ଆଜି ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ମଟର ଗାଜର ସାଣ୍ଡଓ୍ଵିଚ୍‌

ଯଦି ଆପଣଙ୍କୁ ଟେଷ୍ଟି ଫୁଡ୍‌ ଖାଇବା ପସନ୍ଦ ତେବେ ଏହି ରେସିପିକୁ ଆପଣ ନିଶ୍ଚୟ ଟ୍ରାଏ କରିବା ଉଚିତ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଠ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ଆପଣ ଏହାକୁ ଥରେ ଖାଇଲେ ଏହାର ସ୍ୱାଦ ଭୁଲିପାରିବେ ନାହିଁ। ତେବେ ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବେ କିପରି।

ସାମଗ୍ରୀ

-ଏକ କପ୍‌ ସିଝା ମଟର

-ଅଧା ଚାମଚ ଚାଟ ମସଲା ପାଉଡର

-ସ୍ୱାଦାନୁସାରେ ଲୁଣ

-୨ଟି କଟା ହୋଇଥିବା କଞ୍ଚା ଲଙ୍କା

-୪ ଚାମଚ ମେୟୋନିଜ

-୧/୪ ଚାମଚ କୋରା ଗାଜର

-୧/୨ ଚାମଚ ପେଶା କଳା ମରୀଚ

-୫ ଲବଙ୍ଗ ଏବଂ କଟା ହୋଇଥିବା ରସୁଣ

-ଏକ ଚାମଚ ରିଫାଇନ୍‌ ତେଲ

ପ୍ରଣାଳୀ

ଏହି ଡିସକୁ ବନାଇବା ପାଇଁ ପ୍ୟାନରେ ଏକ ଚାମଚ କୁକିଂ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ହୋଇଥିବା କଞ୍ଚା ଲଙ୍କା ଏବଂ ରସୁଣ ପକାଇ ଦିଅନ୍ତୁ। କିଛି ସମୟ ଏହାକୁ ଚଲାନ୍ତୁ। ଏବେ ଏଥିରେ ସିଝା ମଟର ଏବଂ କୋରା ଗାଜର ପକାଇ ଚଲାନ୍ତୁ। ଏହାକୁ ମଧ୍ୟମ ଆଞ୍ଚରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଚଲାନ୍ତୁ।

ଏହା ହୋଇଯିବା ପରେ ଏଥିରେ କଳା ମରୀଚ, ଚାଟ ମସଲା ଏବଂ ଲୁଣ ମିଶାନ୍ତୁ। ଭଲଭାବେ ମିକ୍ସ ହୋଇଗଲା ପରେ ଏହାକୁ ଆଞ୍ଚରୁ କାଢ଼ି ଦିଅନ୍ତୁ।

ବ୍ରେଡ ସ୍ଲାଇସ୍‌ ନିଅନ୍ତୁ ଏବଂ ତାହା ଉପରେ ନିଜ ସ୍ୱାଦ ଅନୁସାରେ ମେୟୋନିଜ ଲଗାନ୍ତୁ। ଏବେ ବ୍ରେଡ ଉପରେ ଭେଜିଟେବୁଲ ମିଶ୍ରଣ ରଖନ୍ତୁ। ଏହାପରେ ସେଥିରେ କୋରିଥିବା ପନୀରକୁ ପକାଇ ଦିଅନ୍ତୁ। ଏହା ଉପରେ ବ୍ରେଡର ଅନ୍ୟ ସ୍ଲାଇସ୍‌ ରଖନ୍ତୁ ଏବଂ ଏହାକୁ ସେକି ଦିଅନ୍ତୁ। ଏହାପରେ ଆପଣଙ୍କର ଟେଷ୍ଟି ମଟର ଗାଜର ସାଣ୍ଡଓ୍ଵିଚ୍‌।

Pritiparna

Recent Posts

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

25 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

39 mins ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

42 mins ago

ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍‌): ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥ ଖଳା l ତିନି…

50 mins ago

ବାଟ ଛାଡ ଆମ ସାର୍‌ ଆସୁଛନ୍ତି, ଡିଜେ ବଜାଇ ନାଚି ନାଚି ସାରଙ୍କୁ ଘରେ ଛାଡି ଆସିଲେ ଛାତ୍ର

ସୁବର୍ଣ୍ଣପୁର (କେନ୍ୟୁଜ) : ବାଜୁଛି ଡିଜେ ଆଉ ଡିଜେର ତାଳେ ତାଳେ ନୃତ୍ୟ କରୁଛନ୍ତି ଯୁବକମାନେ । ସେପଟେ ସୁସଜ୍ଜିତ…

50 mins ago