ଆୟୁର୍ବେଦିକ ଗୁଣରେ ଭରପୂର ଅମୃତଭଣ୍ଡା ପତ୍ର, ଦୂର କରିବା ପିରିୟଡ୍ସ ଓ ହଜମ ଜନିତ ସମସ୍ୟା

ଆମେ ସମସ୍ତେ ଜାଣିଛନ୍ତି ଯେ ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । କିନ୍ତୁ ଆପଣ ଅମୃତଭଣ୍ଡା ପତ୍ରର ଉପକାର ବିଷୟରେ ଜାଣିଛନ୍ତି କି ? ଯଦି ନା, ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଅମୃତଭଣ୍ଡା ପତ୍ରରେ ଥିବା ପୋଷକ ତତ୍ତ୍ୱ, କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ଲାଭଦାୟକ ହୋଇଥାଏ । ଏହା ବ୍ୟତୀତ ଏହାର ପତ୍ର ଡେଙ୍ଗୁ ଏବଂ ମ୍ୟାଲେରିଆ ପରି ଜ୍ୱରରେ ମଧ୍ୟ ବହୁତ ପ୍ରଭାବଶାଳୀ । ତେବେ ଅମୃତଭଣ୍ଡା ପତ୍ରର ଉପକାର ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।
ଅମୃତଭଣ୍ଡା ପତ୍ରରେ ପୋଷକ ତତ୍ତ୍ୱ ଭରପୂର :
ଅମୃତଭଣ୍ଡା ପତ୍ରରେ ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ ମିଳିଥାଏ । ଏଥିରେ ଭିଟାମିନ୍ A, ଭିଟାମିନ୍ B, ଭିଟାମିନ୍ C, ଭିଟାମିନ୍ E, ଭିଟାମିନ୍ K ଏବଂ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି । ଅମୃତଭଣ୍ଡା ପତ୍ରରେ ଫସଫରସ୍, ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଭରପୂର ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାକୟ ।
ଏହି ସମସ୍ୟାରେ ଅମୃତଭଣ୍ଡା ପତ୍ର ଉପକାରୀ :
ଡେଙ୍ଗୁ ଏବଂ ମ୍ୟାଲେରିଆରେ ଲାଭଦାୟକ : ବର୍ଷା ଋତୁରେ ଲୋକମାନେ ଡେଙ୍ଗୁର ଶିକାର ହୁଅନ୍ତି । ଏଭଳି ପରିସ୍ଥିତିରେ ଆପଣ ଅମୃତଭଣ୍ଡା ପତ୍ରର ରସ ବ୍ୟବହାର କରି ପ୍ଲେଟଲେଟ୍ ସଂଖ୍ୟା ବଢାଇବା ଏବଂ ଡେଙ୍ଗୁ ଜ୍ୱରର ଲକ୍ଷଣକୁ କମ କରିପାରିବ । ମ୍ୟାଲେରିଆର ଚିକିତ୍ସା ପାଇଁ ଲୋକମାନେ ପୂର୍ବ କାଳରୁ ଅମୃତଭଣ୍ଡା ପତ୍ର ବ୍ୟବହାର କରିଆସୁଛନ୍ତି ।
କ୍ୟାନ୍ସର ରୋଗରେ ଲାଭଦାୟକ : ଅମୃତଭଣ୍ଡା ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନ୍ୟାନ୍ୟ ଯୌଗିକ ଗୁଣ ରହିଥାଏ ଯାହା କ୍ୟାନ୍ସର ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ହଜମ ଜନିତ ସମସ୍ୟା କମ୍ କରିଥାଏ : ଅମୃତଭଣ୍ଡା ପତ୍ରରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଥାଏ । ଯାହା କୋଷ୍ଠକାଠିନ୍ୟ, ପେଟ ଫୁଲିବା ଏବଂ ଏସିଡିଟି ଭଳି ହଜମ ଜନିତ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରିଥାଏ ।
ପିରିୟଡ୍ସ ସମସ୍ୟାରେ ଉପଯୋଗୀ : ପିରିୟଡ୍ସର ଅସହ୍ୟ ଯନ୍ତ୍ରଣା ସହିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ଏପରି ପରିସ୍ଥିତିରେ ଆପଣ ଅମୃତଭଣ୍ଡା ପତ୍ର ବ୍ୟବହାର କରିପାରିବେ । ଯାହା କଷ୍ଟ, ଯନ୍ତ୍ରଣା ଏବଂ ପ୍ରବଳ ରକ୍ତସ୍ରାବ କମ୍ କରିବାରେ ସାହାଯ୍ୟ କରିଥାଏ ।
ସ୍କିନ୍ ସମ୍ବନ୍ଧୀୟ ସମସ୍ୟା : ଅମୃତଭଣ୍ଡା ପତ୍ରରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ବ୍ରଣ, ଏକ୍ଜିମା ଏବଂ ସୋରିୟାସିସ୍ ଭଳି ସ୍କିନ୍ ସମ୍ବନ୍ଧୀୟ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ ।
ଏହିପରି ଅମୃତଭଣ୍ଡା ପତ୍ର ବ୍ୟବହାର କରନ୍ତୁ :
ଏହି ସବୁ ସମସ୍ୟାରେ ଅମୃତଭଣ୍ଡା ପତ୍ର ବ୍ୟବହାର କରୁନ୍ତୁ । ଏଥିପାଇଁ ଆପଣଙ୍କୁ କେବଳ ଅମୃତଭଣ୍ଡା ପତ୍ର ଶୁଖାଇ ଗରମ ପାଣିରେ ଭିଜାଇ ଚା ’ପ୍ରସ୍ତୁତ କରନ୍ତୁ । ଦିନକୁ ଦୁଇଥର ଏହାକୁ ତିଆରି କରି ପିଅନ୍ତୁ । ସତେଜ ଅମୃତଭଣ୍ଡା ପତ୍ରରୁ ରସ ବାହାର କରନ୍ତୁ ଏବଂ ଦିନକୁ ଦୁଇଥର ୧ ରୁ ୨ ଚାମଚ ପିଅନ୍ତୁ । ସତେଜ ଅମୃତଭଣ୍ଡା ପତ୍ରକୁ ଗରମ ପାଣିରେ ଭିଜାଇ ଦିଅନ୍ତୁ । ତା’ପରେ ଏହାକୁ ଚା ’ପରି ଛାଣି ପିଅନ୍ତୁ । ଅମୃତଭଣ୍ଡା ପତ୍ରକୁ ପାଣିରେ ପକାଇ ୧୦ ରୁ ୧୫ ମିନିଟ୍ ପାଇଁ ଫୁଟାନ୍ତୁ । ଏହା ପରେ ସେହି ପାଣିକୁ ଭଲ ଭାବେ ଛାଣନ୍ତୁ ଏବଂ ପିଅନ୍ତୁ । ତେବେ ଅମୃତଭଣ୍ଡା ପତ୍ରକୁ ଏହି ଉପାୟରେ ଫୁଟାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟର ଅନେକ ସମସ୍ୟା ଦୂର ହେବ ।