ଏହି ୩ ଜାଗାରେ ଦରଜ ହେଲେ ଜାଣିବେ ଆପଣଙ୍କୁ ହାଇ କୋଲେଷ୍ଟ୍ରାଲ୍‌, ଜାଣନ୍ତୁ ଏହାର ସଂକେତ

ବ୍ୟାଡ୍‌ କୋଲେଷ୍ଟ୍ରାଲ ଯେବେ ଶରୀରରେ ଜମା ହୁଏ ଏହାର ଲକ୍ଷଣ ସହଜରେ ଜଣାପଡିନଥାଏ । ହେଲେ ଯେବେ ଆସେ, ବିପଦ ନେଇ କରି ଆସିଥାଏ । ତେଣୁ ଏହି ସଂକେତକୁ ଚିହ୍ନି ତୁରନ୍ତ ଚିକିତ୍ସା କରିବା ଉଚିତ୍‌ । ଖାଦ୍ୟ,ବ୍ୟାୟାମ ଓ ମେଡିସିନ ସହାୟତାରେ ଏହାକୁ କମାଇ ପାରିବେ ।

ଖରାପ ଲାଇଫ ଷ୍ଟାଇଲ ଓ ଶାରୀରିକ ପରିଶ୍ରମ ନ କରିବା ଯୋଗୁ ଶରୀର ସହ ଶିରାରେ ମଧ୍ୟ କୋଲେଷ୍ଟ୍ରାଲ ଜମା ହୋଇଥାଏ । ପରେ ଏହା ବ୍ଲଡ ପ୍ରେସର, କରୋନାରୀ ଆଟାରୀ ରୋଗ, ଡାଇବେଟିସ ଓ ହାର୍ଟ ଆଟାକ ଭଳି ସମସ୍ୟା ଆଣିପାରେ ।

ରକ୍ତରେ କେତେ କୋଲେଷ୍ଟ୍ରାଲ ରହିବା ଦରକାର

ଦିଆଯାଇଥିବା ମାନକ ଅନୁଯାୟୀ ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କ ଠାରେ ୨୦୦ ମିଲିଗ୍ରାମ/ଡିଏଲ୍‌ ପର୍ଯ୍ୟନ୍ତ କୋଲେଷ୍ଟ୍ରାଲ ହେବା ଦରକାର । ଯଦି ଏହି ଲେବଲ ୨୪୦ ଯାଏ ପହଞ୍ଚିଯାଏ ତେବେ ଜାଣିବେ ଆପଣ ବିପଦ ଜୋନରେ । ଆପଣଙ୍କ ଖାଦ୍ୟ ଓ ଜୀବନ ଶୈଳୀ ପରିବର୍ତ୍ତନ ଆବଶ୍ୟକ ।

ଶରୀରର କେଉଁ ଭାଗରେ ହୋଇଥାଏ ଦରଜ

ପେରିଫେରାଲ ଆର୍ଟେରୀ ଡିଜିଜ ହେଲେ ଶରୀରରେ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କ ଜଂଘ, ଅଣ୍ଟା ଓ ଗୋଡରେ ବହୁତ ଜୋର ଦରଜ ହୁଏ,ତେବେ ଏହା ହାଇ କୋଲେଷ୍ଟ୍ରାଲର ସଂକେତ ହୋଇଥାଏ । ଏମିତି ହେଲେ ତୁରନ୍ତ ଆପଣ କୋଲେଷ୍ଟ୍ରାଲ ଯାଞ୍ଚ କରିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.