ପାନକ୍ରିଆଜ(ଅଗ୍ନାଶୟ) କ୍ଯାନସର: ଜାଣନ୍ତୁ କ’ଣ ପ୍ରାରମ୍ଭିକ ଲକ୍ଷଣ, ଏହାକୁ ଭୁଲରେ କରନ୍ତୁ ନାହିଁ ଅଣଦେଖା

କ୍ଯାନସର ଆଜିକାଲି ଦିନକୁ ଦିନ ବଢିବାରେ ଲାଗିଛି। କ୍ଯାନସର ଯନ୍ତ୍ରଣାରେ ଛଟପଟ ହୋଇ ଅନେକ ଲୋକ ଜାଣିପାରୁନାହାନ୍ତି ଏହା କେଉଁ କ୍ଯାନସର। ଏହାକୁ ପ୍ରାରମ୍ଭିକ ଲକ୍ଷଣରୁ ଜାଣିହେଲେ, ତା’ର ଉପଚାର କରାଯାଇପାରିବ।

ଭାରତରେ ଅଧିକାଂଶ ପାନକ୍ରିଆଟିକ୍(ଅଗ୍ନାଶୟ) କ୍ଯାନସର ଦେଖିବାକୁ ମିଳୁଛି। ଯାହାକୁ ପ୍ରଥମ ପର୍ଯ୍ଯାୟରୁ ଜାଣିବା ଜରୁରୀ। ରୋଗ ବିଷୟରେ ପୂର୍ବରୁ ନ ଜାଣିବା ମଣିଷ ଜୀବନ ପ୍ରତି ବିପଦ ଆଣିଦିଏ। ପାନକ୍ରିଆଟିକ କ୍ଯାନସର ପାଚନ ଅଙ୍ଗ ଅର୍ଥାତ୍ ଅଗ୍ନାଶୟର କୋଷିକାରୁ ବିକଶିତ ହୋଇଥାଏ। ଏହା ମୁଖ୍ଯ ରୂପେ ଦୁଇ ଭାଗରେ ବିଭାଜିତ। ପାନକ୍ରିଆଟିକ୍ କ୍ଯାନସରର ସଠିକ କାରଣ ଏପର୍ଯ୍ଯନ୍ତ ଜଣାପଡୁନାହିଁ।

ଅଗ୍ନାଶୟରେ କୋଷିକାକୁ ଅନିୟନ୍ତ୍ରିତ ଭାବେ ବଢିବା ସହିତ ଟ୍ଯୁମର ହୋଇଥାଏ। ଏହାକୁ ଦୂରେଇ ରଖିବାର କୌଣସି ନିର୍ଦ୍ଧାରିତ ଚରଣ ନାହିଁ। କିନ୍ତୁ ଆପଣଙ୍କୁ ପ୍ରଥମରୁ ଏହାକୁ ମାନିବାକୁ ପଡିବ।

cancer day
Jagran tv

ପାନକ୍ରିଆଟିକ କ୍ଯାନସରର ସଂକେତ:

ପେଟର ଉପରି ଭାଗରେ ଯନ୍ତ୍ରଣା
ଓଜନ କମ୍ ହେବା
ଭୋକ ନ ଲାଗିବା
ଦୁର୍ବଳ ଲାଗିବା
ଆଖି, ସ୍କିନ ଏବଂ ୟୁରିନ ରଙ୍ଗ ହଳଦିଆ ହେବା
ଡାଇବେଟିଜର ଆରମ୍ଭ

ପାନକ୍ରିଆଟିକ କ୍ଯାନସର ବିଷୟରେ ପତ୍ତା ଲଗାଇବା ମୁସ୍କିଲ:

ଶରୀର ଭିତରେ ଅଗ୍ନାଶୟରେ ଟ୍ଯୁମରକୁ ଜାଣିବା ବହୁତ ମୁସ୍କିଲ କାମ। ଏହି ରୋଗ ହେଲେ ଶରୀରର ବିଭିନ୍ନ ଅଙ୍ଗରେ କିଛି ନା କିଛି ଫଳିଥାଏ। ଏହାକୁ ପ୍ରଥମ ପର୍ଯ୍ଯାୟରୁ ଜାଣି ଏହାକୁ ଚିକିତ୍ସା କରିବା ଅତ୍ଯନ୍ତ ଜରୁରୀ। ନଚେତ ଶେଷ ଆଡକୁ ଏହାକୁ ଚିକିତ୍ସା କରିବା ଅସମ୍ଭବ ହୋଇପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.