ସୋମବାରରେ ଘରେ ବନାନ୍ତୁ କିଛି ମିଠା, ଡିନରରେ ସାମିଲ କରନ୍ତୁ “ଅମୃତଭଣ୍ଡା ହାଲୁଆ”

ଅମୃତଭଣ୍ଡା ହାଲୁଆ ଖୁବ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟକର ମଧ୍ୟ । ଯଦି ଆପଣଙ୍କର ଗାଜର ପ୍ରସ୍ତୁତ ହାଳୁଆ ଖୁବ ପସନ୍ଦ ତେବେ ଆପଣ ଏହି ହାଲୁଆ ବି ଖୁବ ପସନ୍ଦ ଆସିବ । ଆପଣ ହୁଏତ ଖରା ଦିନେ ଫ୍ରେସ ଗାଜର ପାଇପାରିବେ ନାହିଁ । କିନ୍ତୁ ଆପଣଙ୍କୁ ସହଜରେ ଅମୃତ ଭଣ୍ଡା ମିଳିଯାଇପାରିବ । ଯଦି ଅମୃତଭଣ୍ଡା ସତେଜ ନମିଳିବ ତେବେ ତାହା ଏତେଟା ସ୍ବାଦୁ ଲାଗିବ ନାହିଁ । ଆଉ ସବୁଠୁ ଖାସ କଥା ହେଉଛି ଏହାକୁ ବନେଇବା ପାଇଁ ଆପଣଙ୍କୁ କ୍ଷୀର ଆବଶ୍ୟକ ହେବ ନାହିଁ । ଲେଖିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ:

ଗୋଟେ ମଧ୍ୟମ ଆକାରର ଅମୃତଭଣ୍ଡା

୧୦୦ ଗ୍ରାମ ଚିନି

୩ ଟି ଗୁଜୁରାତି

୨ ଟି ତେଜପତ୍ର

ମୁଠାଏ କାଜୁ

ମୁଠାଏ କିସମିସ

ଗୋଟେ ଚାମଚ ଚୁନଚୁନ କଟାଯାଇଥିବା ପେସ୍ତାବାଦାମ

ଅଧା କପ ପାଣି

ଗୁଆ ଘିଅ

PAPAYA HALWA

ପ୍ରସ୍ତୁତି ପ୍ରଣାଳୀ;

– ଏକ ପାତ୍ରରେ ପ୍ରଥମେ କିଛି ଘିଅ ଗରମ କରନ୍ତୁ । ଏବେ ସେଥିରେ ଗୁଜୁରାତି ଓ ତେଜ ପତ୍ର ଦିଅନ୍ତୁ ।

– ବାସ୍ନା ଆସିଲେ ତେଜ ପତ୍ର ଗୁଡିକୁ ବାହାର କରି ଦିଅନ୍ତ ।

– ଏବେ ସେଥିରେ କୋରା ଯାଇଥିବା ଅମୃତଭଣ୍ଡା ଦିଅନ୍ତୁ ଆଉ ଦୁଇ ମିନିଟ ପାଇଁ ଛାଡ଼ି ଦିଅନ୍ତୁ

– ଏବେ ସେଥିରେ କିଛି ପାଣି ଦିଅନ୍ତୁ । ଧିମା ଆଞ୍ଚରେ ୫ ରୁ ୭ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ।

-ପାଣି ଶୁଖିଆସିଲେ ସେଥିରେ ଚିନି ମିଶାଇ ଘଣ୍ଟି ଦିଅନ୍ତୁ ।

– ଭଲ ରୂପେ ମିଶାଇ କାଜୁ ଗୁଣ୍ଡ କିସମିସ ଆଦିକୁ ମିଶାଇ ଦିଅନ୍ତୁ ।

– ହାଲୁଆ ଶୁଖା ଶୁଖା ବହଳିଆ ହେବା ଯାଏଁ ଛାଡ଼ି ଦିଅନ୍ତୁ ।

– ଏବେ ଏହାକୁ ଏକ ଛୋଟ ପାତ୍ରରେ ନେଇ ତାହା ଉପରେ ପେସ୍ତାବାଦାମ ଗୁଣ୍ଡ ଦେଇ ସଜାଇ ଦିଅନ୍ତୁ ।

 

You might also like