ଜାନୁଆରୀ ୧୨ ତାରିଖରେ ଆପଣଙ୍କ ଜନ୍ମ କି ? ଆଜି କଣ କରିବେ ନକରିବେ ଜାଣନ୍ତୁ

ଜ୍ୟୋତିଷ ଶାସ୍ତ୍ର ପରି ଅଙ୍କ ଜ୍ୟୋତିଷ ମଧ୍ୟ ଜୀବନର ବହୁ ଲୁକାୟିତ କଥାକୁ ପରିପ୍ରକାଶକରିଥାଏ । ମନୁଷ୍ୟର ଭାଗ୍ୟ ଓ ଭବିଷ୍ୟତ ସମ୍ପର୍କରେ ବହୁତ କିଛି ଭବିଷ୍ୟବାଣୀ କରିଥାଏ ଏହି ଅଂକ ଜ୍ୟୋତିଷ । ଆଜି ଆସନ୍ତୁ ଜାଣିବା ଅଂକ ଜ୍ୟୋତିଷ ଅନୁଯାୟୀ, ଆପଣଙ୍କ ଜନ୍ମ ଦିନ ଯଦି ଜାନୁଆରୀ ୧୨ ତାରିଖରେ କେମିତି କଟିବ ଆପଣଙ୍କ ଦିନ ।

ଅଙ୍କ ଜ୍ୟୋତିଷ ବା ନ୍ୟୁମୋରୋଲଜି ବିଷୟରେ ଆପଣମାନେ ଅଳ୍ପ ବହୁତେ ଜାଣିଥିବେ । ସେହି ଅନୁସାରେ ଜନ୍ମ ତାରିଖରୁ ବହୁତ ମହତ୍ୱ ରହିଛି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ଯେଉଁମାନେ ଜାନୁଆରୀ ୧୨ ତାରିଖରେ ଜନ୍ମ ହୋଇଛନ୍ତି ।

୧୨ ଅନୁସାରେ ଆପଣଙ୍କ ମୂଳାଙ୍କ ହେଉଛି ୧ । ଆପଣ ଆଜି ଦିନଟିରେ ଟିକେ ସାବଧାନ ରହିବେ । ବିଶେଷ କରି କାର୍ଯ୍ୟ କ୍ଷେତ୍ର ଏବଂ ବ୍ୟବସାୟ କ୍ଷେତ୍ରରେ ଅଧିକ ସତର୍କ ରହିବା ଦରକାର । ତେବେ ପୂରା ଦିନ ବ୍ୟସ୍ତତା ଭିତରେ କଟିବ । ଏକାଗ୍ରତା ରଖି କାମ କରନ୍ତୁ ।

ଯେକୌଣସି ନୂଆ ଯୋଜନା କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ବେପାରରେ ପ୍ରତିବନ୍ଧକ ଦୂର ହେବ ଏବଂ ଲାଭ ପାଇବେ । ପରିବାରରେ ଟିକେ ଅଶାନ୍ତି ରହିବା ସହ କେହି ପୁରାତନ ବନ୍ଧୁ ସାକ୍ଷାତ ହେବ । ଗାଡ଼ି କିମ୍ବା କୌଣସି ମେସିନ୍ ଚଳାଇବା ବେଳେ ଅଧିକ ସତର୍କ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.