ହେଉଛି ଓରିଓ ମଗ୍‌ କେକ୍‌ ବା ଓରିଓ କପ୍‌ କେକ୍‌। ଏହା କେବଳ ପିଲା ନୁହେଁ ବଡ଼ ଲୋକଙ୍କୁ ବି ବେଶ୍‌ ପସନ୍ଦ ଆସିବ।

ଓରିଓ ମଗ୍‌ କେକ୍‌ ସାମଗ୍ରୀ:

  • ୪-୫ ଟି ଓରିଓ ବିସ୍କୁଟ
  • ଗୋଟେ ଚିମୁଟା ବେକିଂ ସୋଡ଼ା
  • ୧ ଛୋଟ ଚାମଚ ଚକଲେଟ୍‌ ଚିପ୍ସ
  • ଅଧ କପ୍‌ ଚାମଚ କ୍ଷୀର
  • ଅଧ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ:

ଏକ ବଡ଼ କପ୍‌ରେ ୪-୫ଟି ବିସ୍କୁଟକୁ ଭାଙ୍ଗି ରଖନ୍ତୁ। ଏଥିରେ ଗୋଟେ ଚିମୁଟା ବେକିଂ ସୋଡ଼ା, ଅଧ କପ୍‌ ଚାମଚ କ୍ଷୀର, ଅଧ ଚାମଚ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଚାମଚରେ ଭଲ ଭାବେ ଗୋଳାନ୍ତୁ, ଯେମିତି କି କୌଣସି ମୁଣ୍ଡା ରହିବ ନାହିଁ। ଏବେ ଏଥିରେ ୧ ଛୋଟ ଚାମଚ ଚକଲେଟ୍‌ ଚିପ୍ସ ପକାଇ ଧୀରେ ଧୀରେ ଗୋଳାନ୍ତୁ। ଏବେ ଏହି କପ୍‌କୁ ୧ ମିନିଟ୍‌ ପାଇଁ ମାଇକ୍ରୋେଓ୍ଵଭ୍‌ରେ ରଖନ୍ତୁ। କେକ୍‌ ହୋଇସାରିବା ପରେ ଥଣ୍ଡା କରି ସର୍ଭ କରନ୍ତୁ ଓରିଓ ମଗ୍‌ କେକ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.