ଭୁଲରେ ବି ଫ୍ରିଜରେ ରଖନ୍ତୁନି ଆଳୁ, ନଚେତ କ୍ୟାନ୍ସର ପରି ମାରାତ୍ମକ ରୋଗରେ ହୋଇପାରନ୍ତି ଆକ୍ରାନ୍ତ

ଆଳୁ ବିନା ସବୁ ତରକାରୀ ଯେମିତି ଖାଲି ଖାଲି ଲାଗିଥାଏ । ଆଉ ମଧ୍ୟ ଆମ ରୋଷେଇ ଘରେ ଅଧିକାଂଶ ଲୋକ ଅଧିକ ଦିନ ପର୍ଯ୍ୟନ୍ତ ଆଳୁକୁ ସୁରକ୍ଷିତ ରଖିବା ପାଇଁ ତାକୁ ଫ୍ରିଜରେ ରଖିଥାନ୍ତି । କିନ୍ତୁ କଣ ଜାଣନ୍ତିକି ଫିଜରେ ଆଳୁ ରଖିଲେ କ୍ୟାନ୍ସର ପରି ମାରାତ୍ମକ ରୋଗ ହୋଇପାରେ । ଫ୍ରିଜରେ ରଖାଯାଇଥିବା ଆଳୁକୁ ରୋଷେଇ କରି ଖାଇଲେ ଶରୀର ଉପରେ ନକାରାତ୍ମକ ପ୍ରଭାବ ମଧ୍ୟ ପଡିଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛିଯେ ଆଳୁରେ ମହଜୂତ ଥିବା ଷ୍ଟାର୍ଚ୍ଚ ଫ୍ରିଜରେ ରଖିବା କ୍ଷଣି ଷ୍ଟାର୍ଚ୍ଚ ସୁଗାରରେ ପରିଣତ କରିଥାଏ । ଏହି ସୁଗାର ଏକ ପ୍ରକାର ରସାୟନରେ ପରିଣତ ହୋଇ ଶରୀରରେ କ୍ୟାନ୍ସର ପରି ରୋଗ ସୃଷ୍ଟି କରିଥାଏ । ଆଉ ମଧ୍ୟ ଫ୍ରିଜରେ ଆଳୁ ରହିଲେ ଏହା ର ପ୍ରାକୃତିକ ସୁଗାର ଏଥିରେ ମହଜୂତ ଥିବା ଏମିନୋ ଏସିଡ ଏସପିଏରେଗିନ ସହ ମିଶି ଏକରାଇଲମାଇଡ ନାମକ କ୍ଷତିକାରୀ ରସାୟନରେ ପରିଣତ ହୋଇଥାଏ ।

patato

ଫ୍ରିଜରୁ ସଦ୍ୟ ବାହାର କରି ରୋଷେଇ କଲେ ହିଁ ଏହି ରାସାୟନିକ ପଦାର୍ଥ ଅତି ଶୀଘ୍ର ପ୍ରସ୍ତୁତ ହୋଇଥାଏ । ଆପଣ ହୁଏତ ଜାଣି ନଥିବେ ଏହି ରସାୟନଟି ପେପର ଓ ପ୍ଲାଷ୍ଟିକ ବନାଇବା ପାଇଁ ଦରକାର ହୋଇଥାଏ । ତେବେ ଆପଣ ଯେତେବେଳେ ବଜାରରୁ ଆଳୁ କିଣିକି ଆଣୁଛନ୍ତି ତାକୁ ଫ୍ରିଜରେ ରଖିବା ବଦଳରେ କୌଣସି ଏକ ଶୁଖିଆ ସ୍ଥାନରେ ରଖନ୍ତୁ । ପ୍ରକୃତରେ ଏକରାଇଲମାଇଡ ରସାୟନ ଷ୍ଟାର୍ଚ୍ଚ ମହଜୂତ ଥିବା ଖାଦ୍ୟ ଗୁଡିକରେ ହିଁ ଅଧିକ ମାତ୍ରାରେ ମହଜୂତ ଥାଏ । ଉଚ୍ଚ ତାପମାତ୍ରାରେ ରନ୍ଧନ ହେଉଥିବା ଖାଦ୍ୟ ଗୁଡିକରେ ମଧ୍ୟ ଷ୍ଟାର୍ଚ୍ଚର ପରିମାଣ ଅଧିକ ଥାଏ । ବିଶେଷ କରି ପ୍ରାଣୀ ମାନଙ୍କ ଶରୀରରେ ଏହି ରସାୟନ କ୍ୟାନ୍ସର ପରି ରୋଗର ମୁଖ୍ୟ କାରଣ ହୋଇଥାଏ । ଏନେଇ ବ୍ରିଟେନ ସ୍ଥିତ ‘ଫୁଡ ଷ୍ଟାଣ୍ଡାର୍ଡ ଏଜେନ୍ସି’ ନିଜ ନାଗରିକଙ୍କ ପାଇଁ ଏକ ଚେତାବନୀ ମଧ୍ୟ ଜାରି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.