ସିଜରିୟାନ୍ ଡେଲିଭରୀକୁ ନେଇ ରହିଛି ଏମିତି ମିଛ ଯାହାକୁ ସତ ମାନନ୍ତି ଲୋକେ, ପଢ଼ନ୍ତୁ ଏହାକୁ ନେଇ କ’ଣ କହୁଛନ୍ତି ଏକ୍ସପର୍ଟ

ସାଧାରଣତଃ ଲୋକଙ୍କ ମନରେ ନର୍ମାଲ ଡେଲିଭରୀ ଏବଂ ସିଜେରିୟାନ୍ ଡେଲିଭରୀକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ, ଅନେକ ଦ୍ୱନ୍ଦ୍ୱ ବି ରହିଥାଏ। ସମସ୍ତଙ୍କୁ ଲାଗିଥାଏ ନର୍ମାଲ ଡେଲିଭରୀ ନହୋଇ ଯଦି ସିଜେରିୟାନ ହେଲା ତାହେଲେ ତାଙ୍କୁ ଭବିଷ୍ୟତରେ କିଛି ସମସ୍ୟା ହୋଇପାରେ। କିନ୍ତୁ ମେଡିକାଲ ଏକ୍ସପର୍ଟ ଏହାକୁ ମାନନ୍ତି ନାହିଁ। ଆସନ୍ତୁ ଜାଣିବା ସିଜେରିୟାନକୁ ନେଇ ମନରେ ଥିବା କିଛି ସତ କିଛି ମିଛ କଥା।

ମିଛ : ସିଜେରିୟାନ ଡେଲିଭରୀରେ ବିଲକୁଲ ବି କଷ୍ଟ ଯନ୍ତ୍ରଣା ହୋଇନଥାଏ

ସତ : ପିଲାକୁ ଜନ୍ମ ଦେବାରେ କଷ୍ଟ ହିଁ ହୋଇଥାଏ। ତେଣିକି ତାହା ସିଜରିୟାନ ହେଉ କିମ୍ବା ନର୍ମାଲ ଡେଲିଭରୀ। ଏଥିରେ କେବଳ ଏତିକି ଫରକ ଯେ ଆନେଥେସିୟା ଦେବା କାରଣରୁ ଅପରେସନ କରିବା ସମୟରେ ଯନ୍ତ୍ରଣା ହୋଇନଥାଏ। କିନ୍ତୁ ଯେମିତି ହିଁ ଆନେଥେସିୟାର ପ୍ରଭାବ ଶେଷ ହୋଇଯାଏ ସେତେବେଳେ ଯନ୍ତ୍ରଣା ବଢ଼ିଯାଇଥାଏ। ଏଭଳି ସ୍ଥିତିରେ ଉଭୟ ଡେଲିଭରୀରେ ୧୦-୧୫ ଦିନ ପର୍ଯ୍ୟନ୍ତ ଯନ୍ତ୍ରଣା ହୋଇଥାଏ ଏବଂ ଅସହଜ ସ୍ଥିତି ରହିଥାଏ।

pregnant ladyମିଛ : ସିଜରିୟାନ ପରେ ବ୍ରେଷ୍ଟଫିଡିଙ୍ଗରେ ସମସ୍ୟା ହୋଇଥାଏ

ସତ : ଏମିତି କିଛି ବି ହୋଇନଥାଏ। ସିଜରିୟାନ ପରେ ମା’ ଏବଂ ପିଲାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥାଏ। ନର୍ମାଲ କିମ୍ବା ସିଜରିୟାନ୍ ଉଭୟ ଡେଲିଭରୀରେ ମା’ ଏବଂ ଶିଶୁ ଉଭୟଙ୍କୁ ଅଧିକଯତ୍ନରେ ରହିବା ଆବଶ୍ୟକ ହୋଇଥାଏ।

ମିଛ : ସିଜେରିୟାନରେ ଜନ୍ମିତ ମା’ ଏବଂ ଶିଶୁଙ୍କ ଭିତରେ କୌଣସି ବଣ୍ଡିଙ୍ଗ୍ ନଥାଏ

ସତ : ନବଜାତ ପିଲାଙ୍କୁ ମା’ ସହିତ ଖାସ୍ ବଣ୍ଡିଙ୍ଗ୍ ରହିଥାଏ, କାହିଁକିନା ଶିଶୁକୁ ମା’ ସହିତ ସବୁଠାରୁ ଅଧିକ ସମୟ ବିତାଇବାକୁ ପଡ଼ିଥାଏ । ଏମିତିରେ ଶିଶୁ ସିଜରିୟାନ ହେଉ କିମ୍ବା ନର୍ମାଲ, ଏଥିରେ କୌଣସି ଫରକ ପଡ଼ିନଥାଏ।

Leave A Reply

Your email address will not be published.