September Born: ପରଫେକ୍ସନିଷ୍ଟ ହୋଇଥାଆନ୍ତି ସେପ୍ଟେମ୍ବର ମାସରେ ଜନ୍ମିତ ଲୋକ; ଜାଣନ୍ତୁ ଅନ୍ୟାନ୍ୟ ଗୁଣ, କ୍ୟାରିୟର ଓ ଭବିଷ୍ୟତ
ବର୍ଷର ବିଭିନ୍ନ ମାସରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କର ନିଜ ନିଜର ସ୍ୱତନ୍ତ୍ରତା ରହିଥାଏ ଏବଂ ସେମାନଙ୍କର ଏହି ସ୍ୱତନ୍ତ୍ରତା ସେମାନଙ୍କ ଜୀବନ, ଆଚାର, ବ୍ୟବହାରରେ ଚମକି ଉଠିଥାଏ। ଅଙ୍କ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ମାସ ଅର୍ଥାତ୍ ବର୍ଷର ନବମ ମାସରେ ଜନ୍ମିତ ଲୋକଙ୍କର ଏମିତି ଗୁଣ ରହିଥାଏ, ଯାହା ଅନ୍ୟ ଲୋକଙ୍କଠାରୁ ସେମାନଙ୍କୁ ସ୍ୱତନ୍ତ୍ର ରଖିଥାଏ।
ଅଙ୍କ ଶାସ୍ତ୍ରରେ ସେପ୍ଟେମ୍ବର ମଙ୍ଗଳ ଗ୍ରହ ସହ ଜଡ଼ିତ ଥିବା କଥା କୁହାଯାଇଛି। ଏହି ଗ୍ରହ ସାହସ ଓ ପରାକ୍ରମର କାରକ ହୋଇଥାଏ, ଯେଉଁ କାରଣରୁ ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଲୋକ ସ୍ପଷ୍ଟବାଦୀ ହେବା ସହିତ ନିଜ ଦମ୍ରେ ହିଁ ନିଜର ପରିଚୟ ବନାଇ ଥାଆନ୍ତି।
ସେପ୍ଟେମ୍ବର ମାସରେ ଜନ୍ମିତ ଲୋକ ବୁଦ୍ଧିମାନ, ଦୟାଳୁ ଏବଂ ପରଫେକ୍ସନିଷ୍ଟ ହୋଇଥାଆନ୍ତି। ଏହି ଲୋକଙ୍କଠାରେ ଇମୋଶନ ସହିତ ପ୍ରାକ୍ଟିକାଲ ହେବାର ଅଜବ ପ୍ରକାରର ସନ୍ତୁଳନ ଦେଖିବାକୁ ମିଳିଥାଏ। ଏହି ଲୋକ ଯାହା କିଛି ଭାବି ନିଅନ୍ତି, ତାହାକୁ ପୂରା କରିକି ହିଁ ଦମ୍ ନେଇ ଥାଆନ୍ତି। ଏମାନେ ନିଜ କାମକୁ ହଠାତ୍ ସାମ୍ନାକୁ ଆଣି ସମସ୍ତଙ୍କୁ ଚମକାଇ ଦେଇଥାଆନ୍ତି।
ଏହି ମାସରେ ଜନ୍ମିତ ଲୋକ କ୍ୟାରିୟର ମାମଲାରେ ବହୁତ ଲକି ହୋଇଥାଆନ୍ତି ଏବଂ କମ୍ ବୟସରେ ହିଁ ବଡ଼ ସଫଳତା ପାଇ ଥାଆନ୍ତି। ଏମାନେ ଜୀବନରେ ସଫଳତାର ପାହାଚରେ ପହଞ୍ଚି ଥାଆନ୍ତି। ସାଧାରଣତଃ ସେପ୍ଟେମ୍ବରରେ ଜନ୍ମିତ ଲୋକ ରିସର୍ଚ୍ଚ, ଏଜୁକେଶନ ଏବଂ ରାଜନୀତିରେ ଭଲ ସଫଳତା ପାଆନ୍ତି। ଯଦିଓ ଏମାନେ ନିଜ ବିରୋଧରେ କୌଣସି କଥା ବରଦାସ୍ତ କରି ପାରନ୍ତି ନାହିଁ ଏବଂ ରାଗରେ ନିଜର ହିଁ କ୍ଷତି କରି ପକାଇ ଥାଆନ୍ତି।
ସେପ୍ଟେମ୍ବର ବର୍ଣ୍ଣ ଲୋକଙ୍କୁ ଏମିତି ଲାଇଫ୍ ପାର୍ଟନର ମିଳିଥାଏ, ଯାହାଙ୍କଠାରେ ତାଙ୍କୁ ପସନ୍ଦ ହେଲା ଭଳି ସମସ୍ତ କଥା ଭରି ରହିଥାଏ। ଏମାନଙ୍କୁ ଆରେଞ୍ଜ୍ ମ୍ୟାରେଜ୍ରେ ଲାଇଫ୍ ପାର୍ଟନରଙ୍କ ସହିତ ସୁସମ୍ପର୍କ ରଖିବାରେ କୌଣସି ସମମ୍ୟା ହୋଇ ନ ଥାଏ। ଏହି ଲୋକ ସାଧାରଣତଃ ପୂରା ଜୀବନରେ ହସଖୁସିରେ ବୈବାହିକ ଜୀବନ ଜିଇଁଥାଆନ୍ତି।
ଶୁଭ ଅଙ୍କ-୪, ୫, ୧୬, ୯୦, ୨୯
ଶୁଭ ରଙ୍ଗ- ମାଟିଆ, ନୀଳ ଓ ସବୁଜ
ଶୁଭ ଦିନ- ବୁଧବାର
ଶୁଭ ରତ୍ନ- ଉଜ୍ଜ୍ୱଳ ସବୁଜ ରଙ୍ଗର ମର୍କତ ମଣି