୩୫ ବର୍ଷ ପରେ ଅଚାନକ ବଦଳି ଥାଏ ଭାଗ୍ୟ ଯଦି ହାତରେ ଥାଏ ଏମିତି ଚିହ୍ନ, ଚାରିଆଡୁ ହୋଇଥାଏ ଟଙ୍କାର ବର୍ଷା

ହସ୍ତରେଖା ଶାସ୍ତ୍ର ଏମିତି ଏକ ବିଦ୍ୟା ଯେଉଁଠି ବ୍ୟକ୍ତିର ହାତରେ ଥିବା ରେଖା ଓ ଚିହ୍ନକୁ ଦେଖି ତାର ଭଲ-ମନ୍ଦ,ଗୁଣ, ସ୍ୱଭାବ,ପସନ୍ଦ-ଅପସନ୍ଦ ଓ ଭବଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତ ରେଖା ଶାସ୍ତ୍ର ଅନୁଯାୟୀ କିଛି ଏମିତି ଖାସ ରେଖା ଅଛି ଯାହା ବ୍ୟକ୍ତିକୁ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ ।

ହସ୍ତରେଖା ଜ୍ୟୋତିଷ ଅନୁସାରେ ଯେଉଁ ଲୋକଙ୍କ ହାତରେ ଇଂରାଜୀ ‘ଭି’(V) ଚିହ୍ନ ଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଲୋକଙ୍କ ସମ୍ପର୍କ ଭଲ ଲୋକଙ୍କ ସହ ହୋଇଥାଏ । ଏମାନଙ୍କ ଠାରେ ନକରାତ୍ମକତା କମ ଦେଖିବାକୁ ମିଳିଥାଏ । ଏମାନଙ୍କୁ ଜ୍ଞାନୀ ଓ ବିଶ୍ୱାସୀ ଜୀବନସାଥୀ ମଳିଥାନ୍ତି ।

ଭରଷାଯୋଗ୍ୟ ହୋଇଥାନ୍ତି ଏହି ଲୋକ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୀବନରେ କଠିନ ସମୟ ଆସିଲେ ଲୋକଙ୍କ ଆବଶ୍ୟକ ହୋଇଥାଏ । ଯିଏ ଦୁଃଖ ସମୟରେ ସଂଗ ଦେଇଥାନ୍ତି,ଏପରି ଲୋକଙ୍କ ହାତରେ ଏହି ଭି (V) ରେଖା ଦେଖିବାକୁ ମିଳିଥାଏ । ଏମାନେ ସର୍ବଦା ସାହାଯ୍ୟ କରିବାକୁ ଆଗରେ ରହିଥାନ୍ତି । ଏହି ଲୋକଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରାଯାଇଥାଏ ।

୩୫ ବର୍ଷ ପରେ ଭାଗ୍ୟ ଖୋଲିଥାଏ

ଭି (V) ଚିହ୍ନ ବାଲା ଲୋକଙ୍କ ବିଷୟରେ କୁହାଯାଏ ଯେ ପ୍ରାରମ୍ଭିକ ଜୀବନରେ ଏମାନେ ବହୁତ ସଂଘର୍ଷ କରିଥାନ୍ତି । ସମାଜରେ ଅଧିକ ମାନ ସମ୍ମାନ ମଧ୍ୟ ମିଳି ନଥାଏ । ବହୁତ ସଂଘର୍ଷର ସାମନା କରିବାକୁ ପଡିଥାଏ । ହେଲେ ୩୫ ବର୍ଷ ପରେ ଏହି ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବା ଆରମ୍ଭ କରିଥାଏ । କ୍ୟାରିଅର, ବ୍ୟବସାୟ ଓ ଚାକିରିରେ ଏମାନେ ଉନ୍ନତି କରିଥାନ୍ତି ଓ ଜୀବନରେ ଖୁବ ସଫଳତା ପାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.